ମହିଳା କର୍ମଚାରୀଙ୍କୁ ଉପରିସ୍ଥ ଅଧିକାରୀଙ୍କ ଅସଦାଚରଣ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 14, 2019

ମହିଳା କର୍ମଚାରୀଙ୍କୁ ଉପରିସ୍ଥ ଅଧିକାରୀଙ୍କ ଅସଦାଚରଣ!

ବଣାଇ (ରଞ୍ଜିତ ଚୌଧୁରୀ): ଅଫିସରେ ମହିଳା କର୍ମଚାରୀଙ୍କୁ ଅସଦାଚରଣ ଅଭିଯୋଗ ହୋଇଛି। କାମ ବାହାନାରେ ନାନା ଅଶ୍ଳୀଳ ଇଙ୍ଗିତ କରୁଛନ୍ତି ଉପରିସ୍ଥ ଅଧିକାରୀ। ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ (ଏସ୍‌ଡିଭିଓ)ଙ୍କ ବିରୋଧରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଜିଲ୍ଲା ପ୍ରାଣୀ ଚିକିତ୍ସାଳୟରେ କାର୍ଯ୍ୟରତ ୪ ମହିଳା କର୍ମଚାରୀ।

ମହିଳା କର୍ମଚାରୀଙ୍କ ସହ ବାରମ୍ବାର ଏଭଳି ଘଟିବା ପରେ ୪ ଜଣ ମିଶି ଏ ସମ୍ପର୍କରେ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ, ବଣାଇ ଉପଜିଲ୍ଲାପାଳ, ସୁନ୍ଦରଗଡ଼ ଜିଲ୍ଲାପାଳ, ବିଭାଗୀୟ ନିର୍ଦ୍ଦେଶକ, ଶାସନ ସଚିବଙ୍କ ସହ ବିଭାଗୀୟ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କଠାରେ ଲିଖିତ ଅଭିଯୋଗ କରିଛନ୍ତି।
ଅଭିଯୋଗକାରୀଙ୍କ ମଧ୍ୟରୁ ଜଣେ କହିଛନ୍ତି-“କବାଟ ଝରକା ବନ୍ଦ କରି ବସିବାକୁ ସବୁବେଳେ କୁହନ୍ତି। ହାତ ଟଣାଟଣି କରନ୍ତି। ଏହାଛଡ଼ା ଦୁଆଲ୍‌ ମିନିଂ ଥିବା ଶବ୍ଦ ସବୁବେଳେ କୁହନ୍ତି। ଏବେ ଆମେ ନ୍ୟାୟ ଚାହୁଁଛୁ।”
ଏପଟେ ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଏସ୍‌ଡିଭିଓ ଡା. ସରୋଜ କୁମାର ପାଣି। ଘଟଣାରେ ଆଦୌ ସତ୍ୟତା ନଥିବା ଡାକ୍ତର ପାଣି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।



from Odisha Reporter http://bit.ly/2QLHzxp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages