
ନାଗପୁର:‘ଦିଲ୍ ମେରା ଚୁରାୟ କ୍ୟୁଁ ଜବ୍ ୟେ ଦିଲ୍ ତୋଡ଼ନା ହି ଥା’ କୁମାର ସାନୁଙ୍କ କଣ୍ଠରେ ଏଇ ଗୀତଟି ଆପଣ ବି ନିଶ୍ଚୟ ଗୁଣଗୁଣେଇଥିବେ। ତେବେ ସତରେ କ’ଣ ଦିଲ୍ ଚୋରି ହୁଏ? ଆଜ୍ଞା ହଁ ଏମିତି ଏକ ଅଭିଯୋଗ ଆସିଛି ଏବଂ ଦିଲ୍ ହରାଇଥିବା ବ୍ୟକ୍ତି ସିଧା ଯାଇ ଥାନାରେ ପହଞ୍ଚିଯାଇଛନ୍ତି।
ଜଣେ ଯୁବକ ଏଭଳି ଏକ ଅଭିଯୋଗ ନେଇ ଆସିବାରୁ ନାଗପୁର ଥାନାର ସମସ୍ତ ପୁଲିସ୍ କର୍ମଚାରୀ ମୁଣ୍ଡରେ ହାତ ଦେଇ ବସିଲେ। ଏହି ଯୁବକ ଅଭିଯୋଗ ଆଣିଥିଲେ ଜଣେ କେହି ଝିଅ ତାଙ୍କର ‘ହୃଦୟ’ ଚୋରି କରିଛି। ସେ ପୁଲିସ୍ ନିକଟକୁ ଏଥିପାଇଁ ଆସିଥିଲେ ଯେ, ପୁଲିସ୍ ତାଙ୍କର ଚୋରି ହୋଇଯାଇଥିବା ହୃଦୟ ଫେରାଇଆଣୁ।
ପୁଲିସ୍ ନିକଟକୁ ଅନେକ ଜିନିଷ ଚୋରି ହେବାର ଅଭିଯୋଗ ଆସେ, ଯେପରିକି ମୋବାଇଲ୍, ବାଇକ୍ ଏବଂ ସୁନାଗହଣା ଇତ୍ୟାଦି। ଏଥର କିନ୍ତୁ ମାମଲା ଟିକେ ନିଆରା। ତେଣୁ ଦାୟିତ୍ୱରେ ଥିବା ଅଧିକାରୀ ତାଙ୍କ ଉପରିସ୍ଥ ଅଧିକାରୀଙ୍କୁ ପରାମର୍ଶ ପାଇଁ ଯୋଗାଯୋଗ କରିଥିଲେ।
ବରିଷ୍ଠ ଅଧିକାରୀଙ୍କ ସହିତ ବେଶ୍ କିଛି ସମୟ ଆଲୋଚନା କରିବାପରେ ପୁଲିସ୍ ଅଧିକାରୀ ଜଣକ ଜାଣିବାକୁ ପାଇଲେ ଭାରତୀୟ ପିଙ୍ଗଳ କୋଡ୍ କିମ୍ବା ଭାରତୀୟ ଆଇନ ବ୍ୟବସ୍ଥାରେ ଏପରି କୌଣସି ଧାରା ନାହିଁ ଯାହାକି ହୃଦୟ ଚୋରି ଭଳି କାଳ୍ପନିକ ଅପରାଧ ପାଇଁ ଦଣ୍ଡବିଧାନ କରିପାରିବ। ଏହାପରେ ପୁଲିସ୍ ହାତ ଟେକିଦେଇଥିବା ଜଣାଯାଇଛି ଏବଂ ଦିଲ୍ହରା ବ୍ୟକ୍ତିଙ୍କୁ କୁହାଯାଇଛି, ଆମେ ସବୁ ଖୋଜିପାରିବୁ ଦିଲ୍ ନୁହେଁ।
from Odisha Reporter http://bit.ly/2FhjZam
No comments:
Post a Comment