ଆରମ୍ଭ ହେଲା ବିଜେଡିର ଦସ୍ତଖତ ଅଭିଯାନ, ମାସେ ଧରି ଚାଲିବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 4, 2019

ଆରମ୍ଭ ହେଲା ବିଜେଡିର ଦସ୍ତଖତ ଅଭିଯାନ, ମାସେ ଧରି ଚାଲିବ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ପ୍ରତି କେନ୍ଦ୍ର ସରକାରଙ୍କ ଅବହେଳାକୁ ନେଇ ବିଜେଡି ଛାତ୍ର ଓ ଯୁବ ଜନତା ଦଳ ପ୍ରତିବାଦ ଅଭିଯାନ ଆରମ୍ଭ କରିଛନ୍ତି। ଭୁବନେଶ୍ୱରରେ ସମୂହ ଦସ୍ତଖତ ଅଭିଯାନ ଆରମ୍ଭ କରିଛି ଦଳ। ଏହି ଦସ୍ତଖତ ଅଭିଯାନ ଆସନ୍ତା ୧ ମାସ ଧରି ଚାଲିବ। ପ୍ରତ୍ୟେକ ଜିଲ୍ଲାରେ ଏହି ଦସ୍ତଖତ ଅଭିଯାନ ଆୟୋଜନ କରାଯିବ। ୧୦ ଲକ୍ଷ ସଂଗୃହୀତ ଦସ୍ତଖତକୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପଠାଇବାକୁ ବିଜୁ ଛାତ୍ର ଓ ବିଜୁ ଜନତା ଦଳର କାର୍ଯ୍ୟକ୍ରମ ରହିଛି।

ପୂର୍ବରୁ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କୁ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟ ପକ୍ଷରୁ ୯୦ ପ୍ରତିଶତ ଛାତ୍ରବୃତ୍ତି ପ୍ରଦାନ କରାଯାଉଥିଲା। ଏହି ଅର୍ଥ ବାବଦକୁ କେନ୍ଦ୍ର ୨୧୫. ୮୦ କୋଟି ଦେଉଥିବା ବେଳେ ଏହାକୁ ଏବେ ୨୨. ୪୮ କୋଟି ଟଙ୍କାକୁ ହ୍ରାସ କରିଛି। ଫଳରେ ରାଜ୍ୟ ସରକାରଙ୍କୁ ଛାତ୍ରବୃତ୍ତି ବାବଦକୁ ୮୦ ପ୍ରତିଶତରୁ ଅଧିକ ଆର୍ଥିକ ବୋଝ ସହିବାକୁ ପଡ଼ିବ। ସମଗ୍ର ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପ୍ରତି ଏହା ଘୋର ଅନ୍ୟାୟ ବୋଲି କହିଛନ୍ତି ବିଜୁ ଯୁବ ଓ ଛାତ୍ର ଜନତା ଦଳର କର୍ମକର୍ତ୍ତା।



from Odisha Reporter http://bit.ly/2R5l77m

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages