
ନଭି ମୁମ୍ବାଇ: ମୁମ୍ବାଇ-ପୁଣେ ଏକ୍ସପ୍ରେସ ୱେରେ ଆଜି ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ସିମେଣ୍ଟ ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ଏକ ଟନେଲ୍ ରାସ୍ତାରେ ଯାଉଥିବା ୩ଟି କାର୍ ଉପରେ ଓଲଟି ପଡ଼ିଛି।
ଫଳରେ ଘଟଣା ସ୍ଥଳରେ ହିଁ ୪ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି। ସେହିପରି ଦୁର୍ଘଟଣା ପରେ କାର୍ ୩ଟି ଯାକ ସଂପୂର୍ଣ୍ଣ ଭାବେ ଚୂରମାର ହୋଇଯାଇଛି। ଏହି ଦୁର୍ଘଟଣାରେ ଆହତ ଅନ୍ୟ ୫ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।

ଟ୍ରକ୍ଟି ମୁମ୍ବାଇ ଅଭିମୁଖେ ଯାଉଥିବା ବେଳେ କାରଗୁଡ଼ିକ ପୁଣେ ଅଭିମୁଖେ ଯାଉଥିଲା। ଟ୍ରକ୍ଟି କାର୍ ଗୁଡ଼ିକ ଉପରେ ଓଲଟି ପଡ଼ିବାରୁ ଏଗୁଡ଼ିକ ଇ-ୱେ କଡ଼ରେ ଥିବା ୨୦ ଫୁଟ୍ ଘାଇକୁ ଖସି ପଡ଼ିଥିଲା। ଫଳରେ ଦୀର୍ଘ ସମୟଧରି ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇଥିଲା।
from Odisha Reporter http://bit.ly/2Cayg55
No comments:
Post a Comment