ପ୍ରକାଶ ପାଇଲା ଟି-୨୦ ବିଶ୍ୱକପ୍‌ କାର୍ଯ୍ୟସୂଚୀ, କଠିନ ଗ୍ରୁପ୍‌ରେ ବିରାଟ ସେନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 29, 2019

ପ୍ରକାଶ ପାଇଲା ଟି-୨୦ ବିଶ୍ୱକପ୍‌ କାର୍ଯ୍ୟସୂଚୀ, କଠିନ ଗ୍ରୁପ୍‌ରେ ବିରାଟ ସେନା

ଦୁବାଇ: ଆସନ୍ତା ୨୦୨୦ ଉଭୟ ପୁରୁଷ ଓ ମହିଳା ଟି-୨୦ ବିଶ୍ୱକପ୍‌ ପାଇଁ ଆଜିଠାରୁ ବିଧିବଦ୍ଧ କାଉଣ୍ଟଡାଉନ୍‌ ଆରମ୍ଭ ହୋଇଛି। ଆଜି ଆଇସିସି ପକ୍ଷରୁ ଟି-୨୦ ବିଶ୍ୱକପ୍‌ ପାଇଁ କାର୍ଯ୍ୟସୂଚୀ ଓ ମ୍ୟାଚ୍‌ ଆରମ୍ଭର ତାରିଖ ଘୋଷଣା କରାଯାଇଛି। ୨୦୨୦ ଟି-୨୦ ବିଶ୍ୱକପ୍‌ର ଆୟୋଜନ ଅଷ୍ଟ୍ରେଲିଆ କରିବ। ପ୍ରଥମଥର ପାଇଁ ଉଭୟ ପୁରୁଷ ଓ ମହିଳା ଟି-୨୦ ବିଶ୍ୱକପ୍‌ ଗୋଟିଏ ବର୍ଷରେ ଏବଂ ଗୋଟିଏ ଦେଶରେ ଆୟୋଜନ ହେବାକୁ ଯାଉଛି।

ଏହି ଟୁର୍ଣ୍ଣାମେଣ୍ଟରେ ୧୦ଟି ମହିଳା ଦଳ ଥିବା ବେଳେ ୧୬ଟି ପୁରୁଷ ଟିମ୍‌ ୪୫ଟି ମ୍ୟାଚ୍‌ ଖେଳିବେ। ଉଭୟ ପୁରୁଷ ଓ ମହିଳା ବିଶ୍ୱକପ୍‌ ଫାଇନାଲ୍‌ ମ୍ୟାଚ୍‌ ଐତିହାସିକ ମେଲବର୍ଣ୍ଣ ପଡ଼ିଆରେ ଖେଳାଯିବ।

ଆଇସିସିର ସୂଚନା ଅନୁଯାୟୀ, ମହିଳା ଟି-୨୦ ବିଶ୍ୱକପ୍‌ ୨୦୨୦ ଫେବୃଆରୀ ୨୧ରୁ ମାର୍ଚ୍ଚ ୮ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିୟନ ତଥା ଆୟୋଜକ ଅଷ୍ଟ୍ରେଲିଆର ମହିଳା ଦଳ ଓ ଭାରତୀୟ ମହିଳା ଦଳ ମଧ୍ୟରେ ଖେଳାଯିବ।

ଅନ୍ୟପକ୍ଷରେ ପୁରୁଷ ୨୦୨୦ ଟି-୨୦ ବିଶ୍ୱକପ୍‌ ଅକ୍ଟୋବର ୧୮ରୁ ନଭେମ୍ବର ୧୫ ଯାଏ ଖେଳାଯିବ। ଓପନିଂ ମ୍ୟାଚ୍‌ରେ ଆୟୋଜକ ଅଷ୍ଟ୍ରେଲିଆ ଓ ପାକିସ୍ତାନ ମୁହାଁମୁହିଁ ହେବେ। ଟିମ୍‌ ଇଣ୍ଡିଆ ଅକ୍ଟୋବର ୨୪ରୁ ତା’ର ବିଶ୍ୱକପ୍‌ ଅଭିଯାନ ଆରମ୍ଭ କରିବ।

ପ୍ରଥମ ମ୍ୟାଚ୍‌ରେ ବିରାଟ୍‌ ସେନା ଦକ୍ଷିଣ ଆଫ୍ରିକାକୁ ଭେଟିବ। ଭାରତ ୨୦୨୦ ବିଶ୍ୱକପ୍‌ ସୁପର ୧୨ର ଗ୍ରୁପ୍‌ ବି’ରେ ରହିଛି। ଏହି ଗ୍ରୁପ୍‌ରେ ଭାରତ ସହ ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା ଓ ଆଫ୍‌ ଗାନିସ୍ତାନ ରହିଛନ୍ତି।

ସେହିପରି ଗ୍ରୁପ୍‌ ଏରେ ପାକିସ୍ତାନ, ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ ଓ ୱେଷ୍ଟଇଣ୍ଡିଜ୍‌ ରହିଛନ୍ତି। ଆଇସିସି ଟି-୨୦ ରାଙ୍କିଙ୍ଗର ପ୍ରଥମ ୮ଟି ଟିମ୍‌ ସିଧାସଳଖ ସୁପର ୧୨କୁ ଯାଇଛନ୍ତି। ଏବେ ନବମ ଓ ଦଶମ ସ୍ଥାନରେ ଥିବା ଶ୍ରୀଲଙ୍କା ଓ ବାଂଲାଦେଶ ସହ ଅନ୍ୟ ୬ଟି କ୍ୱାଲିଫାଏ ମ୍ୟାଚ୍‌ ଖେଳିବେ। ଏହି ୮ଟି ଟିମ୍‌ରୁ ୪ଟି ଟିମ୍‌ ସୁପର ୧୨କୁ ଯିବେ।



from Odisha Reporter http://bit.ly/2FUZm4r

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages