‘ପରୀକ୍ଷା ପେ ଚର୍ଚ୍ଚା’ରେ ମୋଦିଜୀଙ୍କ “PUBG-Wala” ଉପାଖ୍ୟାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 29, 2019

‘ପରୀକ୍ଷା ପେ ଚର୍ଚ୍ଚା’ରେ ମୋଦିଜୀଙ୍କ “PUBG-Wala” ଉପାଖ୍ୟାନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ପରୀକ୍ଷା ପେ ଚର୍ଚ୍ଚା ୨.୦’ ଅବସରରେ ଆଗାମୀ ପରୀକ୍ଷା ଋତୁ ପାଇଁ ପିଲାଙ୍କ ମନରେ ରହୁଥିବା ଚାପକୁ ନେଇ ଉଭୟ ପରୀକ୍ଷାର୍ଥୀ ଏବଂ ଅଭିଭାବକଙ୍କ ସହିତ ଆଲୋଚନା କରିବା ସମୟରେ ବହୁ ମଜାଦାର କଥା ମଧ୍ୟ ଆଲୋଚନାର ପରିସରକୁ ଆସିଥିଲା। ଆଉ ସେମଧ୍ୟରୁ ସବୁଠାରୁ ମଜାଦାର ଥିଲା ତାଙ୍କର “PUBG-wala” ମନ୍ତବ୍ୟ।

ଜଣେ ମା ପ୍ରଧାନମନ୍ତ୍ରୀଙ୍କ ନିକଟରେ ଅଭିଯୋଗ ଆଣିଥିଲେ, ତାଙ୍କ ପୁଅ ପଢ଼ାରେ ମନ ଦେଉନି ଏବଂ ଅନ୍‌ଲାଇନ୍‌ ଗେମ୍‌ ଖେଳରେ ବ୍ୟସ୍ତ ରହୁଛି। ମୋଦି ଉତ୍ତରରେ କହିଥିଲେ, “ସିଏ କ’ଣ PUBG-wala କି।(ସିଏ କ’ଣ ପବ୍‌ଜୀ ଗେମ୍‌ ଖେଳନ୍ତି କି)”। ଏହାକୁ ନେଇ ବେଶ୍‌ ହାସ୍ୟରୋଳ ସୃଷ୍ଟି ହୋଇଥିଲା।

ଅନ୍ୟ ପକ୍ଷରେ ଗମ୍ଭୀର ମନ୍ତବ୍ୟ ଦେଇ ମୋଦି କହିଥିଲେ, ପିଲାଙ୍କୁ ଟେକ୍ନୋଲୋଜିଠାରୁ ଦୂରେଇ ରଖିବା ଠିକ୍‌ ନୁହେଁ। କିନ୍ତୁ ଟେକ୍ନୋଲୋଜିକୁ ଗ୍ରହଣ କରି ବୁଝିବାର ବାଟ ଖୋଜିବା ଉଚିତ। ଟେକ୍ନୋଲୋଜି ବ୍ୟବହାର କରି ଆମେ ଆମର ଚିନ୍ତନ ସ୍ତରକୁ ବଢ଼ାଇବା ଉଚିତ। କିନ୍ତୁ ଏହା ଆମ ଜୀବନକୁ ସମ୍ପୂର୍ଣ୍ଣ ଆଚ୍ଛାଦିତ ନକରୁ କିମ୍ବା ସଂକୀର୍ଣ୍ଣ ନକରୁ, ଯାହାକି ଆମ ପାଇଁ କ୍ଷତିକାରକ ହେବ।

ଅନ୍ୟ ସମସ୍ତ ବିଷୟ ପରି ଟେକ୍ନୋଲୋଜିର ସକାରାତ୍ମକ ଏବଂ ନକାରାତ୍ମକ ଦିଗ ରହିଛି। ଆମେ ସେମାନଙ୍କୁ ପ୍ରୋତ୍ସାହନ ଦେବାର ଅଛି, ସେମାନେ କେମିତି ଏହି ଆପ୍ଲିକେସନ୍‌ଗୁଡ଼ିକ ବାବଦରେ ଅଧିକ ଜାଣିପାରିବେ, ଯେପରିକି କିଛି ତିଆରି କରିବା ବା କିଛି ରୋଷେଇ କରିବା ଇତ୍ୟାଦି। ଅଭିଭାବକମାନେ ପ୍ରୟାସ କଲେ ପିଲାମାନେ ନିଶ୍ଚୟ ପ୍ଲେଷ୍ଟେସନ୍‌ରୁ ପ୍ଲେଗ୍ରାଉଣ୍ଡ୍‌ ମୁହାଁ ହୋଇପାରିବେ ବୋଲି ମୋଦି କହିଛନ୍ତି।

ସୂଚନାଯୋଗ୍ୟ, ୨୦୧୭ ଡିସେମ୍ବର ମସିହାରୁ ଆରମ୍ଭ ହୋଇଥିବା ପବ୍‌ଜୀ ଗେମ୍‌ ଖୁବ୍‌ ଲୋକପ୍ରିୟ। ଏହାର କୁପ୍ରଭାବ ପଡ଼ୁଥିବାରୁ ଗୁଜରାଟରେ ଏହି ଗେମ୍‌କୁ ବ୍ୟାନ୍‌ କରାଯାଇଛି। ସେହିଭଳି ଜମ୍ମୁକଶ୍ମୀରରେ ମଧ୍ୟ ଏହାକୁ ବ୍ୟାନ୍‌ କରିବାପାଇଁ ଏକ ଛାତ୍ର ସଂଗଠନ ରାଜ୍ୟପାଳଙ୍କୁ ନିବେଦନ କରିଛି।



from Odisha Reporter http://bit.ly/2G7Y4Cn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages