ଧୋନିଙ୍କ କଥା ମାନିଲେ, ବୋଲ୍ଟଙ୍କୁ ଆଉଟ୍‌ କଲେ କୁଲଦୀପ, ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 23, 2019

ଧୋନିଙ୍କ କଥା ମାନିଲେ, ବୋଲ୍ଟଙ୍କୁ ଆଉଟ୍‌ କଲେ କୁଲଦୀପ, ଦେଖନ୍ତୁ ଭିଡିଓ

ନାପିଅର: ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଟିମ୍‌ ଇଣ୍ଡିଆ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ପୁଣି ପ୍ରମାଣ କରି ଦେଖାଇଛନ୍ତି। ଧୋନିଙ୍କ ଠାରୁ ପରାମର୍ଶ ପାଇ ଚାଇନାମ୍ୟାନ୍‌ ବୋଲର କୁଲଦୀପ ଯାଦବ କେମିତି ନ୍ୟୁଜିଲ୍ୟାଣ୍ଡର ଶେଷ ବ୍ୟାଟସ୍‌ମ୍ୟାନ୍‌ ଟ୍ରେଣ୍ଟ ବୋଲ୍ଟଙ୍କୁ ଆଉଟ୍‌ କରିଥିଲେ, ତା’ର ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଭେଟରାନ୍‌ ମହେନ୍ଦ୍ର ସିଂହ ଧୋନି ୱିକେଟ୍‌ ପଛରେ ରହି ବୋଲ୍ଟ କେମିତି ବ୍ୟାଟିଂ କରୁଛନ୍ତି, ସେକଥା ଅନୁଧ୍ୟାନ କରିଥିଲେ। ଏହାପରେ ସେ ବୋଲିଂ ପାଇଁ ପ୍ରସ୍ତୁତ ହେଉଥିବା କୁଲଦୀପଙ୍କୁ କହିଥିଲେ“ ଇଏ(ବୋଲ୍ଟ) ଆଖି ବନ୍ଦ କରି ବଲ୍‌ ଅଟକାଇବାକୁ ଚେଷ୍ଟା କରିବେ।

ତୁମେ(କୁଲଦୀପ) ଚାହିଁଲେ ତାଙ୍କୁ ଅନ୍ୟ ପ୍ରକାରର ବଲ୍‌ ପକାଇ ପାରିବ। ଏମିତି ହେଲେ ବଲ୍‌ ଭିତରକୁ ଆସିବ ନାହିଁ।” ଧୋନିଙ୍କ କଥା ମାନି କୁଲଦୀପ ବାହାରକୁ କଟୁଥିବା ଏକ ବଲ୍‌ ପକାଇଥିଲେ।

ଯାହା ବୋଲ୍ଟଙ୍କ ବ୍ୟାଟ୍‌ର ଧାରରେ ବାଜି ସ୍ଲିପ୍‌ ଅଞ୍ଚଳକୁ ଯାଇଥିଲା। ସେଠାରେ ଉପସ୍ଥିତ ଥିବା ରୋହିତ ଶର୍ମା ଏହାକୁ କ୍ୟାଚ୍‌ କରି ନ୍ୟୁଜିଲ୍ୟାଣ୍ଡ ଇନିଂସ୍‌ରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ। ଆଜିର ମ୍ୟାଚ୍‌ରେ କୁଲଦୀପ ୪ଟି ୱିକେଟ୍‌ ନେଇଛନ୍ତି।



from Odisha Reporter http://bit.ly/2Ht1BgZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages