ମ୍ୟାଚ୍‌ ପରେ ବୋଲରଙ୍କ ସମ୍ପର୍କରେ ଏମିତି କଥା କହିଲେ ବିରାଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 23, 2019

ମ୍ୟାଚ୍‌ ପରେ ବୋଲରଙ୍କ ସମ୍ପର୍କରେ ଏମିତି କଥା କହିଲେ ବିରାଟ୍‌

ନାପିଅର: ଉଭୟ ବ୍ୟାଟିଂ ଓ ବୋଲିଂରେ ଦବଦବା ଦେଖାଇ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଦିନିକିଆକୁ ୮ ୱିକେଟ୍‌(ଡିଏଲ୍‌)ରେ ଜିତି ନେଇଛି ଟିମ୍‌ ଇଣ୍ଡିଆ। ନ୍ୟୁଜିଲ୍ୟାଣ୍ଡକୁ ତା’ର ଘରୋଇ ମାଟିରେ ଭାରତୀୟ ବୋଲରଙ୍କୁ ସାମ୍ନା କରି ନପାରି ମାତ୍ର ୧୫୭ ରନ୍‌ କରିବାକୁ ସକ୍ଷମ ହୋଇଥିଲା।

ଏହି ମ୍ୟାଚ୍‌ରେ ବିଜୟର ଶ୍ରେୟ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲି ଦ୍ରୁତ ବୋଲରମାନଙ୍କୁ ଦେଇଛନ୍ତି। ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲରମାନେ ଯେ କୌଣସି ଦେଶର ବ୍ୟାଟିଂ ଲାଇନ୍‌ଅପ୍‌କୁ ଭାଙ୍ଗିବାର କ୍ଷମତା ରଖିଥିବା ବିରାଟ କହିଛନ୍ତି।

ମ୍ୟାଚ୍‌ ପରେ ସାମ୍ବାଦିକମାନଙ୍କୁ ବିରାଟ କହିଛନ୍ତି,“ଏହା ଏକ ଶ୍ରେଷ୍ଠ ସନ୍ତୁଳିତ ପ୍ରଦର୍ଶନ। ବଲ୍‌ରେ ବୋଲରମାନେ ଯାହା କରି ଦେଖାଇଲେ, ତାହା ଠାରୁ ବୋଧେ ଅଧିକ ଭଲ ପ୍ରଦର୍ଶନ କଣ ହୋଇପାରେ?

ଯେତେବେଳେ ମୁଁ ଟସ୍‌ ହାରି ଯାଇଥିଲି, ଭାବିଥିଲି ୩୦୦ରୁ ଅଧିକ ରନ୍‌ ହେବ। କିନ୍ତୁ ବୋଲରମାନେ ନିଜ ଦକ୍ଷତା ପ୍ରଦର୍ଶନ କରି ଏଭଳି ପିଚ୍‌ରେ ନ୍ୟୁଜିଲ୍ୟାଣ୍ଡକୁ ୧୫୦ରୁ ୧୬୦ ମଧ୍ୟରେ ଅଟକାଇ ଦେଲେ। ଶାମିଙ୍କ ପ୍ରଦର୍ଶନ ସବୁଠାରୁ ଉନ୍ନତ ଥିଲା। ଆମ ଦ୍ରୁତ ବୋଲର ୟୁନିଟ୍‌ ଏବେ ବିଶ୍ୱର ଯେକୌଣସି ଟିମ୍‌ର ବ୍ୟାଟିଂ ଲାଇନ୍‌ ଅପ୍‌କୁ ଭୁଶୁଡ଼ାଇ ଦେଇପାରିବ।”

ଆଜିର ମ୍ୟାଚ୍‌ରେ ମହମ୍ମଦ ଶାମି ୬ ଓଭର୍‌ରେ ୧୯ ରନ୍‌ ଦେଇ ୩ଟି ଗୁରୁତ୍ୱପୂର୍ଣ୍ଣ ୱିକେଟ୍‌ ହାସଲ କରି ନ୍ୟୁଜିଲ୍ୟାଣ୍ଡକୁ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଇଥିଲେ। ଶେଷ ଭାଗରେ କୁଲଦୀପ ଯାଦବ ୪ଟି ୱିକେଟ୍‌ ନେଇଥିବା ବେଳେ ୟୁଜବେନ୍ଦର ଚହଲ ୨ଟି ଓ କେଦାର ଯାଦବ ଗୋଟିଏ ୱିକେଟ ପାଇଥିଲେ।



from Odisha Reporter http://bit.ly/2UanCmc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages