ରେଲୱେରେ ଅନ୍ତଃକନ୍ଦଳ ପାଇଁ ମିନି ବୁଲେଟ୍‌ ଟ୍ରେନ୍‌କୁ ଉଦ୍‌ଘାଟନ କରିପାରୁ ନାହାନ୍ତି ମୋଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 10, 2019

ରେଲୱେରେ ଅନ୍ତଃକନ୍ଦଳ ପାଇଁ ମିନି ବୁଲେଟ୍‌ ଟ୍ରେନ୍‌କୁ ଉଦ୍‌ଘାଟନ କରିପାରୁ ନାହାନ୍ତି ମୋଦି

ନୂଆଦିଲ୍ଲୀ:ଦେଶର ମିନି ବୁଲେଟ୍‌ ଟ୍ରେନ୍‌ କୁହାଯାଉଥିବା ‘ଟ୍ରେନ୍‌ ୧୮’ ପ୍ରସ୍ତୁତ୍ ହୋଇସାରିଥିବା ବେଳେ ଏବେ ଏହା ଯାତ୍ରୀଙ୍କୁ ଅପେକ୍ଷା କରିଛି। ହେଲେ ରେଲୱେର ଆଭ୍ୟନ୍ତରୀଣ ଅନ୍ତରଦ୍ୱନ୍ଦ ପାଇଁ ଏହି ବହୁ ପ୍ରତିକ୍ଷୀତ ମେକ୍‌ ଇନ୍‌ ଇଣ୍ଡିଆ ଟ୍ରେନ୍‌କୁ ପ୍ରଧାନମନ୍ତ୍ରୀ ମୋଦି ଉଦ୍‌ଘାଟନ କରିପାରୁ ନାହରାନ୍ତି।

ଏହି ଟ୍ରେନ୍‌ ୨୫ ଡିସେମ୍ବରରେ ଉଦ୍‌ଘାଟନ୍ ହେବାର ଥିଲା। ହେଲେ ଏହାକୁ ନେଇ ବିଭାଗୀୟ ଅନ୍ତଃକନ୍ଦଳ ଲାଗି ରହିଥିବାରୁ ଏହା ଟ୍ରାକ୍‌କୁ ଆସିପାରୁ ନାହିଁ। ଏମିତି କି ଏହି ହାଇଟେକ୍‌ ଟ୍ରେନ୍‌ କେବେ ଉଦ୍‌ଘାଟନ ହେବ ତାହା ସ୍ପଷ୍ଟ ହୋଇପାରୁନି। କୁହାଯାଉଥିଲା କୁମ୍ଭମେଳା ପୂର୍ବରୁ ଏହି ଟ୍ରେନ୍‌ ଯାତ୍ରା ଆରମ୍ଭ କରିବାର ଥିଲା। ପ୍ରଧାନମନ୍ତ୍ରୀ ମୋଦି ଏହାକୁ ଉଦ୍‌ଘାଟନ କରି ବାରଣାସୀ ପର୍ଯ୍ୟନ୍ତ ଚଳାଚଳ କରାଯିବାର ଯୋଜନା ରହିଥିଲା। ହେଲେ ବୁଧବାର ରେଲୱେ ବୋର୍ଡ଼ ପକ୍ଷରୁ ହୋଇଥିବା

ବୈଠକରେ ଏ ବାବଦରେ କୌଣସି ନିଷ୍ପତ୍ତି ହୋଇପାରି ନାହିଁ। ଇଲେକ୍‌ଟ୍ରିକାଲ ଇଣ୍ଟରସେପ୍ଟର ଜେନେରାଲ୍‌(EIG) ସାର୍ଟିଫିକେଟ୍‌କୁ ନେଇ ରେଲୱେର ଇଲେକ୍‌ଟ୍ରିକାଲ ଏବଂ ମେକାନିକାଲ ବିଭାଗ ମଧ୍ୟରେ ବିବାଦ ଉପୁଜିଥିବାରୁ ଏହି ଟ୍ରେନ୍‌ ଉଦ୍‌ଘାଟନ ହୋଇପାରୁନି। ଟ୍ରେନ୍‌ ୧୮ରେ ୱାଇଫାଇ, ଜିପିଏସ୍‌ ପାସେଞ୍ଜର ଇନଫୋଟେନମେଣ୍ଟ ସିଷ୍ଟମ, ଅଟୋମେଟିକ ଡ଼ୋର, ଏଲଇଡ଼ି ଲାଇଟ୍‌, ଭିନ୍ନକ୍ଷମଙ୍କ ପାଇଁ ରାମ୍ପ, ସିସିଟିଭି, ଯାତ୍ରୀଙ୍କ ପାଇଁ ଏମରଜେନ୍ସି ଟେକବ୍ୟାକ୍‌ ୟୁନିଟ୍‌, ୟୁରୋପିଆନ୍‌ ଷ୍ଟାଇଲର ସିଟ୍‌, ମୋଡ଼ୁଲାର ଟୟଲେଟ୍‌ ଆଦି ସୁବିଧା ଉପଲବ୍ଧ । ମେଟ୍ରୋ ଟ୍ରେନ ବେଗର ଦୁଇଗୁଣା ଅଧିକ ବେଗରେ ଦଉଡ଼ିବ ଏହି ଟ୍ରେନ୍‌। ଏହି ଟ୍ରେନ୍‌ ତିଆରି କରିବା ପାଇଁ ପ୍ରାୟ ୧୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ସଂପୂର୍ଣ୍ଣ ଏସି ବିଶିଷ୍ଟ ଏହି ଟ୍ରେନ୍‌ଟି ଶତାବ୍ଦୀ ଏକ୍ସପ୍ରେସର ଉତ୍ତରାଧିକାରୀ ବୋଲି କୁହାଯାଉଛି। ଏହାର ଘଣ୍ଟାପ୍ରତି ବେଗ ୧୬୦ କିଲୋମିଟର ରହିଛି।



from Odisha Reporter http://bit.ly/2TAap5y

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages