“ପୋଲ ଦୁର୍ନୀତିର ଖଳନାୟକ ଏବେ ବିଜେଡିର ନିର୍ବାଚନୀ ପାଣ୍ଠି ଦାୟିତ୍ୱରେ” - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 2, 2019

“ପୋଲ ଦୁର୍ନୀତିର ଖଳନାୟକ ଏବେ ବିଜେଡିର ନିର୍ବାଚନୀ ପାଣ୍ଠି ଦାୟିତ୍ୱରେ”

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ପୋଲ ତିଆରି ନାଁରେ ହୋଇଥିବା ମହାଦୁର୍ନୀତିର ଖଳନାୟକ ଧୂର୍ତ୍ତ ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନ ଏବେ ବିଜେଡିର ଟ୍ରେଜେରର ପାଲଟିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ଦଳ ଯୁକ୍ତି ବାଢ଼ିଛି ଯେ ୨୦୧୯ ସାଧାରଣ ନିର୍ବାଚନ ଲଢ଼ିବା ପାଇଁ ଯେତିକି ଚାନ୍ଦା ଆବଶ୍ୟକ, ସେତିକି ପାଣ୍ଠି ବିଜେଡି ଏହି ଧୂର୍ତ୍ତ ସଚିବଙ୍କ ମାଧ୍ୟମରେ ଆଦାୟ କରିବାରେ ଲାଗିଛି।

ରାଜ୍ୟ ବିଜେପି ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟ ଓ ରାଜ୍ୟ ଯୁବ ବିଜେପି ସଭାପତି ଟଙ୍କଧର ତ୍ରିପାଠୀ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡିର ବିକାଶ ସମାବେଶ ପାଇଁ ଲାଗିଥିବା  ପୋଷ୍ଟରରେ ଶାସକ ଦଳ ନେତାମାନଙ୍କ ସହ ଶ୍ରୀ ପ୍ରଧାନଙ୍କ ଫଟୋଚିତ୍ରକୁ ପ୍ରଦର୍ଶନ କରି ଉଭୟ ଶ୍ରୀ ପ୍ରଧାନ ଓ ବିଜେଡି ସରକାରକୁ କଡ଼ା ସମାଲୋଚନା କରିଛନ୍ତି।

ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ, ୨୦୧୩ ମସିହାରେ ପ୍ରାୟ ୨୨ଜଣ ମୁଖ୍ୟ ଯନ୍ତ୍ରୀଙ୍କୁ ସୁପରସିଡ୍ କରି ଶ୍ରୀ ପ୍ରଧାନଙ୍କୁ ପୂର୍ତ୍ତ ବିଭାଗର ସଚିବ ପଦବୀରେ ଅବସ୍ଥାପିତ କରାଯାଇଥିଲା। ଏହା ତାଙ୍କର ଦକ୍ଷତା ନା କଳାପାହାଡ଼ମାନଙ୍କ ସହ ସେ କିଛି ଡିଲ୍ କରିଥିଲେ, ତାହା ପ୍ରାୟତଃ ସମସ୍ତେ ଜାଣନ୍ତି। ଏହି ସଚିବଙ୍କ କାର୍ଯ୍ୟକାଳରେ ୮ଟି ପୋଲ ଭୁଶୁଡ଼ି ପଡ଼ିଲା। ଭୁବନେଶ୍ୱରରେ ୨ଟି ପୋଲ ମଧ୍ୟ ଭୁଶୁଡ଼ିଛି।

ପୂର୍ତ୍ତ ସଚିବ ଶ୍ରୀ ପ୍ରଧାନ ହେଉଛନ୍ତି ମୃତ୍ୟୁର ସୌଦାଗର। ତାଙ୍କ ମାଧ୍ୟମରେ ବିଜେଡି ନିଜର ନିର୍ବାଚନୀ ପାଣ୍ଠି ସଂଗ୍ରହ କରୁଥିବାରୁ ଅବସର ସତ୍ତ୍ୱେ ତାଙ୍କର ଚାକିରିକୁ ଆଉ ଏକବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ୨୦୧୯ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ତାଙ୍କର ଚାକିରି ରହିଛି।

ନିର୍ବାଚନୀ ବୈତରଣୀ ପାର ହେବାକୁ ଯେତିକି ଚାନ୍ଦା ଦରକାର, ତାହା ଆଦାୟ କରିବାର କଳାକୌଶଳ ଏହି କରିତକର୍ମା ପୂର୍ତ୍ତ ସଚିବଙ୍କର ରହିଛି। ବୋଧହୁଏ ଏହି କଳା ପାଇଁ ତାଙ୍କୁ ପୂର୍ତ୍ତ ସଚିବ ପଦବୀରେ ବସାଇ ତାଙ୍କ ପୂର୍ବରୁ ସଚିବ ଥିବା ଶୁଭେନ୍ଦୁ ରାୟଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଗଲା। ଶ୍ରୀ ରାୟଙ୍କ ଚାକିରି ଏବେ ବି ରହିଛି ଓ ଶ୍ରୀ ପ୍ରଧାନଙ୍କ ଠାରୁ ବରିଷ୍ଠ ଅଫିସରମାନେ ବି ବିଭାଗରେ ଅଛନ୍ତି। ତଥାପି ଶ୍ରୀ ପ୍ରଧାନଙ୍କ ଚାକିରିକୁ ଆଉ ବର୍ଷେ ବଢ଼ାଇ ଦିଆଯାଇଛି ବୋଲି ଶ୍ରୀ ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି।

ବିଜେଡି ଏବେ ଦଳ ଓ ସରକାର ଭିତରେ ପ୍ରଭେଦ ଭୁଲି ଗଲାଣି। ରାଜ୍ୟ ଶାସନରେ ବ୍ୟଭିଚାର ଏବେ ଏତେ ମାତ୍ରାରେ ବଢ଼ିଗଲାଣି ଯେ ତା’ର ପ୍ରଭେଦ ବାରି ହେଉନି। ଅଫିସରମାନଙ୍କ ଔଦ୍ଧତ୍ୟ ଓ ଆସ୍ପର୍ଦ୍ଧା ବଢ଼ିଯାଇଛି ଏବଂ ରାଜନୀତିକ ସ୍ୱାର୍ଥକୁ ଚରିତାର୍ଥ କରିବା ପାଇଁ କଳାପାହାଡ଼ମାନେ ତୃତୀୟ ମହଲାରେ ବସି ଓଡ଼ିଶାକୁ ଲୁଟିବାକୁ ସନ୍ଧି କରିଛନ୍ତି। ତା’ ହୋଇ ନ ଥିଲେ ବିଜେଡିର ଏକ ଦଳୀୟ କାର୍ଯ୍ୟକ୍ରମ ପାଇଁ ଉଦ୍ଦିଷ୍ଟ ପୋଷ୍ଟରରେ ପୂର୍ତ୍ତ ସଚିବଙ୍କ ଫଟୋ ଚିତ୍ର ଲାଗି ନ ଥା’ନ୍ତା। ତେଣୁ ଏମାନଙ୍କ ହାତରେ ଓଡ଼ିଶା ଆଉ ସୁରକ୍ଷିତ ନୁହେଁ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି।



from Odisha Reporter http://bit.ly/2SwNlor

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages