ଆସନ୍ତାକାଲି ୪ର୍ଥ ଟେଷ୍ଟ: ସିଡ୍‌ନୀରେ ୪୧ ବର୍ଷ ହେଲା ମ୍ୟାଚ୍‌ ଜିତିନି ଭାରତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 2, 2019

ଆସନ୍ତାକାଲି ୪ର୍ଥ ଟେଷ୍ଟ: ସିଡ୍‌ନୀରେ ୪୧ ବର୍ଷ ହେଲା ମ୍ୟାଚ୍‌ ଜିତିନି ଭାରତ

ସିଡ୍‌ନୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ଅନ୍ତିମ ମୁକାବିଲା ଆସନ୍ତାକାଲି ସିଡ୍‌ନୀ ଗ୍ରାଉଣ୍ଡରେ ଆରମ୍ଭ ହେବ। ଭାରତୀୟ ସମୟ ଭୋର ୫ଟାରୁ ଏହି ମ୍ୟାଚ୍‌ ଖେଳାଯିବ। ଏବେ ସିରିଜ୍‌ରେ ଭାରତ ୨-୧ରେ ଆଗୁଆ ଥିବାରୁ ଅଷ୍ଟ୍ରେଲିଆ ନିଶ୍ଚିତ ଭାବେ ଚାପରେ ରହିବ। କିନ୍ତୁ ଭାରତର ବିଜୟ ସିଡ୍‌ନୀରେ ସେତେଟା ସହଜ ହେବନି।

ଯଦି ଭାରତ ଏହି ମ୍ୟାଚ୍‌କୁ ଡ୍ର କରି ନେଇଛୁ, ତା’ହେଲେ ୭୧ ବର୍ଷ ପରେ ପ୍ରଥମଥର ଅଷ୍ଟ୍ରେଲିଆ ମାଟିରେ ସିରିଜ୍‌ ଜିତିବାର ଇତିହାସ ସୃଷ୍ଟି କରିବ। ଭାରତ ୧୯୪୭ଠାରୁ ଅଷ୍ଟ୍ରେଲିଆ ମାଟିରେ ଟେଷ୍ଟ ସିରିଜ୍‌ ଖେଳିବା ଆରମ୍ଭ କରିଥିଲା। କିନ୍ତୁ ଆଜି ଯାଏ କେବେ ହେଲେ ଟେଷ୍ଟ ସିରିଜ୍‌ ଜିତିନାହିଁ। ଏବେ ବିରାଟ୍‌ କୋହଲିଙ୍କ ଟିମ୍‌ ଇଣ୍ଡିଆ ପାଖରେ ଏଭଳି ରେକର୍ଡ କରିବାର ସୁଯୋଗ ରହିଛି।

ସିଡ୍‌ନୀ କଥା ବିଚାରକୁ ନେଲେ ଏଠାରେ ଘରୋଇ ଟିମ୍‌ର ପଲାଭାରୀ ରହୁଛି। ଏହି ଗ୍ରାଉଣ୍ଡରେ ଭାରତ ଶେଷଥର ପାଇଁ ୧୯୭୮ ଜାନୁଆରୀ ମାସରେ ଟେଷ୍ଟ ମ୍ୟାଚ୍‌ ଜିତିଥିଲା।

୧୯୪୭ ମସିହା ଡିସେମ୍ବର ମାସରେ ପ୍ରଥମଥର ଭାରତ ସିଡ୍‌ନୀ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ଖେଳିଥିଲା। ସେବେଠାରୁ ଦଳ ଏଠାରେ ୧୧ଟି ଟେଷ୍ଟ ମ୍ୟାଚ୍‌ ଖେଳି ମାତ୍ର ଗୋଟିଏରେ ଜିତିବାକୁ ସକ୍ଷମ ହୋଇଛି। ଅର୍ଥାତ ଭାରତ ଏଠାରେ ୪୧ ବର୍ଷ ହେଲା ଗୋଟିଏ ହେଲେ ବି ମ୍ୟାଚ୍‌ ଜିତିନାହିଁ।

ଭାରତ ଏଠାରେ ୨୦୧୫ ଜାନୁଆରୀରେ ଶେଷ ଟେଷ୍ଟ ମ୍ୟାଚ୍‌ ଖେଳିଥିଲା। ଏହି ମ୍ୟାଚ୍‌ଟି ଡ୍ର ରହିଥିଲା। ଭାରତ ଏଠାରେ ଶେଷଥର ପାଇଁ ଏଠାରେ ୨୦୧୨ ଟେଷ୍ଟ ହାରିଥିଲା। ଏହି ମ୍ୟାଚ୍‌ଟିକୁ ଅଷ୍ଟ୍ରେଲିଆ ଏକ ଇନିଂସ୍‌ ଏବଂ ୬୮ ରନ୍‌ରେ ଜିତିଥିଲା।

ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ସିଡ୍‌ନୀରେ ଗତ ୭ ବର୍ଷ ହେଲା ମ୍ୟାଚ୍ ହାରିନାହିଁ। ଶେଷଥର ପାଇଁ ଦଳ୨୦୧୧ରେ ଇଂଲଣ୍ଡଠାରୁ ସିଡ୍‌ନୀ ଗ୍ରାଉଣ୍ଡରେ ଏକ ଇନିଂସ ଏବଂ ୮୩ ରନ୍‌ରେ ପରାସ୍ତ ହୋଇଥିଲା । ଏହି ୭ ବର୍ଷ ମଧ୍ୟରେ ଅଷ୍ଟ୍ରେଲିଆ ଏଠାରେ ୫ଟି ମ୍ୟାଚ୍‌ ଜିତିଥିବା ବେଳେ ୨ଟି ଡ୍ର ରଖିଛି।

ସିଡ୍‌ନୀ ପିଚ୍‌ ସ୍ପିନରଙ୍କୁ ସୁହାଉଥିବାରୁ ଟିମ୍‌ ଇଣ୍ଡିଆ  ଆସନ୍ତାକାଲି ରବୀନ୍ଦ୍ର ଜାଡେଜା ଏବଂ କୁଲଦୀପ ଯାଦବଙ୍କୁ ଖେଳାଇ ପାରେ। ସେହିପରି ରୋହିତ ଶର୍ମାଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟା କିମ୍ବା କେଏଲ ରାହୁଲ ଖେଳି ପାରନ୍ତି। ଟିମ୍‌ ଇଣ୍ଡିଆ ଏଥର ମହମ୍ମଦ ଶାମି ଏବଂ ଯଶପ୍ରୀତ ବୁମ୍ରାଙ୍କ ରୂପରେ ଦୁଇ ଜଣ ଦ୍ରୁତ ବୋଲର ନେଇ ମଇଦାନକୁ ଓହ୍ଲାଇବାର ସମ୍ଭାବନା ରହିଛି। ସେହିପରି ଅଶ୍ୱିନ୍‌ ଯଦି ମ୍ୟାଚ୍‌ ପୂର୍ବରୁ ଫିଟ୍‌ ହୋଇଯାଆନ୍ତି, ତା’ହେଲେ କୁଲଦୀପ ଯାଦବଙ୍କୁ ବେଞ୍ଚରେ ବସିବାକୁ ପଡ଼ିପାରେ।



from Odisha Reporter http://bit.ly/2AtyJPB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages