
ପୁରୀ (ଓଡ଼ିଶା ରିପୋର୍ଟର): ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ମାଛ ମାରୁଥିବା ଏକ ଟ୍ରଲରକୁ କୋଷ୍ଟଗାର୍ଡ ଜବତ କରିଛି। ଏହି ଟ୍ରଲରଟି ଆନ୍ଧ୍ରପ୍ରଦେଶର ବୋଲି ଜଣାପଡ଼ିଛି। ଟ୍ରଲର ତନଖିଲା ବେଳେ ସେଥିରୁ ୧୭୫ଟି ବିରଳ ଶାର୍କ ଜାତୀୟ ମାଛ ଜବତ କରାଯାଇଛି। ଜବତ ମାଛର ଓଜନ ପାଖାପାଖି ୭୦ କ୍ୱିଣ୍ଟାଲରୁ ଅଧିକ ହେବ।
ଆନ୍ତର୍ଜାତିକସ୍ତରରେ ଏହି ପ୍ରଜାତିର ମାଛ ମାରିବା ଉପରେ କଟକଣା ରହିଛି। କୋଷ୍ଟଗାର୍ଡ ଟ୍ରଲରକୁ ଜବତ କରିବା ପରେ ବନବିଭାଗକୁ ହସ୍ତାନ୍ତର କରିଛି। ସେପଟେ ବେଆଇନ୍ ସାର୍କ ଶିକାର କରିଥିବା ୭ ଜଣ ମତ୍ସ୍ୟଜୀବୀଙ୍କ ଜାମିନ ନାମଞ୍ଜୁର ହେବା ପରେ ଜେଲକୁ ପଠାଇ ଦିଆଯାଇଛି।
from Odisha Reporter http://bit.ly/2R9og19
No comments:
Post a Comment