
ନୂଆଦିଲ୍ଲୀ: ପୂର୍ବତନ ବିଜେପି ବିଧାୟକ ତଥା ଗୁଜରାଟ ନେତା ଜୟନ୍ତୀ ଭାନୁଶାଲିଙ୍କୁ ଆଜି ଏକ ଚଳନ୍ତା ଟ୍ରେନ୍ରେ ଗୁଳି କରି ହତ୍ୟା କରାଯାଇଛି। ସେ ଆଜି ଟ୍ରେନ୍ ଯୋଗେ ଅହମଦାବାଦରୁ ଭୁଜ ଯାଉଥିବା ବେଳେ ହଠାତ୍ ସେ ବସିଥିବା କୋଚ୍ ମଧ୍ୟକୁ କିଛି ଦୁର୍ବୃତ୍ତ ଧସେଇ ପସିଥିଲେ।
ଏହାପରେ ସେମାନେ ଜୟନ୍ତୀଙ୍କୁ ସେମାନେ ଅତି ନିକଟରୁ ଗୁଳି କରିଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଗୁଳି ତାଙ୍କ ଆଖି ଓ ଛାତିରେ ବାଜିଛି।
ଅବଦାସ ନିର୍ବାଚନ ମଣ୍ଡଳୀରୁ ୨୦୦୭ରୁ ୨୦୧୨ ପର୍ଯ୍ୟନ୍ତ ବିଧାୟକ ଥିବେ ଜୟନ୍ତୀଙ୍କୁ କଟାରିଆ –ସୁରଜାବାରି ଷ୍ଟେସନ୍ ମଧ୍ୟରେ ଗୁଳି କରାଯାଇଛି। ଘଟଣା ପରେ ଟ୍ରେନ୍ଟିକୁ ଅହମଦାବାଦରେ ଥିବା କାଲୁପୁର ଷ୍ଟେସନକୁ ଅଣାଯାଇଥିଲା।
ଏହାପରେ ଜୟନ୍ତୀ ବସିଥିବା କୋଚକୁ ଟ୍ରେନ୍ରୁ ଅଲଗା କରାଯାଇଥିଲା। ରେଲୱେ ପୁଲିସ୍ ଓ ଫରେନ୍ସିକ୍ ଟିମ୍ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି।
from Odisha Reporter http://bit.ly/2Fd4bFP
No comments:
Post a Comment