
କୋଲକାତା: କୁକୁରଙ୍କ ଉପରେ ହେଉଥିବା ଅତ୍ୟାଚାରର ଆଉ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। କୋଲକାତା ସରକାରଙ୍କ ଦ୍ୱାରା ପରିଚାଳିତ ଏନ୍ଆରଏସ୍ ମେଡିକାଲ ଓ କଲେଜ ହସ୍ପିଟାଲ୍ ନିକଟରୁ ୧୬ଟି କୁକୁର ଛୁଆଙ୍କ କ୍ଷତାକ୍ତ ମୃତଦେହ ଏକ ପ୍ଲାଷ୍ଟିକ୍ ବ୍ୟାଗ୍ରୁ ମିଳିଛି।
ଏହି ହସ୍ପିଟାଲ୍ର ଛାତ୍ରଛାତ୍ରୀଙ୍କ କହିବା ଅନୁଯାୟୀ, ୨ ଜଣ ମହିଳା ଲୁହା ରଡ୍ରେ ଏହି କୁକୁର ଛୁଆଙ୍କୁ ପିଟିପିଟି ହତ୍ୟା କରିଛନ୍ତି। ହେଲେ ଏନେଇ ପୁଲିସ୍ କିଛି ପ୍ରମାଣ ପାଇନାହିଁ। ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ଏକ ସିସିଟିଭିକୁ ଜବତ କରି ପୁଲିସ୍ ତଦନ୍ତ ଆରମ୍ଭ କରିଛି।
ଏନ୍ଆରସି ମେଡିକାଲ କଲେଜ୍ ଓ ହସ୍ପିଟାଲ୍ ମଧ୍ୟରେ ଥିବା ଏକ ଅଳିଆଗଦା ମଧ୍ୟରେ ଗୋଟିଏ ପ୍ଲାଷ୍ଟିକ୍ ବ୍ୟାଗ୍ ପଡ଼ିଥିଲା। ଏହା ମଧ୍ୟରୁ ଏକ କ୍ଷତାକ୍ତ କୁକୁର ଛୁଆ ବାହାରୁଥିବା ପ୍ରଥମେ ଜଣେ ସ୍ଥାନୀୟ ମହିଳା ଦେଖିଥିଲେ। ଏହାପରେ ସେ ପଶୁମାନଙ୍କ ପାଇଁ କାର୍ଯ୍ୟ କରୁଥିବା ଜଣେ ବ୍ୟକ୍ତିଙ୍କୁ ସୂଚନା ଦେଇଥିଲେ।
ସେ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ପ୍ଲାଷ୍ଟିକ୍ ବ୍ୟାଗ୍ରୁ ୧୬ଟି କୁକୁର ଛୁଆଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରିଥିଲେ। ଲୋକଙ୍କ ଭିଡ଼ ଜମିବାରୁ ମେଡିକାଲ ପକ୍ଷରୁ ପୁଲିସ୍କୁ ଖବର ଦିଆଯାଇଥିଲା। ପୁଲିସ୍ ଏଫ୍ଆଇଆର୍ ରୁଜୁ କରିବା ସହ କୁକୁର ଛୁଆମାନଙ୍କ ଶବଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ନିକଟସ୍ଥ ଭେଷଜ କେନ୍ଦ୍ରକୁ ପଠାଇଥିଲା।
ଏହାର କିଛି ଘଣ୍ଟା ପରେ ଏହାକୁ ନେଇ ସୋଶାଲ୍ ମିଡିଆରେ ଝଡ଼ ସୃଷ୍ଟି ହୋଇଛି। ପୁଲିସ୍ ଜବତ କରିଥିବା ସିସିଟିଭିରେ ଦୁଇ ଜଣ ମହିଳା କିଛି କୁକୁର ଛୁଆଙ୍କୁ ପିଟୁଥିବାର ଦୃଶ୍ୟ ରହିଥିବା କୁହାଯାଉଛି। ପୁଲିସ୍ ମହିଳା ଦ୍ୱୟଙ୍କୁ ଚିହ୍ନଟ କରିଛି ଏବଂ ତୁରନ୍ତ ସେମାନଙ୍କୁ ଗିରଫ କରିବ ବୋଲି ବିଶେଷ ସୂତ୍ରୁ ଜଣାପଡ଼ିଛି।
from Odisha Reporter http://bit.ly/2CjdXT1
No comments:
Post a Comment