ଓଏଏସ୍‌ ପ୍ରଭାତୀ କହିଲେ, କିଛି ବି ବଦଳିନି ‘ମୁଁ ସେହି ମଙ୍ଗୁଳୁ ଝୋଡ଼ିଆର ଝିଅ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 3, 2019

ଓଏଏସ୍‌ ପ୍ରଭାତୀ କହିଲେ, କିଛି ବି ବଦଳିନି ‘ମୁଁ ସେହି ମଙ୍ଗୁଳୁ ଝୋଡ଼ିଆର ଝିଅ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ପଛୁଆ ଗାଁର ଆଗୁଆ ଝିଅ। ଆଦିବାସୀ ଇଲାକାର ଝୋଡ଼ିଆ ସମ୍ପ୍ରଦାୟର ପ୍ରଥମ ଝିଅ ଭାବେ ଓଏଏସ୍‌ ପାଇ ଥିବା ପ୍ରଭାତୀ ଝୋଡ଼ିଆଙ୍କୁ ନେଇ କେତେ କ’ଣ ଚର୍ଚ୍ଚା। ରାୟଗଡ଼ା ଜିଲା କାଶୀପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ପୁହୁଣ୍ଡି ଅଞ୍ଚଳର ମୂଳ ବାସିନ୍ଦା ପ୍ରଭାତୀ ଝୋଡ଼ିଆ ଓଏଏସ (ଓଡ଼ିଶା ପ୍ରଶାସନିକ ସେବା) ପାଇବା ପରେ କିଛି ଦିନ ହେଲା ସେ ଗଣମାଧ୍ୟମ ଶିରୋନାମାରେ ରହି ଆସିଛନ୍ତି। ପିତା ମଙ୍ଗଳ ଝୋଡ଼ିଆ ଓ ମା’ କୁମୁଦିନି ଝୋଡ଼ିଆଙ୍କ ଝିଅ ପ୍ରଭାତୀ ଓଏଏସ୍‌ ସଫଳତା ପାଇବା ପରେ ‘ଓଟିଭି’ ଖୋଲାକଥାରେ ଅତିଥି ହୋଇ ଆସିଥିଲେ। ଆଉ ଏହି କାର୍ଯ୍ୟକ୍ରମରେ ସେ ତାଙ୍କର ସଫଳତାର ମନ୍ତ୍ର, ଆଦର୍ଶ, ପ୍ରେରଣା ଓ ଆଗାମୀ ଆଶାୟୀଙ୍କୁ ଗୁରୁ ମନ୍ତ୍ର ସମ୍ପର୍କରେ ଅନେକ କିଛି କହିଥିଲେ। ତେବେ ପୂରା ଇଣ୍ଟରଭ୍ୟୁ ଉପରେ ନଜର ପକାନ୍ତୁ। ପ୍ରଭାତୀ କହିଥିଲେ ଯେ, ମୋର ସଫଳତା ଆମ ଅଞ୍ଚଳ ପାଇଁ  ଗୌରବର ବିଷୟ ।

ଆମ ଅଞ୍ଚଳର ଦଳିତ, ନିଷ୍ପେଷିତ ଓ ଅବହେଳିତ ଲୋକଙ୍କ ପାଇଁ କିଛି କରିବାକୁ ଚାହୁଁଥିଲି । ତେଣୁ ପ୍ରଶାସନିକ ଅଧିକାରୀ ହେବାକୁ ମନ ବଳାଇଲି । ଅଧ୍ୟାପିକା ଥିଲେ । ତେଣୁ ଶିକ୍ଷକତାରୁ ସମୟ ବାହାର କରି କେମତି ଓଏଏସ ପାଇଁ ପ୍ରସ୍ତୁତି ହେଉଥିବା ପ୍ରଶ୍ନ ହେବାରୁ ସେ କହିଲେ, ମତେ ଯୁକ୍ତ ୨ ଓ ଯୁକ୍ତ ୩  ପିଲାଙ୍କୁ ପଢ଼େଇବାକୁ ପଡ଼ୁଥିଲା । ମୋର ଟାସ୍କ ଥିଲା ମ୍ୟାଥ୍‌ମେଟିକ୍ସ । ପାଠପଢ଼ାଉ ଥିବା ବେଳେ ସେଥିରୁ ଅନେ କିଛି ଶିଖି ଯାଇଥିଲି । ଆଉ ସେଥିରେ ମୁଁ ଖୁବ୍‌ ସବଳ ଥିଲି । ହେଲେ ମୋର ଓଏଏସ ପାଇଁ ଭୂଗଳ ଏବଂ ପବ୍ଲିକ୍‌ ଆଡମିନିଷ୍ଟ୍ରେସନ୍‌ ଥିଲା।

ଯେହେତୁ ପ୍ରଶାସନିକ ଅଧିକାରୀଙ୍କ ପାଇଁ ଭୂଗଳ ଜାଣିବା ନିହାତି ଦରକାର । କାରଣ ଯେକୌଣସି ସ୍ଥାନରରେ ନିଯୁକ୍ତି ହେଲେ ସେଠାକାର  ଭୌଗଳିକ ପରିସ୍ଥିତି ଉପରେ ନିହାତି ଜାଣିବା ଦରକାର । କାରଣ ଯଦି ଆମେ ସିଲେକ୍ଟ ହୋଇ ସେହି ଜାଗାରେ ଚାକିରି କଲୁ ତେବେ ସରକାରୀ ଯୋଜନା ଗୁଡ଼ିକୁ ଠିକ୍‌ ଭାବେ କାର୍ଯ୍ୟକାରୀ କରିପାରିବୁ। ଆଉ ଗୋଟିଏ ହେଲା ପବ୍ଲିକ ଆଡମିନିଷ୍ଟ୍ରେଶନ୍‌। ଯେହେତୁ ମୁଁ ଭବିଷ୍ୟତରେ ଜଣେ ଅଧିକାରୀ ହେବି ସେଥିଲାଗି ମୁଁ ଏହି ବିଷୟକୁ ବାଛିଲି। ଅଧ୍ୟାପନାରୁ ବାହାରି କାହିଁକି ଅଧିକାରୀ ହେବାକୁ ମନବଳାଇଲେ ବୋଲି ପ୍ରଶ୍ନ ହେବାରୁ ଉତ୍ତରରେ ଝୋଡ଼ିଆ କହିଥିଲେ ମୋର ଛୋଟବେଳୁ ଗୋଟିଏ ସ୍ୱପ୍ନ ଥିଲା ପ୍ରଶାସନିକ ଅଧିକାରୀ ହେବାକୁ । ମୋର ନିଜର ସ୍ୱପ୍ନ ଯାହା ଥିଲା ତାକୁ ମୁଁ ପୂରଣ କରିବାକୁ ଏହି କ୍ଷେତ୍ରକୁ ଆସିଛି ।

କେବଳ ମୋର ନୁହେଁ ମୋରି ଆଖିରେ ସାଧାରଣ ଲୋକଙ୍କ ସ୍ୱପ୍ନ ହିଁ ମୁଁ ଦେଖି ଆସିଛି। ପ୍ରଶାସନିକ ସେବା ପାଇଁ ପ୍ରସ୍ତୁତ କରୁଥିବା ଆଗାମୀ ଯୁବପିଢିଙ୍କ ପାଇଁ ସଫଳତାର ମନ୍ତ୍ର ହେଉଛି  କଠିନ ପରିଶ୍ରମ ଓ ଦୃଢ ଆତ୍ମବିଶ୍ୱାସ ବୋଲି ସେ କହିଥିଲେ। ଏହି ଦୁଇଟି ଜିନିଷ ମତେ ଆଜି ସଫଳ କରିଛି । ମୋ ବାପା ଓ ମା’ ମୋର ପ୍ରେରଣାର ସ୍ରୋତ । ମୋ ଗାଁ ବି ମୋ ପାଇଁ ପ୍ରେରଣା ଦାୟୀ । ଆମେ ଗୋଟିଏ ରକ୍ଷଣଶୀଳ ସମାଜରେ ରହୁଛୁ । ବହୁ ଲୋକ ମୋ ମା’ଙ୍କୁ କୁହନ୍ତି ଝିଅମାନଙ୍କୁ କାହିଁ ଏତେ ପାଠ ପଢ଼ାଉଛୁ । ବାହାଘର ପାଇଁ ପୁଅ ମିଳିବେନି। ହେଲେ ମୋ ମା ସେମାନଙ୍କ କଥାକୁ ଭ୍ରୁକ୍ଷେପ କରିନଥିଲେ । ମୋ ମା’ କହୁଥିଲେ ହଉ ଠିକ୍ ଅଛି ସେ ପାଠ ପଢି ନିଜର ପେଟ ତ’ ପୋଷିପାରିବେ।

ତାଙ୍କୁ କେହି ପୋଷିବା ଦରକାର ନାହିଁ । ଆଦିବାସୀ ସମ୍ପ୍ରଦାୟ ପଛୁଆ ରହିବାର କାରଣ ଦାରିଦ୍ର‌୍ୟତା ଓ ଅଶିକ୍ଷା ବୋଲି କହିଥିଲେ ପ୍ରଭାତୀ । ଓପିଏସ୍‌ସି ଓ ୟୁପିଏସ୍‌ସି ପ୍ରସ୍ତୁତି କରୁଥିବା ଆଶାୟୀମାନଙ୍କ ମଧ୍ୟରେ ଗୋଟିଏ ଉତ୍ସାହ ଥାଏ । କାରଣ ୩ଟି ପର୍ଯ୍ୟାୟ ତଥା, ପ୍ରିଲିମି, ମେନ୍‌ ଓ ପର୍ସନାଲିଟି ଟେଷ୍ଟ ପରୀକ୍ଷା ହୋଇଥାଏ। କୁହାଯାଏ ପର୍ସନାଲିଟି ଟେଷ୍ଟରେ ଆଶ୍ଚର୍ଯ୍ୟଜନକ ପ୍ରଶ୍ନ ପଚରାଯାଏ । ଆପଣଙ୍କ ପାଇଁ କ’ଣ ଥିଲା ପ୍ରଶ୍ନ । ଯେହେତୁ ମୁଁ ଅଧ୍ୟାପନାରେ ଅଛି । ମୁଁ ସବୁବେଳେ କଲେଜକୁ ଶାଢି ପିନ୍ଧି ଯାଏ । ତେଣୁ ଇଣ୍ଟରଭ୍ୟୁକୁ ମଧ୍ୟ ଏକ କୋଟପାଡ଼ ଶାଢି ପିନ୍ଧି ଯାଇଥିଲି । ସେମାନଙ୍କର ଫୋକସ ମୋ ଶାଢି ଉପରେ ପଡ଼ିଥିଲା । ଆଉ ପ୍ରଶ୍ନ ବି ଶାଢି ଉପରେ ଥିଲା ।

କୋଟପାଡ଼ ଶାଢ଼ି ଉପରେ ପଚାରିଥିଲେ। ତା’ର ଜିଆଇ ଟ୍ୟାଗ୍‌ ଉପରେ ପଚାରିଥିଲେ। କୋଟପାଡ଼ ଶାଢିର ସ୍ୱତନ୍ତ୍ରତା କ’ଣ ପଚାରିଥିଲେ। ଆଗକୁ ରାଜନୀତି କରିବେ ନାହିଁ ପ୍ରଶ୍ନ ହେବାରୁ ପ୍ରଭାତୀ କହିଥିଲେ ସେ କଥା ସମୟ ହିଁ କହିବ। ମୁଁ ରାଜନୀତିକୁ ଆସିବି କି ପ୍ରଶାସନିକ ସେବାରେ ରହିବ।।

ଓଏଏସ୍‌ ପରୀକ୍ଷାର ସଫଳତା ପରେ ନିଜ ଗାଁକୁ ଯିବା ଏବଂ ସେଠାକାର ନିଜର ଲୋକଙ୍କୁ  ଭେଟିବା ନେଇ ଅନୁଭୂତି ସମ୍ପର୍କରେ ପ୍ରଶ୍ନ ହୋଇଥିଲା। ଏହାର ଉତ୍ତରରେ ପ୍ରଭାତୀ କହିଥିଲେ ଓପିଏସ୍‌ସି ସଫଳତା ପରେ ମୁଁ କେବେ ବଦଳିଯାଇନି। ମୋ ଗାଁ ପ୍ରତି ମୋର ସେହି ମମତା,ଭଲପାଇବା ଓ ଶ୍ରଦ୍ଧା ରହିଛି। ସମସ୍ତେ ମୋର ନିଜର।ସେଇ ଗାଁ ଆଉ ମୁଁ ସେହି ମଙ୍ଗୁଳୁ ଝୁଡ଼ିଆର ଝିଅ। ତାହା କେବେ ବଦଳିବିନି।



from Odisha Reporter http://bit.ly/2AtZCmy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages