ବଲାଙ୍ଗିରରେ ୧୫୪୫ କୋଟି ଟଙ୍କାର ପ୍ରକଳ୍ପର ଉଦ୍‌ଘାଟନ କଲେ ମୋଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 15, 2019

ବଲାଙ୍ଗିରରେ ୧୫୪୫ କୋଟି ଟଙ୍କାର ପ୍ରକଳ୍ପର ଉଦ୍‌ଘାଟନ କଲେ ମୋଦି

modi56

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବଲାଙ୍ଗିର ଗସ୍ତରେ ଆସି ପ୍ରାୟ ୧୫୪୫ କୋଟି ଟଙ୍କାର ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି। ବଲାଙ୍ଗିର ରେଳ ଷ୍ଟେସନ ନିକଟରେ ଆୟୋଜିତ ଏକ ସରକାରୀ କାର୍ଯ୍ୟକ୍ରମରେ ସେ ଯୋଗ ଦେଇ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ କରିଥିଲେ।

ଆଜି ପ୍ରଧାନମନ୍ତ୍ରୀ ଝାରସୁଗୁଡ଼ାରେ ମଲ୍‌ଟି ମୋଡାଲ ଲଜିଷ୍ଟିକ ପାର୍କ, ଝାରସୁଗୁଡ଼ା-ବିଜୟନଗରମ ଓ ସମ୍ବଲପୁର-ଅନୁଗୋଳ ରେଳଲାଇନର ବିଦ୍ୟୁତ୍ କରଣର ଲୋକାର୍ପଣ କରିଥିଲେ। ସେହିପରି ଥେରୁବାଲି-ସିଙ୍ଗାପୁର ରୋଡ୍ ମଧ୍ୟରେ ୫୮୮ ନମ୍ବର ବ୍ରିଜର ମଧ୍ୟ ଲୋକାର୍ପଣ କରିଥିଲେ। ଏହାସହ ବରପାଲି-ଡୁଙ୍ଗୁରିପାଲି ଓ ବଲାଙ୍ଗିର-ଦେଓଗାଁ ରୋଡ ରେଳ ଲାଇନ ଦୋହରୀକରଣର ମଧ୍ୟ ଉଦ୍‌ଘାଟନ କରିଥିଲେ। ପ୍ରଧାନମନ୍ତ୍ରୀ ଏଠାରୁ ୬ ଟି ସହରରେ ନୂଆ ପାସପୋର୍ଟ ସେବା କେନ୍ଦ୍ରର ମଧ୍ୟ ଉଦ୍‌ଘାଟନ କରିଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁଜ ପତାକା ଦେଖାଇ ବଲାଙ୍ଗିର-ବିଛୁପାଲି ମଧ୍ୟରେ ରେଳ ଚଳାଚଳର ମଧ୍ୟ ଶୁଭାରମ୍ଭ କରିଥିଲେ। ଏହା ଦ୍ୱାରା ଖୋର୍ଦ୍ଧା-ବଲାଙ୍ଗିର ରେଳପଥରେ ପ୍ରଥମ ଥର ପାଇଁ ବଲାଙ୍ଗିର ପଟୁ ରେଳ ଚଳାଚଳ ଆରମ୍ଭ ହୋଇଛି।

ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ଗଣେଶୀ ଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ, ସାଂସଦ କଳିକେଶ ସିଂହଦେଓ, ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଓ ବିରୋଧୀ ଦଳ ନେତା ତଥା ବିଧାୟକ ନରସିଂହ ମିଶ୍ର ଉପସ୍ଥିତ ଥିଲେ।

ଆଜି ପ୍ରଧାନମନ୍ତ୍ରୀ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ଛତିଶଗଡ଼ର ରାୟପୁରରୁ ଆସି ବଲାଙ୍ଗିରରେ ପହଞ୍ଚିଥିଲେ। ରେଲୱେ ୟାର୍ଡ ହେଲିପ୍ୟାଡରେ ଓହ୍ଲାଇବା ପରେ ରେଲେଓ୍ୱ ଷ୍ଟେସନ ପଡ଼ିଆରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।



from Odisha Reporter http://bit.ly/2Fs40X8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages