
ଆଡେଲେଡ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଶେଷ ହୋଇଥିବା ଦ୍ୱିତୀୟ ଦିନିକିଆରେ କେବଳ ବ୍ୟାଟିଂ ନୁହେଁ ମହେନ୍ଦ୍ର ସିଂହ ଧୋନି କିପିଂରେ ମଧ୍ୟ ସମସ୍ତଙ୍କ ହୃଦୟ ଜିତି ନେଇଛନ୍ତି। ଧୋନିଙ୍କ ଷ୍ଟମ୍ପିଂ ଦେଖି କଙ୍ଗାରୁ ଟିମ୍ର ବ୍ୟାଟସ୍ମ୍ୟାନ୍ ପିଟର ହ୍ୟାଣ୍ଡସ୍କମ୍ବ ଜଳକା ହୋଇଯାଇଛନ୍ତି। ବିଜୁଳି ବେଗରେ ଧୋନି ଷ୍ଟମ୍ପିଂ କରିବାରୁ ହ୍ୟାଣ୍ଡସ୍କମ୍ବଙ୍କୁ ବାଧ୍ୟ ହୋଇ ପ୍ୟାଭିଲିୟନ୍ ଫେରିବାକୁ ପଡ଼ିଥିଲା।
ଅଷ୍ଟ୍ରେଲିଆ ବ୍ୟାଟିଂ କରୁଥିବା ବେଳେ ୨୮ତମ ଓଭର୍ରେ ଏଭଳି ଘଟଣା ଘଟିଥିଲା। ଏହି ଓଭର୍ଟି ରବୀନ୍ଦ୍ର ଜାଡେଜା ବୋଲିଂ କରୁଥିବା ବେଳେ ସାମ୍ନାରେ ହ୍ୟାଣ୍ଡସ୍କମ୍ବ ରହିଥିଲେ।
ହ୍ୟାଣ୍ଡସ୍କମ୍ବ ଏହି ସମୟରେ ଜାଡେଜାଙ୍କ ଏକ ବଲ୍କୁ ଆଣ୍ଠେଇ ଲେଗ୍ ସାଇଡ୍ରେ ମାରିବାକୁ ଚେଷ୍ଟା କରୁଥିଲେ। କିନ୍ତୁ ଏହା ତାଙ୍କ ବ୍ୟାଟ୍ରେ ବାଜି ନଥିଲା। ବଲ୍ଟି ଧୋନିଙ୍କ ହାତରେ ପଡ଼ିବା କ୍ଷଣି ସେ ଏଭଳି ବିଜୁଳି ବେଗରେ ଷ୍ଟମ୍ପିଂ କରିଦେଇଥିଲେ ଯେ ହ୍ୟାଣ୍ଡସ୍କମ୍ବ ଗୋଟିଏ ଇଞ୍ଚ ମଧ୍ୟ ଘୁଞ୍ଚି ପାରି ନଥିଲେ।
ତୃତୀୟ ଅମ୍ପାୟାର ଏହାକୁ ଆଉଟ୍ ଦେବା ପୂର୍ବରୁ ହ୍ୟାଣ୍ଡସ୍କମ୍ବ ପ୍ୟାଭିଲିୟନ୍ ଆଡ଼େ ଚାଲିବା ଆରମ୍ଭ କରିଥିଲେ। କାରଣ ଧୋନିଙ୍କ ଷ୍ଟମ୍ପିଂ ବେଗ ଆଗରେ ସେ ନଟଆଉଟ୍ ଥିବେ ବୋଲି ଆଶା କରି ନଥିଲେ।
ଏହି ବିଜୁଳି ବେଗର ଷ୍ଟମ୍ପିଂ ଭିଡିଓଟି ଏବେ ଭାଇରାଲ୍ ହେବାରେ ଲାଗିଛି।
ଦେଖନ୍ତୁ ଭିଡିଓ
OUT! MS Dhoni stumps Peter Handscomb (20) as Ravindra Jadeja strikes! Australia 134/4 in 27.2 overs.#AUSvIND pic.twitter.com/nIYB3M2TZA
— Kaleem Tariq (@kaleemt17) January 15, 2019
from Odisha Reporter http://bit.ly/2RNRbMB
No comments:
Post a Comment