ବିଜେପିକୁ ସହଯୋଗୀଙ୍କ ଧମକ: ‘ଇଟ୍‌ ସେ ଇଟ୍‌ ବଜା ଦେଙ୍ଗେ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 30, 2019

ବିଜେପିକୁ ସହଯୋଗୀଙ୍କ ଧମକ: ‘ଇଟ୍‌ ସେ ଇଟ୍‌ ବଜା ଦେଙ୍ଗେ’

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ଏନ୍‌ଡିଏ ମେଣ୍ଟକୁ ବଡ଼ ଝଟକା ଲାଗିଛି। ଯାହାକୁ ନେଇ ସହଯୋଗୀ ଓ ବିଜେପି ମଧ୍ୟରେ ଚାଲିଥିବା ଭିତିରି ତିକ୍ତତା ପଦାରେ ପଡ଼ିଛି। ନିର୍ବାଚନ ପୂର୍ବରୁ ବିଜେପି ଓ ଏହାର ସର୍ବ ପୂରାତନ ସହଯୋଗୀ ଶିରୋମଣି ଅକାଳୀ ଦଳ ମଧ୍ୟରେ ମେଣ୍ଟ ଭାଙ୍ଗିବାର ଆଶଙ୍କା ପ୍ରକାଶ ପାଇଛି।

ଗୁରୁଦ୍ୱାରା ମାମଲାରେ ହସ୍ତକ୍ଷେପକୁ ନେଇ ଶିରୋମଣି ଅକାଳୀ ଦଳ ବିଜେପିକୁ ଅଲ୍‌ଟିମେଟମ ଦେଇଛି। ବିଜେପି ତଖତ୍‌ ଓ ଗୁରୁଦ୍ୱାରା ମାମଲାରେ ହସ୍ତକ୍ଷେପ କରିବା ବନ୍ଦ ନକଲେ ମେଣ୍ଟ ଆମ ପାଇଁ କିଛି ମାନେ ରଖିବ ନାହିଁ। ଆମେ ବିଜେପି ସରକାରଙ୍କ ‘ଇଟ୍‌ ସେ ଇଟ୍‌ ବଜା ଦେଙ୍ଗେ’ ବୋଲି ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି।

ଦଳର ମହାସଚିବ ମନଜିନ୍ଦର ସିଂହ ସିରସା କହିଛନ୍ତି, “ଆମ ପାଇଁ ମେଣ୍ଟ ମୁଖ୍ୟ ନୁହେଁ। ଆମ ପାଇଁ ସିଟ୍‌ ଗୁରୁତ୍ୱପୂର୍ଣ୍ଣ ନୁହେଁ। ସାଂସଦ, ବିଧାୟକ ଓ ମନ୍ତ୍ରୀ ହେବା ବି ଆମ ପାଇଁ ଜରୁରୀ ନୁହେଁ। ଆମ ପାଇଁ ଆମ ଗୁରୁ ଘର ଅଧିକ ଜରୁରୀ। ଯଦି ବିଜେପି ଗୁରୁଦ୍ୱାରା ଗୁଡିକର କାର୍ଯ୍ୟରେ ଖସ୍ତକ୍ଷେପ କରେ ତେବେ ଆମେ ଯେ କୌଣସି ସ୍ଥିତିକୁ ଯିବାକୁ ପ୍ରସ୍ତୁତ ଅଛୁ। କାରଣ ଜଣେ ଶିଖ ପାଇଁ ତା’ର ପବିତ୍ର ସ୍ଥାନ ଗୁରୁଦ୍ୱାରା ସବୁଠାରୁ ଉପରେ।”

ସେ ଆହୁରି କହିଛନ୍ତି, “ବିଜେପି ପ୍ରଥମେ ପାଟନା ସାହେବକୁ ନିଜ ଅକ୍ତିଆରକୁ ନେବାକୁ ଚେଷ୍ଟା କରିଥିଲା। ଯାହାକୁ ସୁଖବୀର ବାଦଲ, ଅମିତ ଶାହଙ୍କ ସହ ଆଲୋଚନା କରି ସମାଧାନ କରିଥିଲେ। ନନ୍ଦେଡର ତଖତ୍‌ ହଜୁର ସାହେବରେ ସେମାନେ (ବିଜେପି) ନିଜ ବିଧାୟକଙ୍କୁ ମୁଖ୍ୟ କରିଦେଲେ। ଏବେ ଆଇନ୍‌କୁ ବି ବଦଳାବାକୁ ଯାଉଛନ୍ତି। ଏହାଦ୍ୱାରା ସେଠାରେ ମୁଖ୍ୟ କିଏ ହେବ ଏହାର ନିଷ୍ପତ୍ତି ସବୁ ବେଳେ ସରକାର ନେବେ।”

ସେ ଅଭିଯୋଗ କରିଛନ୍ତି ଯେ, ବିଜେପି ସରକାର ନିର୍ବାଚନ ବଦଳରେ ପଛଦ୍ୱାର ଦେଇ ନିଜ ଲୋକଙ୍କୁ ମୁଖ୍ୟ ପଦରେ ବସାବାକୁ ଚାହୁଁଛି। ଆମ ପାଇଁ ମେଣ୍ଟ କୌଣସି ମହତ୍ୱ ରଖେନାହିଁ। ଗୁରୁଦ୍ୱାରାର ମୁଖ୍ୟ କିଏ ହେବ ଏହାର ନିଷ୍ପତ୍ତି ନେବାର ଅଧିକାର କେବଳ ଶିଖଙ୍କର, ସରକାରଙ୍କର ନୁହେଁ। ଯଦି କେହି ଏହି ଅଧିକାର ଛଡାଇ ନେବାକୁ ଚେଷ୍ଟା କରେ ତେବେ ତାଙ୍କୁ ଭୟାବହ ପରିଣାମ ଭୋଗିବାକୁ ପଡ଼ିବ। ଯେତେବେଳେ କେହି ନଥିଲେ ଆମେ ବିଜେପି ସହ ଥିଲୁ। ଏବେ ସମସ୍ତେ ଥିବାରୁ ବିଜେପିକୁ ଆମର ଆଉ ଆବଶ୍ୟକତା ନାହିଁ।



from Odisha Reporter http://bit.ly/2G06PPq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages