
ଲାସ୍ ଭେଗାସ୍: ଦୁଷ୍କର୍ମ ଭଳି ମାମଲାରେ ଛନ୍ଦି ହୋଇ କଳଙ୍କ ମୁଣ୍ଡାଇଥିବା ବିଶ୍ୱର ପ୍ରଖ୍ୟାତ ଫୁଟବଲର କ୍ରିଷ୍ଟିଆନୋ ରୋନାଲଡୋଙ୍କ ଡିଏନ୍ଏ ପରୀକ୍ଷା ହେବ। ଏନେଇ ଆଜି ଲାସ୍ ଭେଗାସ୍ ପୁଲିସ୍ ୱାରେଣ୍ଟ ଜାରି କରିବା ସହ ରୋନାଲଡୋଙ୍କୁ ନିଜର ଡିଏନ୍ଏ ନମୁନା ପଠାଇବାକୁ ନିର୍ଦ୍ଦେଶ ଦେଇଛି।
କ୍ରମାଗତ ୫ଥର ପାଇଁ ବିଶ୍ୱର ଶ୍ରେଷ୍ଠ ଖେଳାଳି ହୋଇଥିବା ରୋନାଲଡୋ ଏବେ ଇଟାଲିୟ ଫୁଟବଲ୍ କ୍ଲବ ଜୁଭେନ୍ଟସ୍କୁ ପ୍ରତିନିଧିତ୍ୱ କରୁଛନ୍ତି। ସେ ଏଭଳି ଦୁଷ୍କର୍ମ ଅଭିଯୋଗକୁ ଖଣ୍ଡନ କରିଥିଲେ ହେଁ ପୁଲିସ୍ର ତଦନ୍ତରେ ସମସ୍ତ ପ୍ରକାରର ସହଯୋଗ କରିବେ ବୋଲି କହିଛନ୍ତି।
ରୋନାଲଡୋଙ୍କ ଓକିଲ କହିଛନ୍ତି, ୨୦୦୯ରେ ଲାସ୍ ଭେଗାସ୍ଠାରେ ବୁଝାମଣା ଭିତ୍ତିରେ ମହିଳାଙ୍କ ସହ ରୋନାଲଡୋ ସମ୍ପର୍କ ରଖିଥିଲେ। ତେଣୁ ଏଥିରେ ରୋନାଲଡୋଙ୍କ ଭୁଲ କିଛି ନାହିଁ। ପୁଲିସ୍ କେବଳ ତଦନ୍ତ ପାଇଁ ଜରୁରୀ ଡିଏନ୍ଏ ମାଗିଛି। ଆମେ ଏଥିରେ ପୂର୍ଣ୍ଣ ସହାୟତା କରିବୁ।
ଗତବର୍ଷ ୩୪ ବର୍ଷୀୟ ମଡେଲ୍ କାଥ୍ରୀନ ମାଓରଗା ନେଭାଡା ଠାରେ ରୋନାଲ୍ଡଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ଏହି ଅଭିଯୋଗ ପରେ ରୋନାଲଡୋଙ୍କୁ ପର୍ତ୍ତୁଗାଲର ଜାତୀୟ ଟିମ୍ରୁ ବାଦ ଦିଆଯାଇଛି
from Odisha Reporter http://bit.ly/2D2cNN1
No comments:
Post a Comment