ମହାରଥୀଙ୍କ ବହିଷ୍କାର ଦାବିରେ ଅଟଳ ବିଜେପି ମହିଳା: ନବୀନ ନିବାସ ଆଗରେ ବ୍ୟାନର ଲଗେଇବାକୁ ପ୍ରୟାସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 2, 2019

ମହାରଥୀଙ୍କ ବହିଷ୍କାର ଦାବିରେ ଅଟଳ ବିଜେପି ମହିଳା: ନବୀନ ନିବାସ ଆଗରେ ବ୍ୟାନର ଲଗେଇବାକୁ ପ୍ରୟାସ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ବହିଷ୍କାର ଦାବିରେ ଗତକାଲି ନବୀନ ନିବାସ ଘେରାଉ ଉଦ୍ୟଦ କରି ବିଫଳ ହୋଇଥିବା ବିଜେପି ମହିଳା ମୋର୍ଚ୍ଚା, ଆଜି ପୁଣିଥରେ ନବୀନ ନିବାସ ଆଗରେ ବ୍ୟାନର ଲଗାଇବାକୁ ପ୍ରୟାସ କରିଛି। ମୁଖ୍ୟମନ୍ତ୍ରୀ ସବୁ ଜାଣି ନିରବ ରହୁଥିବାରୁ ଏଭଳି ‘ଚୂଡ଼ିପିନ୍ଧା ସରକାର’ ଆଉ କ୍ଷମତାରେ ରହିବାକୁ ଯୋଗ୍ୟ ନୁହେଁ ବୋଲି କହିବା ସହ ମହାରଥୀ ମନ୍ତ୍ରୀ ପଦରୁ ବହିଷ୍କାର ନହେବା ପର୍ଯ୍ୟନ୍ତ ପ୍ରତିବାଦ ଜାରି ରଖିବାକୁ ବିଜେପି ମହିଳା ମୋର୍ଚ୍ଚା ନିଷ୍ପତ୍ତି ନେଇଛି।

ଆଜି ଭୁବନେଶ୍ୱର ଜିଲ୍ଲା ମହିଳା ବିଜେପି ମୋର୍ଚ୍ଚାର କର୍ମକର୍ତ୍ତାମାନେ ଦୁଇଟି ଗାଡ଼ିରେ ଯାଇ ନବୀନ ନିବାସକୁ ଧସେଇ ପଶି ସେଠାରେ ବ୍ୟାନର ଲଗାଇବାକୁ ଉଦ୍ୟମ କରିଥିଲେ। ତେବେ ପୂର୍ବରୁ ପ୍ରସ୍ତୁତ ଥିବା ପୁଲିସ ସେମାନଙ୍କ ସହ ବଳପ୍ରୟୋଗ କରିଥିଲା। ପ୍ରାୟ ୧୫ ଜଣ ମହିଳା ନେତ୍ରୀଙ୍କୁ ପୁଲିସ ଗିରଫ କରିଛି। ମହିଳା ମୋର୍ଚ୍ଚାର ସ୍ମୃତି ପଟ୍ଟନାୟକ, ନିୟତି ଗିରି, ରଶ୍ମୀରେଖା ଦାସ, ନିରୁପମା ଜେନା, ବିଜୟଲକ୍ଷ୍ମୀ ମହାପାତ୍ର, ତନୁଶ୍ରୀ ପଟେଲ, ନିରୁପମା ଦାସ, ସୁଭାଷିନୀ ପୃଷ୍ଟି, ଉନ୍ନତି ପରିଡ଼ା ପ୍ରମୁଖ ନେତ୍ରୀମାନେ ପୁଲିସର ଏହି ବଳପ୍ରୟୋଗକୁ ନିନ୍ଦା କରିବା ସହ ମହାରଥୀଙ୍କୁ ବହିଷ୍କାର ନକରି ମୁଖ୍ୟମନ୍ତ୍ରୀ ନିରବଦ୍ରଷ୍ଟା ସାଜିଥିବାରୁ ତାଙ୍କୁ କଡ଼ା ସମାଲୋଚନା କରିଥିଲେ।

ସେମାନେ କହିଛନ୍ତି, ଏହି ସରକାର ମହିଳାମାନଙ୍କୁ ନ୍ୟାୟ ପ୍ରଦାନରେ ବିଫଳ ହୋଇଛି। ପିପିଲି ଗଣଦୁଷ୍କର୍ମ ଘଟଣାରେ ମହାରଥୀ ଦେଇଥିବା ବୟାନ ମହିଳା ବିରୋଧୀ। ତାଙ୍କୁ ବହିଷ୍କାର ନକରି ମୁଖ୍ୟମନ୍ତ୍ରୀ ଚୁପ୍ ହୋଇ ବସିଛନ୍ତି। ଏ ସରକାର ମହିଳାଙ୍କ ସମ୍ମାନ ପ୍ରତି ସାମାନ୍ୟତମ ଦୃଷ୍ଟି ଦେଉନି। ମୁଖ୍ୟମନ୍ତ୍ରୀଙ୍କୁ ଗତକାଲି ଚୂଡ଼ି ଦେବାକୁ ବିଜେପି ମହିଳା ମୋର୍ଚ୍ଚା ଆସିଥିଲା। କିନ୍ତୁ ପୁଲିସ ବଳପ୍ରୟୋଗ କରି ଘଉଡ଼ାଇ ଦେଇଥିଲା।

ଏହାର ପ୍ରତିବାଦରେ ଆଜି ନବୀନ ନିବାସ ସମ୍ମୁଖରେ ବ୍ୟାନର ଲଗାଇବାକୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ପୁଲିସ ଆଜି ମଧ୍ୟ ବଳପ୍ରୟୋଗ କରି ମହିଳାମାନଙ୍କୁ ଘଉଡ଼ାଉଛି। ଏ ସରକାର ମହିଳା ଏସ୍‌ଏଚ୍‌ଜିମାନଙ୍କୁ କିଛି ଟଙ୍କା ଦେଇ ମହିଳାଙ୍କ ସମ୍ମାନ କିଣିବାକୁ ଉଦ୍ୟମ କରୁଛି। କିନ୍ତୁ ପିପିଲି ଗଣଦୁଷ୍କର୍ମ ଘଟଣାରେ ମହିଳାବିରୋଧୀ ବୟାନ ଦେଇଥିବା ମହାରଥୀଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କରାନଯିବା ପର୍ଯ୍ୟନ୍ତ ଏହି ପ୍ରତିବାଦ ଜାରି ରହିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।

ସୂଚନାଯୋଗ୍ୟ ବିଜେପି ମହିଳା ମୋର୍ଚ୍ଚାର ଏଭଳି କାର୍ଯ୍ୟକ୍ରମ ସମ୍ପର୍କରେ ଆଭାସ ପାଇ ପୁଲିସ ଆଗୁଆ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ନବୀନ ନିବାସକୁ ସଂଯୋଗ କରୁଥିବା ସବୁ ରାସ୍ତାକୁ ପୂର୍ବରୁ ସିଲ୍ କରିଦେଇଥିଲା।



from Odisha Reporter http://bit.ly/2Al98bB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages