ଏନ୍‌କାଉଣ୍ଟରେ ଦୁଇ ଭାଇ ଆହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 6, 2019

ଏନ୍‌କାଉଣ୍ଟରେ ଦୁଇ ଭାଇ ଆହତ

encounter

ଆସିକା(ମନୋଜ ମୁନି): ଆସିକା ଥାନା ଅନ୍ତର୍ଗତ ପଲ୍ଲୀମାଳ ରାସ୍ତାରେ ପୁଲିସ୍‌ ଏନ୍‌କାଉଣ୍ଟରରେ ଦୁଇ ଜଣ ଅପରାଧୀ ଆହତ ହୋଇଛନ୍ତି। ସେମାନେ ହେଲେ କୃଷ୍ଣ ଜେନା ଓ ସୁନୀଲ ଜେନା। ଉଭୟଙ୍କ ଡାହାଣ ଗୋଡ଼ରେ ଗୁଳି ବାଜିଛି।

ସେମାନଙ୍କୁ ଆସିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କୃଷ୍ଣ ଓ ସୁନୀଲ ଦୁଇ ଭାଇ ବୋଲି ଜଣାପଡ଼ିଛି।

ସେମାନଙ୍କ ନିକଟରୁ ଦୁଇଟି ମୋଟର ସାଇକେଲ୍‌, ଦୁଇଟି ପିସ୍ତଲ୍‌ ଓ ୫ଟି ଜୀବନ୍ତ ଗୁଳି ଜବତ କରାଯାଇଛି।

ଗତ ଡିସେମ୍ୱର ୩୧ ତାରିଖରେ ନିପାଇଲ ଛକ ନିକଟରେ ଖାରିଆ ସରପଞ୍ଚଙ୍କ ଭାଇ ତଥା ବିଜେଡି ନେତା ବାହାନ ଲେଙ୍କାଙ୍କୁ ଏ ଦୁଇ ଭାଇ ହତ୍ୟା କରିଥିବା ଅଭଯୋଗ ହୋଇଥିଲା।

ଏହି ଘଟଣା ପରେ ପୁଲିସ୍ ସେମାନଙ୍କୁ ଖୋଜୁଥିଲା। କୌଣସି ସୂତ୍ରରୁ ଖବର ପାଇ ଆସିକା ପୁଲିସ୍‌ ସେମାନଙ୍କୁ କାବୁ କରିବାକୁ ଯାଇଥିବା ବେଳେ ଉଭୟ ୫ ରାଉଣ୍ଡ ଗୁଳି କରିଥିଲେ। ତେବେ ପୁଲିସ୍‌ର ପାଲଟା ଜବାବରେ ସେମାନେ ଆହତ ହୋଇଥିଲେ।



from Odisha Reporter http://bit.ly/2Rc8h7u

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages