ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ଦେଲେ ବିଜେଡି ସଭାପତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 8, 2019

ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ଦେଲେ ବିଜେଡି ସଭାପତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଧାନର ଏମଏସପି କ୍ୱିଣ୍ଟାଲ ପିଛା ୨୯୩୦ଟଙ୍କାକୁ ବୃଦ୍ଧି କରିବା ଦାବିରେ ଆଜି ଦିଲ୍ଲୀରେ ଚାଷୀ ସମାବେଶ କରିଥିବା ବିଜେଡି ସନ୍ଧ୍ୟାରେ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ଦେଇଛି।

ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଆଜି ଏକ ପ୍ରତିନିଧି ଦଳ ରାଷ୍ଟ୍ରପତି ଭବନ ଯାଇ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ୩ପୃଷ୍ଠା ବିଶିଷ୍ଟ ସ୍ମାରକପତ୍ର ଦେଇଛନ୍ତି। ବିଜୁ କୃଷକ ଜନତା ଦଳ ବ୍ୟାନରରେ ଦିଲ୍ଲୀର ତାଲକୋଟରା ଇନଡୋର ଷ୍ଟାଡ଼ିୟମରେ ଚାଷୀ ସମାବେଶ ହୋଇଥିଲେ ମଧ୍ୟ ରାଷ୍ଟ୍ରପତିଙ୍କୁ ଦଳ ପକ୍ଷରୁ ଦିଆଯାଇଥିବା ସ୍ମାରକପତ୍ରରେ କେବଳ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଦସ୍ତଖତ ରହିଛି।

ସ୍ମାରକପତ୍ରରେ ଚାଷୀଙ୍କ ପାଇଁ ଓଡ଼ିଶା ସରକାର କାର୍ଯ୍ୟକାରୀ କରୁଥିବା ‘କାଳିଆ’ ଯୋଜନା ସମ୍ପର୍କରେ ରାଷ୍ଟ୍ରପତିଙ୍କୁ ଅବଗତ କରାଯିବାକୁ ପ୍ରୟାସ ହୋଇଥିବାବେଳେ ବିଜେପି ଏମଏସପି ଦେଢ଼ଗୁଣା କରିବାକୁ ଦେଇଥିବା ପ୍ରତିଶ୍ରୁତିରୁ ଓହରି ଯାଇଛି ବୋଲି ବିଜେଡି ଅଭିଯୋଗ କରିଛି। ଅତିରିକ୍ତ ୧୦ଲକ୍ଷ ହେକ୍ଟର ଜମିକୁ ଜଳସେଚନର ଟାର୍ଗେଟକୁ ମଧ୍ୟ ପୂରଣ କରିଛି ଓ ଏ ବାବଦରେ ୩୦ହଜାର କୋଟି ଟଙ୍କା ରାଜ୍ୟ ଖର୍ଚ୍ଚ କରିଛି। ତା’ଛଡ଼ା ନିୟମିତ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଓଡ଼ିଶାରେ ଚାଷୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ଏମଏସପି ୨୯୩୦ ଟଙ୍କାକୁ ବୃଦ୍ଧି କରିବା ନିମନ୍ତେ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ବିଜେଡି ଦାବି କରିଛି।

ସ୍ମାରକପତ୍ର ଦେବା ପାଇଁ ବିଜେଡି ସଭାପତି ଶ୍ରୀ ପଟ୍ଟନାୟକଙ୍କ ସହ ରାଷ୍ଟ୍ରପତି ଭବନ ଯାଇଥିବା ୧୨ଜଣିଆ ଟିମରେ ଅନ୍ୟମାନଙ୍କ ମଧ୍ୟରେ ବିଜୁ କୃଷକ ଜନତା ଦଳ ସଭାପତି ତଥା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ବିଜୁ କୃଷକ ଜନତାର ମହାସଚିବ ପ୍ରତାପ ଜେନା,ସାଂସଦ ଭର୍ତ୍ତୃହରି ମହତାବ, ତଥାଗତ ଶତପଥୀ,ରଵୀନ୍ଦ୍ର ଜେନା, ଏନ୍ ଭାସ୍କର ରାଓ,ପ୍ରମିଳା ମଲ୍ଲିକ,ଦେବୀପ୍ରସାଦ ମିଶ୍ର,ସଞ୍ଜୟ ଦାସବର୍ମା, ଅରୁଣ ସାହୁଙ୍କ ସମେତ ବୌଦ୍ଧର ଚାଷୀ ରମଣୀ ରଞ୍ଜନ ପ୍ରଧାନ ଓ ଜମନକିରାର ମହିଳା ଚାଷୀ ସିଗ୍ଧା ପଟେଲ ସାମିଲ ଥିଲେ।



from Odisha Reporter http://bit.ly/2CX0Kkk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages