ହାର୍ଦ୍ଦିକଙ୍କ ଉପରେ ଫିଡିକି ଯାଇଛନ୍ତି ଈଶା, କହିଲେ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 13, 2019

ହାର୍ଦ୍ଦିକଙ୍କ ଉପରେ ଫିଡିକି ଯାଇଛନ୍ତି ଈଶା, କହିଲେ…

ମୁମ୍ବାଇ:  ବିବାଦରେ ଫଶିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଲୋକେଶ ରାହୁଲ। ନିକଟରେ କରଣ ଜୋହରଙ୍କ ଟେଲିଭିଜନ କାର୍ଯ୍ୟକ୍ରମ ‘କଫି ୱିଥ୍ କରଣ’ରେ ମହିଳାଙ୍କ ପ୍ରତି ଯୌନ ଉଦ୍ଦୀପକ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ଅଛନ୍ତି ଏହି ଦୁଇ କ୍ରିକେଟର। ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ ଉଭୟଙ୍କ ଉପରେ ନିଲମ୍ବନ ଆଦେଶ ଲାଗୁ କରାଯାଇଛି। ଫଳରେ ଶନିବାରଠାରୁ ସିଡ୍‌ନିରୁ ଆରମ୍ଭ ହେବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଶୃଙ୍ଖଳାରୁ ଏମାନେ ବାଦ୍ ପଡ଼ିଛନ୍ତି।

ସେପଟ୍ ହାର୍ଦ୍ଦିଙ୍କ ପ୍ରତିକ୍ରିୟା ଉପରେ ଫିଡିକି ଯାଇଛନ୍ତି ଗର୍ଲଫ୍ରେଣ୍ଡ ତଥା ବଲିଉଡ୍‌ ଅଭିନେତ୍ରୀ ଈଶା ଗୁପ୍ତା। ନିକଟରେ ଯେତେବେଳେ ହାର୍ଦ୍ଦିକଙ୍କ ସମ୍ପର୍କରେ ସାମ୍ବାଦିକମାନେ ଈଶାଙ୍କୁ ପ୍ରଶ୍ନ କଲେ, ତତକ୍ଷଣାତ୍‌ ଈଶା ରାଗିଯାଇ କହିଲେ ‘କିଏ ଆପଣଙ୍କୁ କହିଲା ଯେ ହାର୍ଦିକ ପାଣ୍ଡ୍ୟା ମୋର ବନ୍ଧୁ ବୋଲି? ସେ ସ୍ପଷ୍ଟଭାବେ ମନା କରିଥିଲେ କି ହାର୍ଦ୍ଦିକଙ୍କ ସହ ତାଙ୍କର କିଛି ସମ୍ପର୍କ ନାହିଁ। ଈଶା ଗୁପ୍ତା ମୁମ୍ବାଇରେ ଗେଟ୍‌ ଡାର୍ଟିର ଲଞ୍ଚିଂ ଅବସରରେ ଏହା କହିଛନ୍ତି।

ହାର୍ଦ୍ଦିକ ବଲିଉଡ୍‌ ଅଭିନେତ୍ରୀ ଏଲି ଅବରମ୍‌, ଉର୍ବଶୀ ରୌତଲେ, ଏବଂ ଇଶା ଗୁପ୍ତାଙ୍କ ସହ ଡେଟ୍‌ କରିଥିବା ସୂଚନା ରହିଛି।

 



from Odisha Reporter http://bit.ly/2FnL0sY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages