#MeToo ଜାଲରେ ‘ମୁନ୍ନା ଭାଇ’ ନିର୍ଦ୍ଦେଶକ ରାଜକୁମାର ହିରାନୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 13, 2019

#MeToo ଜାଲରେ ‘ମୁନ୍ନା ଭାଇ’ ନିର୍ଦ୍ଦେଶକ ରାଜକୁମାର ହିରାନୀ

ନୂଆଦିଲ୍ଲୀ: ‍କିଛି ଦିନର ନିରବତା ପରେ ପୁଣି ଫେରିଛି ‘ମି-ଟୁ’ ଝଡ଼। ସଞ୍ଜୟ ଦତ୍ତଙ୍କ ଅଭିନୀତ ‘ମୁନ୍ନା ଭାଇ ଏମ୍‌ବିବିଏସ୍’ ଏବଂ ‘ଲଗେ ରହୋ ମୁନ୍ନା ଭାଇ’ ପରି ଫିଲ୍ମର ନିର୍ଦ୍ଦେଶକ ରାଜକୁମାର ହିରାନୀ ସେହି ସମାନ ଅଭିନେତାଙ୍କ ବାୟୋପିକ୍‌ ‘ସଞ୍ଜୁ’ ପାଇଁ ହିଁ ଫସିଯାଇଛନ୍ତି। ୨୦୧୮ ମସିହା ମାର୍ଚ୍ଚ ମାସରୁ ସେପ୍ଟେମ୍ବର ଯାଏ ୬ ମାସ ଯାଏ ଏହି ନିର୍ଦ୍ଦେଶକ ଯୌନ ନିର୍ଯାତନା ଦେଉଥିବା ଜଣେ ଯୁବତୀ ଅଭିଯୋଗ ଆଣିଛନ୍ତି। ଅନ୍ୟପକ୍ଷରେ ହିରାନୀ ଏହି ଅଭିଯୋଗକୁ ତାଙ୍କ ଓକିଲଙ୍କ ମାଧ୍ୟମରେ ଦୃଢ଼ ଭାବେ ଖଣ୍ଡନ କରିଛନ୍ତି।

ଅଭିଯୋଗ ଅନୁଯାୟୀ ଯୁବତୀ ଜଣକ ପ୍ରଥମେ ‘ସଞ୍ଜୁ’ର ପ୍ରଯୋଜକ ବିଧୁବିନୋଦ ଚୋପ୍ରା, ତାଙ୍କ ପତ୍ନୀ ତଥା ଫିଲ୍ମ କ୍ରିଟିକ୍‌ ଅନୁପମା ଚୋପ୍ରାଙ୍କୁ ଏନେଇ ଇମେଲ୍‌ରେ ଜଣାଇଥିଲେ ଯେ, ହିରାନୀ ତାଙ୍କୁ ‘ସଞ୍ଜୁ’ର ପୋଷ୍ଟ ପ୍ରଡକ୍ସନ୍‌ କାମ ଚାଲିଥିବାରେ ବେଳେ ଯୌନ ନିର୍ଯାତନା ଦେଉଥିଲେ।

ଏହି ଇମେଲ୍‌ରେ ସେ ଲେଖିଥିଲେ,“ମୁଁ କହିବାକୁ ଚାହୁଁଥିଲି, “ସାର୍‌, ଏସବୁ ଠିକ୍‌ ନୁହେଁ..ଆପଣ ଶକ୍ତିଶାଳୀ ଏବଂ ମୁଁ ଜଣେ ସାମାନ୍ୟ ଆସିଷ୍ଟାଣ୍ଟ, ନିମିତ୍ତ ମାତ୍ର। ମୁଁ ଏହା ବିରୋଧରେ ମୁହଁ ଖୋଲିପାରିବିନି। ମୋ ମନ, ଦେହ ଏବଂ ହୃଦୟ କେବଳ ସେହି ରାତି ନୁହେଁ ଏହାର ୬ ମାସ ପରେ ମଧ୍ୟ ମୋ ସହିତ ଏଭଳି ନିର୍ଯାତନା ହୋଇଥିଲା।”

ସେ ବିରୋଧ କରିବାକୁ ଭୟ କରୁଥିଲେ କାରଣ ହିରାନୀ ତାଙ୍କ କ୍ୟାରିଅର ଶେଷ କରିଦେଇଥାନ୍ତେ। ସେ କହିଛନ୍ତି, “ମୁଁ ଭାବିଲି ଯଦି ଅଧାରୁ ଛାଡ଼ିଦେବି, ଇଣ୍ଡଷ୍ଟ୍ରୀରେ ଆଉ ଏକ ଚାକିରି ପାଇବା କଷ୍ଟକର ହେବ। ଏପରିକି ସେ ଯଦି ମୋ ବିଷୟରେ ବା ମୋ କାମ ବିଷୟରେ କିଛି ମଧ୍ୟ ନକାରାତ୍ମକ କଥା କହିବେ ତାକୁ ସମସ୍ତେ ଗ୍ରହଣ କରିବେ।”

ହିରାନୀଙ୍କ ଓକିଲ ଏହାକୁ ଖଣ୍ଡନ କରି କହିଛନ୍ତି, “ଏହା ସମ୍ପୂର୍ଣ୍ଣ ମିଛ, ନିନ୍ଦନୀୟ ଏବଂ ଅନ୍ୟ କାହାର ପ୍ରରୋଚନାରେ ପ୍ରଭାବିତ। ଏହା ଭିତ୍ତିହୀନ ଏବଂ ହିରାନୀଙ୍କୁ ବଦ୍‌ନାମ କରାଯିବା ପାଇଁ ଅଣାଯାଇଥିବା ଅଭିଯୋଗ।”



from Odisha Reporter http://bit.ly/2FvGHLx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages