କେନ୍ଦ୍ର ବିରୋଧରେ ଭାରତ ବନ୍ଦ ଡାକରାରେ ଲୋକେ ହୀନସ୍ତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 8, 2019

କେନ୍ଦ୍ର ବିରୋଧରେ ଭାରତ ବନ୍ଦ ଡାକରାରେ ଲୋକେ ହୀନସ୍ତା

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଶ୍ରମିକମାରଣ ନୀତି ବିରୋଧରେ ଦେଶବ୍ୟାପୀ ୧୦ରୁ ଅଧିକ ଟ୍ରେଡ ୟୁନିୟନଙ୍କ ୨ଦିନିଆ ଧର୍ମଘଟ ଡାକରା ଦିଆଯାଇଛି। ଧର୍ମଘଟର ଆଜି ପ୍ରଥମ ଦିନରେ ସମଗ୍ର ଦେଶରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ବନ୍ଦର ସବୁଠାରୁ ଅଧିକ ପ୍ରଭାବ କେରଳରେ ଦେଖିବାକୁ ମିଳିଥିଲା। ଦିନ ତମାମ କେରଳର ଅଧିକାଂଶ ସ୍ଥାନରେ ଯାତାୟାତଠାରୁ ଆରମ୍ଭ କରି ଦୋକାନ ବଜାର ବନ୍ଦ ରହିଥିଲା। କେରଳ ବ୍ୟତୀତ

ଧର୍ମଘଟର ପ୍ରଭାବ ଓଡ଼ିଶାରେ ବି ଅନୁଭୂତ ହୋଇଛି। ରାସ୍ତାରୋକ ଓ ରେଳରୋକ ଯୋଗୁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ବ୍ୟାଙ୍କଠାରୁ ଆରମ୍ଭ କରି ଶିକ୍ଷାନୁଷ୍ଠାନ ଓ ଦୋକାନବଜାର ଆଜି ଠପ୍ ହୋଇଯାଇଥିଲା।

ଆନ୍ଦୋଳକାରୀମାନେ ଆଜି ସକାଳୁ ପିକେଟିଂ କରି ରେଳରୋକ କରିବା ସହ ରାଜପଥରେ ଟାୟାର ଜାଳି ଓ ନାରାବଜି କରିଥିଲେ। ରାଜଧାନୀର ଏଜି ଛକ, ମାଷ୍ଟରକ୍ୟାଣ୍ଟିନ୍, ଜୟଦେବ ବିହାର ଓ ବରମୁଣ୍ଡା ବସଷ୍ଟାଣ୍ଡ ଭଳି ସବୁ ପ୍ରମୁଖ ସ୍ଥାନରେ ସକାଳୁ ସକାଳୁ ଆନ୍ଦୋଳନକାରୀଙ୍କ ଜୋରଦାର ପ୍ରତିବାଦ ଦେଖିବାକୁ ମିଳିଥିଲା।

କେବଳ ଭୁବନେଶ୍ୱର ନୁହେଁ, ରାଜ୍ୟର ବିଭିନ୍ନ ସ୍ଥାନରେ ରେଳରୋକ ଯୋଗୁ ଦୀର୍ଘ ସମୟ ଧରି ବହୁ ଟ୍ରେନ୍ ଷ୍ଟେସନ ଗୁଡ଼ିକରେ ଅଟକି ରହିଥିଲା। ପାରାଦୀପ ବନ୍ଦରର ୫ଟି ଫାଟକ ଆଗରେ ଶ୍ରମିକମାନେ ବିକ୍ଷୋଭ କରିଥିଲେ। ରାଉରକେଲା ଆମ୍ବାଗାନ ଛକରେ ବିକ୍ଷୋଭକାରୀଙ୍କ ରାସ୍ତାରୋକ ଯୋଗୁ ଷ୍ଟିଲ ପ୍ଲାଣ୍ଟକୁ ଶ୍ରମିକ ଯାଇପାରି ନଥିଲେ। ବଣାଇରେ ୬ଟି ରେଲୱେ ସାଇଡିଂ ବନ୍ଦ ରହିଥିବାବେଳେ ବିକ୍ଷୋଭକାରୀ ୧୫ ଓ ୧୪୩ ଏନ୍‌ଏଚ୍‌ ଅବରୋଧ କରିଥିଲେ।

ଛତ୍ରପୁରରେ ଜାତୀୟ ରାଜପଥ ଅବରୋଧ ଯୋଗୁ ରାସ୍ତା ଉପରେ ଶହ ଶହ ଗାଡ଼ି ମୋଟର ଅଟକି ରହିଥିଲା।

ଧର୍ମଘଟ ଯୋଗୁ ଦୂର ଦୂରାନ୍ତରୁ ଟ୍ରେନ୍ ଓ ବସ୍‌ରେ ଆସିଥିବା ଯାତ୍ରୀମାନେ ଗନ୍ତବ୍ୟ ସ୍ଥଳକୁ ଯାଇ ନପାରି ଘଣ୍ଟା ଘଣ୍ଟା ଧରି ଅଟକି ରହିଥିଲେ। ଅଟୋ ଚାଲୁନଥିବାରୁ ଯାତ୍ରୀ ଚାଲି ଚାଲି ଯାଉଥିବା ଦେଖିବାକୁ ମିଳିଥିଲା। କିଛି ବିଦେଶୀ ପର୍ଯ୍ୟଟକ ବାଧ୍ୟହୋଇ ମୋ ସାଇକେଲ ନେଇ ଗନ୍ତବ୍ୟସ୍ଥଳକୁ ଯାଇଥିଲେ। ଆଜି ସବୁ ଆହାର କେନ୍ଦ୍ର ଗୁଡ଼ିକ ବି ବନ୍ଦ ରହିଥିଲା। ପେଟ୍ରୋଲ୍ ପମ୍ପ ବନ୍ଦ ଥିବାରୁ ତେଲ ଲିଟର ଶହେ ଟଙ୍କାରେ ବାହାରେ ବିକ୍ରି ହୋଇଥିଲା।

ସେପଟେ ଦେଶର ସମସ୍ତ ବଡ଼ ବଡ଼ ସହରରେ ବି ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ପ୍ରାୟ ୨୦ କୋଟି ଶ୍ରମିକ ଧର୍ମଘଟରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସାମିଲ ହୋଇଛନ୍ତି।



from Odisha Reporter http://bit.ly/2LXDyVX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages