
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ୬ କୋଟିରେ ପହଞ୍ଚିଛି। ଆଜି ଏହି ଯୋଜନାର ୬ କୋଟିତମ ହିତାଧିକାରୀଙ୍କୁ ଗ୍ୟାସ ବଣ୍ଟନ କରିଛନ୍ତି ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ। ଆଜି ନୂଆଦିଲ୍ଲୀଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଦିଲ୍ଲୀର ଶିବପାର୍କ ଅଞ୍ଚଳର ଜସ୍ମିନା ଖାତୁନଙ୍କୁ ଏହି ଗ୍ୟାସ ବଣ୍ଟନ କରିଛନ୍ତି ଉପରାଷ୍ଟ୍ରମନ୍ତ୍ରୀ।
ଏହି ଅବସରରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି-“ଦେଶର ଜଣେ ହେଲେ ଗରିବ ମହିଳାଙ୍କୁ ଉଜ୍ଜ୍ୱଳାରୁ ବଞ୍ଚିତ କରାଯିବା ନାହିଁ। ଗ୍ୟାସ ନେଉଥିବା ମହିଳାମାନଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୮୦ ପ୍ରତିଶତ ହିତାଧିକାରୀ ରିଫିଲିଙ୍ଗ କରିସାରିଛନ୍ତି। ମାତ୍ର ୩୨ ମାସ ମଧ୍ୟରେ ୬ କୋଟି ଉଜ୍ଜ୍ୱଳା ହିତାଧିକାରୀଙ୍କ ଘରେ ଏଲ୍ପିଜି ଗ୍ୟାସ ପହଞ୍ଚିପାରିଛି। ୧୯୫୫ ରୁ ୨୦୧୪ ମସିହା ୬୦ ବର୍ଷ ମଧ୍ୟରେ ମାତ୍ର ୧୩ କୋଟି ଘରେ ଏଲ୍ପିଜି ଥିବା ବେଳେ ମୋଦି ସରକାରଙ୍କୁ ୫ ବର୍ଷ ପୂରିବାକୁ ଆହୁରି ୪ ମାସ ବାକିଥିବା ବେଳେ କେବଳ ଉଜ୍ଜ୍ୱଳା ଯୋଜନାରେ ୬ କୋଟି ଗ୍ୟାସ ସଂଯୋଗ ନେଇପାରିଛନ୍ତି।”
ସେ କହିଛନ୍ତି-“ଆଜି ହେଉଛି ଦେଶ ପାଇଁ ଏକ ସ୍ମରଣୀୟ ଦିନ। ୨୦୧୬ ମେ ମାସ ୧ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତରେ ପ୍ରଥମ ଉଜ୍ଜ୍ୱଳା ହିତାଧିକାରୀଙ୍କୁ ଗ୍ୟାସ ବଣ୍ଟନ ହୋଇଥିଲା। ଆଜି ୬ କୋଟି ତମ ହିତାଧିକାରୀଙ୍କୁ ଉଜ୍ଜ୍ୱଳା ଗ୍ୟାସ ବଣ୍ଟନ କରାଯାଇଛି।”
from Odisha Reporter http://bit.ly/2BSQDLp
No comments:
Post a Comment