ଏହି ୫ଟି ଜିନିଷ ସ୍ୱପ୍ନରେ ଦେଖିଲେ ହୋଇଥାଏ ଧନ ଲାଭ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 10, 2019

ଏହି ୫ଟି ଜିନିଷ ସ୍ୱପ୍ନରେ ଦେଖିଲେ ହୋଇଥାଏ ଧନ ଲାଭ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):ସ୍ୱପ୍ନଶାସ୍ତ୍ର ଅନୁସାରେ ସ୍ୱପ୍ନ ଦେଖିବା ଏକ ସଂଯୋଗ ନୁହେଁ। ଅନେକ ସମୟରେ ସ୍ୱପ୍ନ ଆପଣଙ୍କୁ ଭବିଷ୍ୟତରେ ହେବାକୁ ଥିବା ଘଟଣାର ସଂଙ୍କେତ ଦେଇଥାଏ। ଶାସ୍ତ୍ର ଅନୁସାରେ, ଯେତେ ସବୁ ସ୍ୱପ୍ନ ମଣିଷ ଦେଖିଥାଏ, ସେଥିରୁ କିଛି ନା କିଛି ସଙ୍କେତ ନିଶ୍ଚୟ ରହିଥାଏ। ଏଥିପାଇଁ ସ୍ୱପ୍ନକୁ କେବେ ହେଲେ ଅଣଦେଖା କରନ୍ତୁ ନାହିଁ।

ଏପରି କିଛି ଜିନିଷ ରହିଛି, ଯାହାକୁ ସ୍ୱପ୍ନରେ ଦେଖିଲେ, ଧନଲାଭ ହୋଇଥାଏ। ଆସନ୍ତୁ ଜାଣିବା ସେହି ଜିନିଷ ଗୁଡ଼ିକ କ’ଣ।

 ମାଟି ପାତ୍ର: ସ୍ୱପ୍ନ ଶାସ୍ତ୍ର ଅନୁସାରେ ସ୍ୱପ୍ନରେ ଯଦି ଆପଣ ମାଟିରେ ତିଆରି ହେଉଥିବା ପାତ୍ର ଦେଖୁଛନ୍ତି, ତେବେ ଏହା ଅତ୍ୟନ୍ତ ଶୁଭ। ଏହା କୁହାଯାଏ କି ଯେଉଁ ବ୍ୟକ୍ତି କୁମ୍ଭାରଙ୍କୁ ମାଟି ପାତ୍ର ତିଆରି କରୁଥିବା ସ୍ୱପ୍ନରେ ଦେଖିବେ, ଭବିଷ୍ୟତରେ ତାଙ୍କୁ ଧନ ପ୍ରାପ୍ତି ହୋଇଥାଏ।

ପାଚିଲା ଫଳ: ସ୍ୱପ୍ନ ଶାସ୍ତ୍ର ଅନୁସାରେ ଯଦି କୌଣସି ବ୍ୟକ୍ତି କାହାର ବଗିଚାରେ ହୋଇଥିବା ପାଚିଲା ଫଳକୁ ସ୍ୱପ୍ନରେ ଦେଖିଥାଏ, ତେବେ ଭବିଷ୍ୟତରେ ସେହି ବ୍ୟକ୍ତିଙ୍କୁ ଧନ ପ୍ରାପ୍ତି ହୋଇଥାଏ। ଏହା ବ୍ୟତୀତ କ୍ଷେତରେ ପାଚିଥିବା ଗହମକୁ ସ୍ୱପ୍ନରେ ଦେଖିଲେ ମଧ୍ୟ ଧନ ପ୍ରାପ୍ତିର ଯୋଗ ରହିଥାଏ।

 ବ୍ୟାଙ୍କ୍‌ ଚେକ୍‌: ଯଦି କୌଣସି ବ୍ୟକ୍ତି ଆପଣଙ୍କୁ ଚେକ୍‌ ଲେଖି ଦେଉଥିବାର ସ୍ୱପ୍ନ ଆପଣ ଦେଖୁଛନ୍ତି,ତେବେ ଭବିଷ୍ୟତରେ ଆପଣଙ୍କୁ ପ୍ରବଳ ଧନ ପ୍ରାପ୍ତିର ଯୋଗ ରହିଛି। ସ୍ୱପ୍ନ ଶାସ୍ତ୍ର ଅନୁସାରେ ଭବିଷ୍ୟତରେ ଆପଣଙ୍କୁ ଧନ ସହିତ ସମ୍ପତ୍ତି ମଧ୍ୟ ପ୍ରାପ୍ତି ହେବ।

ଆଭୂଷଣ: ସ୍ୱପ୍ନଶାସ୍ତ୍ର ଅନୁସାରେ ସ୍ୱପ୍ନରେ ଆଭୂଷଣ ଦେଖିଲେ ଧନ ପ୍ରାପ୍ତି ହୋଇଥାଏ। ଏହା ସହିତ ସ୍ୱପ୍ନରେ ଭୂମିରେ ପୋତା ହୋଇଥିବା ସୁନା, ରୂପା, ହୀରା ଆଦି ଗହଣା ଦେଖିବା ଧନ ପ୍ରାପ୍ତିର ଯୋଗ ବୋଲି କୁହାଯାଏ।

 ଜଳୁଥିବା ଦିଆସିଲି: ଯଦି ଆପଣ ସ୍ୱପ୍ନରେ ଦିଆସିଲି ଲଗାଉଥିବା ଦେଖୁଛନ୍ତି କିମ୍ୱା ଅନ୍ୟ କେହି ଦିଆସିଲି ଲଗାଉଥିବା ଦେଖୁଛନ୍ତି,ତେବେ ଏହାର ସିଧା ଅର୍ଥ ହେଉଛି, ଆପଣଙ୍କୁ ଅଚାନକ ଧନ ପ୍ରାପ୍ତି ହେବାର ଯୋଗ ରହିଛି।

 



from Odisha Reporter http://bit.ly/2SOigfR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages