ଅସନ୍ତୁଷ୍ଟ ଗାଁ ଲୋକେ ଚୋରକୁ ବାନ୍ଧି ରଖିଥିଲେ, ପୁଲିସକୁ ଅଟକାଇଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 10, 2019

ଅସନ୍ତୁଷ୍ଟ ଗାଁ ଲୋକେ ଚୋରକୁ ବାନ୍ଧି ରଖିଥିଲେ, ପୁଲିସକୁ ଅଟକାଇଲେ

ଜଳେଶ୍ୱର (ଅଜିତ ଦାସ): ଗାଁ ଲୋକଙ୍କ କବ୍‌ଜାରେ ଥିବା ଚୋରଙ୍କୁ ଉଦ୍ଧାର କରିବାକୁ ଯାଇଥିଲା ପୁଲିସ। ହେଲେ ଗାଁ ଲୋକେ ଚୋରକୁ ଛାଡ଼ିବେ କ’ଣ ? ପୁଲିସକୁ ଅଟକାଇ ରଖିଲେ। ପୁଲିସ ଗାଡ଼ି ଆଗରେ ଗାଁ ଲୋକେ ଶୋଇ ଯାଇଥିଲେ। ଗାଡ଼ିକୁ ଛାଡ଼ିଲେ ନାହିଁ।

ଲୋକଙ୍କ ଦାବି ଥିଲା ଫାଣ୍ଡି ଓ ପାଟ୍ରୋଲିଂ ବ୍ୟବସ୍ଥା କରାଯାଉ। ଏହି ଦାବିରେ ଗାଁ ଲୋକେ ଆଇଆଇସିଙ୍କ ସମେତ ୫ ପୁଲିସ କର୍ମଚାରୀଙ୍କୁ ଅଟକାଇ ରଖିଛନ୍ତି। ଆଜି ଏମିତି ଘଟଣା ବାଲେଶ୍ୱର ଜିଲ୍ଲାରେ ଘଟିଛି।

ପୂରା ଘଟଣା ଏମିତି। ଗତକାଲି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ ଅନ୍ତର୍ଗତ କୁଳିଦା ଗାଁରୁ ଚୋରି କରିବା ପାଇଁ ୫ ଜଣ ଚୋର ଏକ ଭ୍ୟାନ୍‌ରେ ଆସୁଥିଲେ। ରାତିରେ ଜଣଙ୍କ ବୋର ୱେଲ୍‌ରୁ ପାଣି ପମ୍ପ ଚୋରି କରି ଚମ୍ପଟ ମାରୁଥିଲେ। ଗାଁ ଲୋକେ ଏ ସମ୍ପର୍କରେ ଜାଣିପାରି ସେମାନଙ୍କୁ ଗୋଡ଼ାଇ ଥିଲେ। ତେବେ ଭ୍ୟାନ୍‌ଟି କୌଣସି କାରଣରୁ ରାସ୍ତାରେ ଅଟକି ଯାଇଥିଲା। ଫଳରେ ୨ ଚୋର ସେଠାରୁ ଚମ୍ପଟ ମାରିଥିଲେ। ତେବେ ଗାଁ ଲୋକେ ପୂର୍ଣ୍ଣଚନ୍ଦ୍ର ଦାସଙ୍କ ସମେତ ୩ ଜଣଙ୍କୁ କାବୁ କରି ନିର୍ଧୂମ ଛେଚି ଥିଲେ। ପରେ ଏକ ଘରେ ପୂରାଇ ତାଲା ପକାଇ ଦେଇଥିଲେ।

ଆଜି ସକାଳେ କମର୍ଦ୍ଦା ପୁଲିସ ଗାଁ ଲୋକଙ୍କ କବଳରୁ ଚୋରମାନଙ୍କୁ ଉଦ୍ଧାର କରିବାକୁ ଯାଇଥିଲେ। ମାତ୍ର ଗାଁ ଲୋକେ ଚୋରକୁ ଛାଡ଼ି ନଥିଲେ। ଏପରିକି ପୁଲିସକୁ ଅଟକାଇ ରଖିଥିଲେ। ଗାଁରେ ଏକ ଫାଣ୍ଡି ଓ ପାଟ୍ରୋଲିଂ ବ୍ୟବସ୍ଥା କରିବା ପାଇଁ ଏସ୍‌ଡିପି ପ୍ରତିଶ୍ରୁତି ଦେଲା ପରେ ଅଟକ ଥିବା କମର୍ଦ୍ଦା ଆଇଆଇସି ବିଜୟ କୁମାର ମୁର୍ମୁଙ୍କ ସମେତ ୫ ପୁଲିସ କର୍ମଚାରୀଙ୍କୁ ଛାଡ଼ିବୁ ବୋଲି ଲୋକେ ଚେତାବନୀ ଦେଇଛନ୍ତି।



from Odisha Reporter http://bit.ly/2ACkurO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages