ବିରୋଧୀ ମହାମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ମମତା ବାନାର୍ଜୀ! ରାହୁଲଙ୍କୁ ଶକ୍ତ ଝଟ୍‌କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 7, 2019

ବିରୋଧୀ ମହାମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ମମତା ବାନାର୍ଜୀ! ରାହୁଲଙ୍କୁ ଶକ୍ତ ଝଟ୍‌କା

ନୂଆଦିଲ୍ଲୀ: ଆସନ୍ତା ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସରକାରଙ୍କୁ ଗାଦିଚ୍ୟୁତ କରିବା ପାଇଁ କଂଗ୍ରେସ ଏବେ ବିରୋଧୀ ଦଳଗୁଡ଼ିକୁ ଏକାଠି କରିବାକୁ ଚେଷ୍ଟା କରୁଛି। କଂଗ୍ରେସର ଗୋଟିଏ ଲକ୍ଷ୍ୟ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ବିଜେପି ବିରୋଧୀ ମହାମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରାଇବା।

ହେଲେ ଏ କ୍ଷେତ୍ରରେ ରାହୁଲ ଗାନ୍ଧିଙ୍କୁ ଏକ ଶକ୍ତ ଝଟ୍‌କା ଲାଗିବାକୁ ଯାଉଛି। କାରଣ ବିରୋଧୀ ମହାମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସର୍ବାଗ୍ରେ ଅଛନ୍ତି। ଏଥିପାଇଁ ମମତା ବାନାର୍ଜୀ ଆସନ୍ତା ୧୯ ତାରିଖରେ କୋଲକାତାରେ ନିଜର ଶକ୍ତି ପ୍ରଦର୍ଶନ କରିବେ।

କୋଲକାତାର ବ୍ରିଗେଡ୍‌ ପ୍ୟାରେଡ୍‌ ଗ୍ରାଉଣ୍ଡରେ ହେବାକୁ ଥିବା ଏହି ସମାବେଶରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଯୋଗଦେବେ ବୋଲି କୁହାଯାଉଥିଲା। କିନ୍ତୁ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେନି ବୋଲି ଜଣାପଡ଼ିବା ପରେ ସେ ସେଠାକୁ ଯିବେନାହିଁ।

ସେହିପରି ଗୋଟିଏ ରିପୋର୍ଟରେ ସେ ନିଜର ପ୍ରତିନିଧିଙ୍କୁ ପଠାଇବେ ବୋଲି କୁହାଯାଉଥିବା ବେଳେ ଅନ୍ୟ ଏକ ରିପୋର୍ଟରେ କଂଗ୍ରେସ ଏଥିରେ ସାମିଲ ହେବନାହିଁ ବୋଲି କୁହାଯାଇଛି। ସେହିପରି ପୂର୍ବରୁ ବିଜେପି ବିରୋଧରେ ତୃତୀୟ ସାମ୍ମୁଖ୍ୟ ଗଠନ କରିବାକୁ ଉଦ୍ୟମ କରୁଥିବା ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ର ଶେଖର ରାଓ ମଧ୍ୟ ଏଥିରେ ଯୋଗଦେବେ ନାହିଁ।

ମହାସମାବେଶକୁ ଦୃଷ୍ଟିରେ ରଖି ବିଜେପିର ପଶ୍ଚିମବଙ୍ଗ ମୁଖ୍ୟ ଦିଲ୍ଲୀପ ଘୋଷ କହିଛନ୍ତି ଯେ, “ ମମତା ବାନାର୍ଜୀ ପ୍ରଥମ ବେଙ୍ଗଲୀ ଭାବେ ଦେଶର ପ୍ରଧାନମନ୍ତ୍ରୀ ହୋଇପାରନ୍ତି।”

ତେବେ ଏହାକୁ ନେଇ ଦଳର ବରିଷ୍ଠ ନେତାମାନେ ତାଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।ଅବଶ୍ୟ ପରେ ଏଭଳି ମନ୍ତବ୍ୟ ସମ୍ପର୍କରେ ଦିଲ୍ଲୀପ ପୁଣି ସ୍ପଷ୍ଟୀକରଣ ଦେଇ ସେ ତାଚ୍ଛଲ୍ୟ କରି ଏପରି କହିଥିବା କହିଛନ୍ତି।

୧୯ରେ ହେବାକୁ ଥିବା ସମାବେଶରେ ମମତାଙ୍କୁସମର୍ଥନ ଜଣାଇ ଅଖିଲେଶ ଯାଦବ, ମାୟାବତୀ, ଏନ୍‌ ଚନ୍ଦ୍ରବାବୁ ନାଇଡୁ, ଏମକେ ଷ୍ଟାଲିନ୍‌, ଅରବିନ୍ଦ କେଜ୍ରିୱାଲ ଓ ଫାରୁକ ଅବଦୁଲ୍ଲାଙ୍କ ଭଳି ନେତାମାନେ ଯୋଗଦେବେ।

କଂଗ୍ରେସ ଏହି ସମାବେଶରେ ଯୋଗ ଦେବ କି ନାହିଁ ଜଣା ନଥିଲେ ହେଁ ଦଳର କର୍ଣ୍ଣାଟକା ସହଯୋଗୀ ଏଚ୍‌ଡି ଦେବଗୌଡ଼ା ଯୋଗଦେବେ ବୋଲି ଜଣାପଡ଼ିଛି।



from Odisha Reporter http://bit.ly/2CWaWJJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages