
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତରଙ୍ଗ ସିନେ ପ୍ରଡକ୍ସର ନୂଆ ସିନେମା ‘ଚାଲ୍ ଟିକେ ଦୁଷ୍ଟ ହେବା’ରେ ୩ଜଣ ନୂଆ କଳାକାର ବେସ୍ ସୁନ୍ଦର ଦୁଷ୍ଟାମି କରିଛନ୍ତି। କଲେଜ୍ ଜୀବନରେ କେମିତି ସବୁ ଦୁଷ୍ଟାମି ହୁଏ, ସେ ସବୁକୁ ପରଦା ଉପରେ ବେସ୍ ସୁନ୍ଦର ଭାବେ ଦର୍ଶାଇଛନ୍ତି ରିସାନ୍, ସାୟଲ୍ ଏବଂ ମହିମା। ନାଚ ଗୀତ ସାଙ୍ଗକୁ ଅଭିନୟରେ ବାଜିମାତ୍ କରିନେଇଛନ୍ତି ଏହି ୩ଜଣ। ଏଥିସହ ଫିଲ୍ମରେ ମିହିର୍ ଦାସ୍ଙ୍କୁ ମଧ୍ୟ ଦୁଷ୍ଟାମି କରିବାର ଦେଖିବାକୁ ମିଳିଛି। ସେ ମଧ୍ୟ ପୂରା ୟଙ୍ଗ ଗେଟଅପ୍ରେ ନଜର ଆସିଛନ୍ତି। ଏଥିସହ ପବ୍ରେ ଝିଅମାନଙ୍କ ସହ ଠୁମ୍କା ଲଗାଉଛନ୍ତି।
ଏହି ଫିଲ୍ମରେ ସାମିଲ୍ ହୋଇଥିବା ‘ଝୁମ୍ ଲେ’ ସଙ୍ଗୀତରେ ତାଙ୍କର ଏକ ନୂଆ ରୂପ ଦେଖିବାକୁ ମିଳିଛି। ଯେଉଁଥିରେ ସେ ମୁଣ୍ଡରେ ଟୋପି, ଆଖିରେ ସନ୍ ଗ୍ଲାସ୍ ଏବଂ ସାର୍ଟ ଖୋଲି ଅଣ୍ଟା ହଲାଇଛନ୍ତି।
ସୂଚନା ଅନୁଯାୟୀ, ଗତକାଲି ସିନେମା ‘ଚାଲ୍ ଟିକେ ଦୁଷ୍ଟ ହେବା’ ରିଲିଜ୍ ହୋଇଛି। କଟକ ଜୟଶ୍ରୀ ହଲ୍ରେ ଏହି ଫିଲ୍ମର ପ୍ରମିୟର୍ ଶୋ’ ଥିଲା। ଲୋକଙ୍କ ଭିଡରୁ ଯାହା ଅନୁମାନ କରାଯାଉଛି ୩ଜଣ ନୂଆ କଳାକରଙ୍କୁ ଲୋକେ ଗ୍ରହଣ କରିଛନ୍ତି। ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ତାପସ ସରଘରିଆ।
from Odisha Reporter http://bit.ly/2CgersU
No comments:
Post a Comment