
ନୂଆଦିଲ୍ଲୀ: ଆସନ୍ତା ୧୨ ତାରିଖରୁ ଅଷ୍ଟ୍ରେଲିଆ ବିପକ୍ଷରେ ଭ୍ରମଣକାରୀ ଟିମ ଇଣ୍ଡିଆ ୩ଟିକିଆ ଦିନିକିଆ ସିରିଜ୍ର ପ୍ରଥମ ମ୍ୟାଚ୍ ଖେଳିବ। ଏଥିପାଇଁ ଆଜି ଦିନିକିଆ ଦଳରେ ସାମିଲ ହୋଇଥିବା ମହେନ୍ଦ୍ର ସିଂହ ଧୋନି, କେଦାର ଯାଦବ ଓ ରୋହିତ ଶର୍ମାଙ୍କ ସହ ଅନ୍ୟମାନେ ଅଷ୍ଟ୍ରେଲିଆ ଗସ୍ତ କରିଛନ୍ତି। ସିଡ୍ନୀ ଠାରେ ପ୍ରଥମ ଦିନିକିଆ ଖେଳାଯିବ।
କେଦାର ଯାଦବ ନିଜର ଟ୍ୱିଟର ଆକାଉଣ୍ଟରେ ଗସ୍ତ ବେଳର ଫଟୋ ଛାଡ଼ିଛନ୍ତି। ଏଥିରେ ଧୋନି ଓ ନୂଆ ନୂଆ ବାପା ହୋଇଥିବା ରୋହିତ ଶର୍ମା ରହିଛନ୍ତି। ରୋହିତ ଟେଷ୍ଟ ଦଳରେ ଥିଲେ। କିନ୍ତୁ ତାଙ୍କ ପତ୍ନୀ ରିତିକା କନ୍ୟା ସନ୍ତାନ ଜନ୍ମ ଦେବାରୁ ସେ ଅଧାରୁ ଭାରତ ଫେରିଆସିଥିଲେ। ଏବେ ଦିନିକିଆ ଖେଳିବାକୁ ସେ ପୁଣି ଅଷ୍ଟ୍ରେଲିଆ ଗସ୍ତ କରିଛନ୍ତି। ଏମାନଙ୍କ ବ୍ୟତୀତ ଖଲିଲ ଅହମ୍ମଦ ମଧ୍ୟ ଯାଇଛନ୍ତି।

ଭାରତର ଦିନିକିଆ ସ୍କ୍ୱାଡ୍ରୁ ରିଷଭ ପନ୍ତ, ଉମେଶ ଯାଦବ ଓ ଇଶାନ୍ତ ଶର୍ମାଙ୍କୁ ବାଦ ଦିଆଯାଇଛି।
ଦିନିକିଆ ସ୍କ୍ୱାଡ୍: ବିରାଟ୍ କୋହଲି(ଅଧିନାୟକ), ରୋହିତ ଶର୍ମା (ଉପଅଧିନାୟକ) ଶିଖର ଧୱନ, କେଏଲ୍ ରାହୁଲ, ଅମ୍ବାତି ରାୟୁଡୁ, ଦୀନେଶ କାର୍ତ୍ତିକ, କେଦାର ଯାଦବ, ମହେନ୍ଦ୍ର ସିଂହ ଧୋନି, ହାର୍ଦ୍ଦିକ ପାଣ୍ଡ୍ୟା, କୁଲଦୀପ ଯାଦବ, ୟୁଜବେନ୍ଦର ଚହଲ, ରବୀନ୍ଦ୍ର ଜାଡେଜା, ଭୁବନେଶ୍ୱର କୁମାର, ଯଶପ୍ରୀତ ବୁମ୍ରା, ଖଲୀଲ ଅହମ୍ମଦ ଓ ମହମ୍ମଦ ଶାମି।
from Odisha Reporter http://bit.ly/2seA9sB
No comments:
Post a Comment