
ନୂଆଦିଲ୍ଲୀ: ଚିଟ୍ଫଣ୍ଡ ସଂସ୍ଥା ଶାରଦା ଗ୍ରୁପ୍ ଅଫ୍ କମ୍ପାନୀଠାରୁ ଲାଞ୍ଚ ନେଇଥିବା ମାମଲାରେ ଫସିଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମ୍ଙ୍କ ପତ୍ନୀ ନଳିନଙ୍କ ନାଁରେ ଆଜି ସିବିଆଇ ଚାର୍ଜଶିଟ୍ ଦାଖଲ କରିଛି। ଶାରଦା କମ୍ପାନୀଠାରୁ ନଳିନ ୧.୪ କୋଟି ଟଙ୍କା ନେଇଥିବା ପ୍ରମାଣ ସିବିଆଇ ପାଇଥିବା ଚାର୍ଜଶିଟ୍ରେ ଉଲ୍ଲେଖ କରିଛି।
ସିବିଆଇ କହିଛି, ପୂର୍ବତନ କେନ୍ଦ୍ରମନ୍ତ୍ରୀ ମାତଙ୍ଗ ସିହ୍ନାଙ୍କ ପତ୍ନୀ ମନୋରଞ୍ଜନ ସିହ୍ନା ଶାରଦା ଗ୍ରୁପ୍ର ପ୍ରୋପାଇଟର୍ ସୁଦୀପ୍ତ ସେନଙ୍କ ସହ ନଳିନଙ୍କ ସାକ୍ଷାତ କରାଇଥିଲେ। ସେ ପି ଚିଦାମ୍ବରମଙ୍କୁ କହି ସେବି ଓ ଆର୍ଓସି ଭଳି ସଂସ୍ଥା କେମିତି ଶାରଦା ଗ୍ରୁପ୍ ବିରୋଧରେ ତଦନ୍ତ ନ କରିବେ, ସେକଥା ନିଶ୍ଚିତ କରିଥିଲେ। ଏଥିପାଇଁ ଶାରଦା ଗ୍ରୁପ୍ ନଳିନଙ୍କୁ ୧.୪ କୋଟି ଟଙ୍କା ଦେଇଥିଲା। ୨୦୧୦-୧୨ ମଧ୍ୟରେ ଏଭଳି କାରବାର ହୋଇଥିଲା।
ସିବିଆଇ ଆଜି ଏ ସଂକ୍ରାନ୍ତ ଚାର୍ଜଶିଟ୍ କୋଲକାତା ସ୍ଥିତ ସ୍ପେଶାଲ୍ କୋର୍ଟରେ ଦାଖଲ କରିଛି। ଶାରଦା ଗ୍ରୁପ୍ ଅଫ୍ କମ୍ପାନୀ ବିଭିନ୍ନ ଲୋକଙ୍କ ଠାରୁ ଚିଟ୍ଫଣ୍ଡ ନାଁରେ ୨୫୦୦ କୋଟି ଟଙ୍କା ହଡ଼ପ କରିଛି। କମ୍ପାନୀ ଲୋକଙ୍କ ଟଙ୍କା ନ ଦେଇ ପାରିବାରୁ ୨୦୧୩ରେ ସଂସ୍ଥାରେ ଚାବି ପକାଇ ଖସି ଯାଇଥିଲା। ସିବିଆଇ ୨୦୧୪ରୁ ଏହାର ତଦନ୍ତ ଆରମ୍ଭ କରିଛି।
from Odisha Reporter http://bit.ly/2QFfSqa
No comments:
Post a Comment