
ସିଡ୍ନୀ: ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ୍ କୋହଲି ଏବେ କ୍ରିକେଟ୍ର ୩ଟି ଯାକ ଫର୍ମାଟରେ ୧ ନଂ ବ୍ୟାଟସ୍ମ୍ୟାନ୍। ଏଥିସହ ୨୦୧୯ ବିଶ୍ୱକପ୍ରେ କୋହଲି ଭାରତର ନେତୃତ୍ୱ ନେଇ ଟିମ୍କୁ ଜିତାଇବେ ବୋଲି ସମସ୍ତେ ଆଶା ରଖିଛନ୍ତି। ଏବେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍ ଖେଳିବାକୁ ସିଡ୍ନୀରେ ରହିଛି। ଏହି ସମୟରେ ବିରାଟ୍ କୋହଲିଙ୍କୁ ସାମ୍ବାଦିକମାନେ କ୍ରିକେଟ୍ରୁ ଅବସର ନେବା ପରେ କ’ଣ ଘରୋଇ ଟି-୨୦ ଲିଗ୍ ଖେଳିବେ କି ପ୍ରଶ୍ନ କରିଥିଲେ।
ଏହାର ଉତ୍ତର ଦେଇ ବିରାଟ୍ କହିଛନ୍ତି, “ ମୁଁ ଅବସର କଥା ଏବେ ଚିନ୍ତା କରିନାହିଁ। କିନ୍ତୁ ଆପଣମାନଙ୍କୁ ଏତିକି କହିବି ଯେ ଅବସର ନେବା ବେଳକୁ ଆଉ କ୍ରିକେଟ୍ ମୋ ପାଖରେ ନଥିବ। ତେଣୁ ମୁଁ କ୍ରିକେଟ୍ ଖେଳିବା ବନ୍ଦ କରିଦେବି। ଅବସର ନେବା ଅର୍ଥ କ୍ରିକେଟ୍ ଖେଳିବା ବନ୍ଦ କରିବା। ତେଣୁ ମୁଁ କେବେ ହେଲେ ପୁଣି ପଡ଼ିଆକୁ ଓହ୍ଲାଇ କ୍ରିକେଟ୍ ଖେଳିବି ନାହିଁ। ଥରେ ନିଷ୍ପତ୍ତି ନେଲି ମାନେ କ୍ରିକେଟ୍ ଖେଳ ବନ୍ଦ। ମୋତେ ଆପଣମାନେ ଆଉ ଖେଳୁଥିବା ଦେଖିବାକୁ ପାଇବେ ନାହିଁ। ମୁଁ ଜାଣିନି ଭବିଷ୍ୟତରେ ସ୍ଥିତି କ’ଣ ହେବ। ସତକଥା କହୁଛି, ମୁଁ କ୍ରିକେଟ୍ ଖେଳିବାକୁ ଅକ୍ଷମ ହେଲେ ଯାଇ ଅବସର ନେବି। ଏଇ ୫ ବର୍ଷ ହେଲାଣି ବହୁତ କ୍ରିକେଟ୍ ଖେଳି ସାରିଲିଣି। ଆଗକୁ ଆହୁରି କ୍ରିକେଟ୍ ଖେଳିବି। ତେଣୁ ଅବସର ପରେ ପୁଣି ବ୍ୟାଟ୍ ଧରିବା ମୋ ପକ୍ଷରେ ସମ୍ଭବ ନୁହେଁ।”
ଅନେକ ଅନ୍ତର୍ଜାତୀୟ କ୍ରିକେଟ୍ର ଦେଶର ପ୍ରତିନିଧିତ୍ୱ କରୁ ନଥିବା ବେଳେ ଅବସର ପରେ ଘରୋଇ ଟୁର୍ଣ୍ଣାମେଣ୍ଟ ଖେଳୁଛନ୍ତି। ଏମାନଙ୍କ ମଧ୍ୟରେ ଏବି ଡିଭିଲିୟର୍ସ, ବ୍ରେଣ୍ଡନ ମ୍ୟାକ୍କୁଲମ ଓ ଶେନ୍ ୱାଟଶନଙ୍କ ଭଳି ଖେଳାଳି ରହିଛନ୍ତି। ତେଣୁ ବିରାଟ୍ ମଧ୍ୟ ଅବସର ପରେ ଏମିତି କିଛି ଯୋଜନା କରିଛନ୍ତି କି ବୋଲି ପ୍ରଶ୍ନର ଉତ୍ତର ଦେଇ ସେ ଏକଥା କହିଛନ୍ତି।
ଦେଖନ୍ତୁ ଭିଡିଓ
What's India Captain @imVkohli's retirement plans?
#TeamIndia #AUSvIND pic.twitter.com/xGxBOxMSdE
— BCCI (@BCCI) January 11, 2019
from Odisha Reporter http://bit.ly/2SVS17e

No comments:
Post a Comment