ବିଜେପିରେ ଯୋଗ ଦେଇଛନ୍ତି କି କୁମ୍ବଲେ, ଜାଣନ୍ତୁ ସତ କ’ଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 16, 2019

ବିଜେପିରେ ଯୋଗ ଦେଇଛନ୍ତି କି କୁମ୍ବଲେ, ଜାଣନ୍ତୁ ସତ କ’ଣ

ନୂଆଦିଲ୍ଲୀ: ଆଜି ଦେଶର ବିଭିନ୍ନ ସୋଶାଲ୍‌ ମିଡିଆ ବ୍ୟବହାରକାରୀ ଗୋଟିଏ ଖବରକୁ ବାରମ୍ବାର ଶେୟାର କରିବା ଆରମ୍ଭ କରିଦେଇଥିଲେ। ଏହି ଖବରଟି ଥିଲା ଯେ ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା କୋଚ୍‌ ଅନୀଲ କୁମ୍ବଲେ ବିଜେପିରେ ଯୋଗଦେଇଛନ୍ତି।

କୁମ୍ବଲେ ବିଜେପିରେ ଯୋଗଦେଇଥିବା କଥାକୁ ସତ ବୋଲି ପ୍ରମାଣିତ କରିବା ପାଇଁ ଏକ ଫଟୋ ମଧ୍ୟ ଜାରି କରାଯାଇଛି। ଏଥିରେ କୁମ୍ବଲେ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରସ୍ପର ସହ ହାତ ମିଳାଉଥିବା ଦୃଶ୍ୟ ରହିଛି। ଏଥିସହ କୁମ୍ବଲେ ମୋଦିଙ୍କୁ ଏକ ଫୁଲ ତୋଡ଼ା ମଧ୍ୟ ଦେଉଛନ୍ତି।

ଜଣେ ବେଙ୍ଗଲୀ ଫେସବୁକ୍‌ ବ୍ୟବହାରକାରୀ ଏହି ଫଟୋକୁ ପୋଷ୍ଟ କରିବା ସହ କୁମ୍ବଲେ ବିଜେପିରେ ଯୋଗଦେଇଛନ୍ତି ଏବଂ ଗୋଟିଏ ଦିନ ସମଗ୍ର ଭାରତରେ ପଦ୍ମ ଫୁଟିବ ବୋଲି ଲେଖିଛନ୍ତି। ଏହାପରେ ଏହି ପୋଷ୍ଟଟି ଭାଇରାଲ ହେବା ସହ ୫୦ରୁ ଅଧିକ ଶେୟାର ହୋଇଥିଲା। କେବଳ ଫେସବୁକ ନୁହେଁ, ଟ୍ୱିଟରରେ ମଧ୍ୟ ଏହି ଖବରଟି ଭାଇରାଲ ହୋଇଥିଲା।

ଏହି ଖବର ଭାଇରାଲ ହେବା ପରେ ଜାତୀୟ ଗଣମାଧ୍ୟମଗୁଡ଼ିକ ପକ୍ଷରୁ ଏନେଇ କୁମ୍ବଲେଙ୍କୁ ଯୋଗାଯୋଗ କରାଯାଇଥିଲା। ହେଲେ ଏହା ଏକ ଭୁଲ ଖବର ଏବଂ ସେ ବିଜେପିରେ କୌଣସି ପ୍ରକାରର ଯୋଗଦେଇନାହାନ୍ତି ବୋଲି କହିଛନ୍ତି। ବାସ୍ତବରେ ସୋଶାଲ୍‌ ମିଡିଆରେ ଭାଇରାଲ ହେଉଥିବା ଫଟୋଟି ୨୦୧୪ ମସିହା ଅଗଷ୍ଟ ୧ ତାରିଖର। କୁମ୍ବଲେ ସୌଜନ୍ୟମୂଳକ ସାକ୍ଷାକାର ସମୟରେ ମୋଦିଙ୍କ ସହ ଫଟୋ ଉଠାଇଥିଲେ। ଏହି ଫଟୋକୁ ପିଏମ୍‌ଓ ସେତେବେଳେ ଟ୍ୱିଟ୍‌ କରିଥିଲା।



from Odisha Reporter http://bit.ly/2FtxxQp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages