ନ୍ୟୁ-ଷ୍ଟୁଅର୍ଟ ସ୍କୁଲରେ ବାର୍ଷିକ କ୍ରିଡ଼ା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 26, 2019

ନ୍ୟୁ-ଷ୍ଟୁଅର୍ଟ ସ୍କୁଲରେ ବାର୍ଷିକ କ୍ରିଡ଼ା

କଟକ(ଓଡ଼ିଶା ରିପୋର୍ଟର): ମିଶନ ରୋଡସ୍ଥିତ ନ୍ୟୁ ଷ୍ଟୁଅର୍ଟ ସ୍କୁଲ୍‌ରେ ୨୬ତମ ବାର୍ଷିକ କ୍ରିଡ଼ା ପ୍ରତିଯୋଗିତା ବିଦ୍ୟାଳୟର ଅଧ୍ୟକ୍ଷ ଏମ୍‌.ତୃପ୍ତିରାଣୀଙ୍କ ପରୋହିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଟକ ଷ୍ଟୁଅର୍ଟ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଦେବାଶିଷ ଆଚାର୍ଯ୍ୟ ସମ୍ମନନୀୟ ଅତିଥି ଭାବେ ଯୋଗ ଦେଇ କ୍ରିଡାର ମହତ୍ୱ ବିଷୟରେ ବୁଝାଇଥିଲେ। ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ସମ୍ପାଦକ ଅଧ୍ୟାପକ ଶୋଭନ ପଣ୍ଡା ଖେଳକୁଦ ମାଧ୍ୟମରେ ଛାତ୍ରୀଛାତ୍ରଙ୍କ ଚରିତ୍ର ଗଠନ ଉପରେ ଗୁରୁତ୍ୱାରୋପ କରିଥିଲେ।

ଅନ୍ୟ ଅତିଥି ଭାବେ ରେଭ୍‌ରେଣ୍ଟ ପରିତୋଷ ରାଉତ୍‌ ଯୋଗଦେଇ ପ୍ରାରମ୍ଭିକ ପ୍ରାର୍ଥନା କରିଥିଲେ। ଷ୍ଟୁଅର୍ଟ ସ୍କୁଲ୍ କଟକର ଅଧ୍ୟକ୍ଷ ଏଫ୍‌.ସି.ନର୍ଥ ଯୋଗଦେଇ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ପ୍ରତିଯୋଗିତାରେ ବରିଷ୍ଠ ବାଳକ ବିଭାଗର ବୈଭର ମାଝୀ  ଓ ବରିଷ୍ଠ ବାଳିକା ବିଭାଗର ରିସିତା ରାଜପୁତ ସିଂ ଚାମ୍ପିୟନ୍‌ ହୋଇଥିଲେ। ସୁବାସ ଚନ୍ଦ୍ର ବୋଷ ହାଉସ୍‌ ଚାମ୍ପିୟନ୍‌ ହୋଇଥିଲେ।



from Odisha Reporter http://bit.ly/2Ukk6Wo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages