ପ୍ରଥମ ଥର ପାଇଁ ପରେଡ୍‌ରେ ସାମିଲ୍ ହେଲା ‘ଆଜାଦ୍‌ ହିନ୍ଦ ଫୌଜ୍‌’ର ସେନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 26, 2019

ପ୍ରଥମ ଥର ପାଇଁ ପରେଡ୍‌ରେ ସାମିଲ୍ ହେଲା ‘ଆଜାଦ୍‌ ହିନ୍ଦ ଫୌଜ୍‌’ର ସେନା

ନୂଆଦିଲ୍ଲୀ: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଦ୍ୱାରା ପ୍ରତିଷ୍ଠିତ ‘ଆଜାଦ୍ ହିନ୍ଦ୍‌ ଫୌଜ’ ବା ‘ଇଣ୍ଡିଆନ୍‌ ନ୍ୟାସନାଲ୍‌ ଆର୍ମି'(ଆଇଏନ୍‌ଏ)ର ଭେଟେରାନ୍ ଯବାନ୍‌ମାନେ ପ୍ରଥମ ଥର ପାଇଁ ସାଧାରଣତନ୍ତ୍ର ଦିବସର ଜାତୀୟ ପରେଡ୍‌ରେ ଅଂଶ ଗ୍ରହଣ କରିଛନ୍ତି।

୭୦ତମ ଜନରାଜ୍ୟ ଦିବସ ଅବସରରେ ରାଜଧାନୀ ନୂଆଦିଲ୍ଲୀଠାରେ ଆୟୋଜିତ ସମୂହ ପରେଡ୍‌ରେ ଆଜାଦ ହିନ୍ଦ୍‌ ଫୌଜର ୯୦ ବର୍ଷୀୟ ୪ ଜଣ ଭୂତପୂର୍ବ ସୈନିକ ଭାଗ ନେଇଥିଲେ।

ଆଜାନ୍ଦ ହିନ୍ଦ୍‌ ଫୌଜର ୪ ଭୂତପୂର୍ବ ଯବାନ୍ ଭାଗମଲ୍, ଲଲିତ୍‌ ରାମ୍‌, ହୀରା ସିଂହ ଓ ପରମାନନ୍ଦ ଯାଦବ ଏକ ଜିପ୍‌ରେ ବସି ପରେଡରେ ଭାଗ ନେଇଥିଲେ। ଏହି ଜିପ୍‌ରେ ସୁଭାଷ ଚନ୍ଦ୍ର ବୋଷଙ୍କ ଫଟୋ ସହ ଆଇଏନ୍‌ଏ ସେନାନୀ ଲେଖା ହୋଇଥିଲା।

ଭାରତକୁ ବ୍ରିଟିଶ୍ ଶାସନରୁ ସ୍ୱାଧୀନତା ଦେବା ଲକ୍ଷ୍ୟରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆଜାଦ ହିନ୍ଦ୍‌ ଫୌଜ ଗଢ଼ିଥିଲେ। ଆରମ୍ଭରେ ଏହି ସେନାବାହିନୀରେ ଜାପାନ ଦ୍ୱାରା ଯୁଦ୍ଧବନ୍ଦୀ ହୋଇଥିବା ଭାରତୀୟ ସୈନିକମାନଙ୍କୁ ସାମିଲ୍‌ କରାଯାଇଥିଲା।



from Odisha Reporter http://bit.ly/2sPMrYY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages