
ନୂଆଦିଲ୍ଲୀ: ଆସନ୍ତା ୨୦୧୯ ସାଧାରଣ ନିର୍ବାଚନରେ ବିଜେପିକୁ ହରାଇବା ପାଇଁ ବିଭିନ୍ନ ଦଳ ସହ ମେଣ୍ଟ କରିବାକୁ ଗୋଡ଼ ଟେକି ବସିଥିବା କଂଗ୍ରେସକୁ ପୁଣି ଝଟ୍କା ଲାଗିବାକୁ ଯାଉଛି। ପୂର୍ବରୁ ଉତ୍ତର ପ୍ରଦେଶରେ ଅଖିଲେଶ ଓ ମାୟାବତୀ ମେଣ୍ଟ କରିଥିବା ବେଳେ କଂଗ୍ରେସକୁ ଏଥିରେ ସାମିଲ କରି ନଥିଲେ।
ଏବେ ଆନ୍ଧ୍ର ପ୍ରଦେଶରେ ମଧ୍ୟ କଂଗ୍ରେସ ସମାନଦଶା ଭୋଗିବାକୁ ଯାଉଛି। କାରଣ ଆନ୍ଧ୍ରପ୍ରଦେଶର କ୍ଷମତାସୀନ ଟିଡିପି ଏକାକୀ ନିର୍ବାଚନ ଲଢ଼ିବ ବୋଲି ଏକ ପ୍ରକାରର ସ୍ଥିର କରିଛି। କଂଗ୍ରେସ ଓ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ତେଲେଙ୍ଗାନା ବିଧାନସଭାରେ ଏକାଠି ହୋଇଥିଲେ। କିନ୍ତୁ ଦଳ ସେଠାରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା।
କଂଗ୍ରେସ ପାଇଁ ଟିଡିପିକୁ କେହି ଗ୍ରହଣ କଲେ ନାହିଁ ବୋଲି ଦଳ ମଧ୍ୟରେ ଏକ ବାର୍ତ୍ତା ପହଞ୍ଚିଥିଲା। ତେଣୁ ୨୦୧୯ ଲୋକସଭା ନିର୍ବାଚନରେ ଟିଡିପି ସେହି ଭୁଲ କରିବାକୁ ଚାହୁଁନାହିଁ।
ଟିଡିପିର ଜଣେ ବରିଷ୍ଠ ନେତା ନିଜ ନାଁ ଗୋପନ ରଖି କହିଛନ୍ତି, “ଆନ୍ଧ୍ରପ୍ରଦେଶରେ କଂଗ୍ରେସଁକୁ ନେଇ ଲୋକଙ୍କ ମଧ୍ୟରେ ଏକ ନକାରାତ୍ମକ ଚିନ୍ତାଧାରା ରହିଛି। ତେଣୁ ଦଳ ଆସନ୍ତା ଲୋକସଭା ନିର୍ବାଚନ ଏକାକୀ ଲଢ଼ିବାକୁ ନିଷ୍ପତ୍ତି ନେଇଛି।”
ଯଦି ଏପରି ହୁଏ, ତା’ହେଲେ ବିଜେପିକୁ ଆଞ୍ଚଳିକ ପାର୍ଟିଗୁଡ଼ିକ ବଳରେ ହରାଇବାକୁ ଲକ୍ଷ୍ୟ ରଖିଥିବା କଂଗ୍ରେସକୁ ଶକ୍ତ ଝଟ୍କା ଲାଗିବ।
from Odisha Reporter http://bit.ly/2sAo1SR
No comments:
Post a Comment