
ମୁମ୍ବାଇ: ଅଭିନେତା ରଣବୀର୍ କପୁର୍ ଓ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ମଧ୍ୟରେ ଥିବା ଆଫୟାର୍କୁ ନେଇ ବି’ଟାଉନ୍ରେ ଏବେ ଖୁବ୍ ଚର୍ଚ୍ଚା। ଶୁଣିବାକୁ ମୁଳୁଛି, ରଣବୀରଙ୍କ ସହ ସମ୍ପର୍କକୁ ଆଲିଆଙ୍କ ବାପା ମହେଶ ଭଟ୍ଟଙ୍କ ସ୍ୱୀକୃତି ବି ମିଳିଯାଇଛି। ଯଦିଓ ଆଲିଆ ତାଙ୍କ ରିଲେସନ୍ସିପ୍କୁ ନେଇ ଏଯାଏ ଖୋଲାଖୋଲି ମତ ଦେଇନାହାନ୍ତି, ତେବେ ତାଙ୍କ ଇସାରାବାଜିରୁ ଯାହା ଜଣାପଡୁଛି ସେ ରଣବୀର୍ କପୁରଙ୍କ ଉପରେ ପୂରା ଇମ୍ପ୍ରେସ୍ଡ୍ ଅଛନ୍ତି।

ଆପଣ ତ ଜାଣିଥିବେ, ରଣବୀର୍ କପୁର୍ ହେଉଛନ୍ତି ଦୀପିକା ପାଦୁକୋନ୍ଙ୍କ ଏକ୍ସ-ବୟଫ୍ରେଣ୍ଡ୍। ରଣବୀର୍ କପୁର୍ଙ୍କ ସହ ବ୍ରେକ୍ ଅପ୍ ହେବା ପରେ ଦୀପିକା ରଣବୀର୍ ସିଂହଙ୍କ ପ୍ରେମରେ ପଡ଼ିଥିଲେ ଏବଂ ନିକଟରେ ଏହି ଦୁଇ ପ୍ରେମ ପକ୍ଷୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ତେବେ ଦୀପିକାଙ୍କ ସ୍ୱାମୀ ରଣବୀର୍ ସିଂହଙ୍କ ବିପକ୍ଷରେ ଫିଲ୍ମ ‘ଗଲି ବଏ’ରେ ଅଭିନୟ କରୁଛନ୍ତି ରଣବୀର୍ କପୁର୍ଙ୍କ ଏବର ପ୍ରେମିକା ଆଲିଆ ଭଟ୍ଟ। ଆଲିଆ ତାଙ୍କ ପ୍ରେମିକ ରଣବୀର୍ କପୁର୍ଙ୍କ ସହ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ମଧ୍ୟ ସ୍କ୍ରିନ୍ ଶେଆର୍ କରିବେ।
ଦୁଇ ରଣବୀର୍ଙ୍କ ସହ ପ୍ରଥମ ଥର ପାଇଁ କାମ କରିବା ପରେ ଦୁହିଁଙ୍କ ମଧ୍ୟରେ ପାର୍ଥକ୍ୟ କଅଣ ବୋଲି ଆଲିଆଙ୍କୁ ‘ଗଲି ବୟ’ର ଏକ ପ୍ରମୋସନ୍ କାର୍ଯ୍ୟକ୍ରମରେ ପଚରାଯାଇଥିଲା।
ଏହାର ଉତ୍ତରରେ ଆଲିଆ କହିଥିଲେ, “ଦୁହେଁ ପାଖାପାଖି ସମାନ। ଦୁହେଁ ବହୁତ ଭଲ ଅଭିନେତା ଏବଂ ନିଜ କାମକୁ ନେଇ ଗମ୍ଭୀର। ଦୁହିଁଙ୍କ ମଧ୍ୟରେ ଯଦି ପାର୍ଥକ୍ୟ ପଚରାଯାଏ, ତେବେ କେବଳ ଗୋଟିଏ ପାର୍ଥକ୍ୟ ରହିଛି, ତାହା ହେଉଛି ‘ଗଲି ବୟ’ ଏବଂ ‘ବ୍ରହ୍ମାସ୍ତ୍ର’ । କିନ୍ତୁ ଦୁହେଁ ମୋ ପାଇଁ ସ୍ୱତନ୍ତ୍ର।”
ଆଲିଆଙ୍କ ଏହି ଉତ୍ତର ପରେ ଦୀପିକାଙ୍କ ସ୍ୱାମୀ ଅର୍ଥାତ୍ ‘ଗଲି ବୟ’ ଅଭିନେତା ରଣବୀର ସିଂହ କହିଛନ୍ତି ଯେ “ଆମ ଦୁଇଜଣଙ୍କ ମଧ୍ୟରୁ ଆଲିଆଙ୍କ ପାଇଁ ଜଣେ ଅଧିକ ଏବଂ ଜଣେ କମ୍ ସ୍ୱତନ୍ତ୍ର।”
from Odisha Reporter http://bit.ly/2FoMHpe
No comments:
Post a Comment