
ନୂଆଦିଲ୍ଲୀ: ଫ୍ରାନ୍ସ ସହ ଭାରତର ରାଫେଲ ଯୁଦ୍ଧ ବିମାନ ଡିଲ୍କୁ ନେଇ ଶୁକ୍ରବାର ଲୋକସଭାରେ ପୁଣିଥରେ ଘମାଘୋଟ ବିତର୍କ ଚାଲିଛି। ତେବେ ସଂସଦ ଭିତରେ ରାଫେଲ୍ ଡିଲ୍କୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କରୁଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ବାହାରେ ମଧ୍ୟ ସମାନ କଥା ଉଠାଇଛନ୍ତି। ଏଥର କିନ୍ତୁ ସେ ରାଫେଲ ଡିଲ୍କୁ ନିର୍ବାଚନୀ ପ୍ରସଙ୍ଗ କରିଛନ୍ତି।
ସଂସଦ ବାହାରେ ସାମ୍ବାଦିକଙ୍କୁ ସୂଚନା ଦେଇ ସେ କହିଛନ୍ତି, “ ଯଦି କଂଗ୍ରେସ କ୍ଷମତାକୁ ଆସିବ, ତା’ହେଲେ ରାଫେଲ ଡିଲ୍ର ଅପରାଧିକ ଦିଗର ତଦନ୍ତ ହେବ। ଏଥିରେ ଯେଉଁମାନେ ସଂପୃକ୍ତ ଅଛନ୍ତି, ସେମାନଙ୍କୁ କଠୋରରୁ ଅତି କଠୋର ଭାବେ ଦଣ୍ଡିତ କରାଯିବ।”
୨୦୧୬ରୁ ରାଫେଲ ଡିଲ୍ କଥା ଉଠାଉଥିବା କଂଗ୍ରେସ ପୂର୍ବରୁ କେବେ ହେଲେ ଏମିତି କଥା କହି ନଥିଲା। କିନ୍ତୁ ୨୦୧୯ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧି ନିଜ ସ୍ୱରକୁ ଶାଣିତ କରିବା ସହ କ୍ଷମତାକୁ ଫେରିବା ପାଇଁ ରାଫେଲ୍ ଗୋଟି ଚଳାଇବାକୁ ଉଦ୍ୟମ କରୁଥିବା ରାଜନୀତିକ ପଣ୍ଡିତମାନେ ମତ ଦେଇଛନ୍ତି।
from Odisha Reporter http://bit.ly/2AvY2jW
No comments:
Post a Comment