ନିର୍ବାଚନ ପ୍ରତିଶ୍ରୁତି ପୂରଣ କଲା କଂଗ୍ରେସ, ଏଥର ପୁଲିସ୍‌କୁ ସାପ୍ତାହିକ ଛୁଟି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 4, 2019

ନିର୍ବାଚନ ପ୍ରତିଶ୍ରୁତି ପୂରଣ କଲା କଂଗ୍ରେସ, ଏଥର ପୁଲିସ୍‌କୁ ସାପ୍ତାହିକ ଛୁଟି

ଭୋପାଲ୍‌: ମଧ୍ୟପ୍ରଦେଶ ନିର୍ବାଚନ ବେଳେ କଂଗ୍ରେସ ସରକାରକୁ ଆସିଲେ ଅନେକ କିଛି କରିବ ବୋଲି ଯେଉଁ ପ୍ରତିଶ୍ରୁତି ଦେଇଥିଲା, ତାକୁ ଗୋଟିଏ ପରେ ଗୋଟିଏ ପୂରଣ କରିବା ଆରମ୍ଭ କରିଛି।

ପ୍ରଥମେ କୃଷିଋଣ ଛାଡ଼ କରିଥିବା କମଲନାଥଙ୍କ ସରକାର ଏବେ ପୁଲିସ୍‌ କର୍ମଚାରୀଙ୍କ ପାଇଁ ଏକ ବଡ଼ ନିୟମ ପ୍ରଣୟନ କରିଛନ୍ତି। ୩୮ ବର୍ଷ ପରେ ଏଣିକି ମଧ୍ୟପ୍ରଦେଶରେ ପୁଲିସ୍‌ବାବୁମାନେ ସାପ୍ତାହିକ ଛୁଟି ବା ଅଫ୍‌ ଡେ’ ପାଇବେ।

ଗତକାଲି ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ନିର୍ବାଚନ ବେଳେ କଂଗ୍ରେସ କ୍ଷମତାକୁ ଆସିଲେ, ପୁଲିସ୍‌ବାବୁମାନଙ୍କୁ ବାଧ୍ୟତାମୂଳକ ଅଫ୍‌ ଡେ’ ମିଳିବ ବୋଲି କହିଥିଲା। ପୂର୍ବରୁ ପୁଲିସ୍‌ବାବାମାନଙ୍କୁ କୌଣସି ପ୍ରକାରର ଅଫ୍‌ ଡେ’ ମିଳୁ ନଥିଲା। ସେମାନେ କେବଳ ଦରକାର ସମୟରେ ଛୁଟି ନେଇପାରୁ ଥିଲେ। ହେଲେ ଏବେ ସେମାନଙ୍କୁ ସିଏଲ୍‌ ଏବଂ ଇଏଲ୍‌ ସହ ଅଫ୍‌ ଡେ’ ମଧ୍ୟ ନେଇପାରିବେ।

ଗତକାଲିଠାରୁ ଏହି ନିୟମ ଲାଗୁ ହେବା ପରେ ଅନେକ ପୁଲିସ୍‌ ଅଧିକାରୀ ନିଜ ପରିବାର ସହ ସମୟ କାଟୁଥିବା ଦେଖିବାକୁ ମିଳିଛି। ଏଥିସହ କିଛି ପୁଲିସ୍‌ବାବୁମାନେ ପରିବାର ସହ ପିକ୍‌ନିକ୍‌ ମଧ୍ୟ ଯାଉଛନ୍ତି।

ଏଭଳି ନିୟମକୁ ନେଇ ସେମାନେ ଖୁସିଥିବା ସବ୍‌ ଇନ୍‌ସ୍‌ପେକ୍ଟର ଉମା ଶଙ୍କର ମିଶ୍ର କହିଛନ୍ତି। ସେ କହିଛନ୍ତି, ଦୀର୍ଘ ୩୮ ବର୍ଷ ପରେ ଏଭଳି ଅଫ୍‌ ଡେ’ ନିୟମ ଲାଗୁ ହୋଇଛି। ଏବେ ପରିବାର ଲୋକଙ୍କ ସହ କିଛି ସମୟ ବିତାଇବାକୁ ସୁଯୋଗ ମିଳିବ।



from Odisha Reporter http://bit.ly/2BXDqB7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages