ଚାଲିଗଲେ ସଚିନ୍‌ଙ୍କ ଗୁରୁ ରମାକାନ୍ତ ଆଚରେକର୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 2, 2019

ଚାଲିଗଲେ ସଚିନ୍‌ଙ୍କ ଗୁରୁ ରମାକାନ୍ତ ଆଚରେକର୍‌

ମୁମ୍ବାଇ:ସମଗ୍ର ବିଶ୍ୱର ଲୋକପ୍ରିୟ କ୍ରିକେଟର ତଥା ଭାରତ ରତ୍ନ ସଚିନ୍‌ ତେନ୍ଦୁଲକରଙ୍କ କୋଚ୍‌ ରମାକାନ୍ତ ଆଚରେକର୍‌ଙ୍କ ବୁଧବାର ମୁମ୍ବାଇରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ହୋଇଥିଲା। ପିଲାଦିନଠାରୁ ଆରମ୍ଭ କରି ସଚିନ୍‌ଙ୍କୁ କ୍ରିକେଟର ଗଡ୍‌ ଭାବେ ତିଆରି କରିଥିବା ରମାକାନ୍ତଙ୍କ ଅବଦାନ ବେଶ୍‌ ମହତ୍ୱପୂର୍ଣ୍ଣ ଥିଲା। ଆରମ୍ଭରୁ ସଚିନ୍‌ ଆଚରକେରଙ୍କଠାରୁ କ୍ରିକେଟ୍‌ ଶିଖିଥିଲେ। ସଚିନ୍‌ଙ୍କ ସହ ପୂର୍ବତନ କ୍ରିକେଟର ବିନୋଦ୍‌ କାମ୍ବଲି ମଧ୍ୟ ଆଚରେକର୍‌ଙ୍କ ଠାରୁ ତାଲିମ ନେଇଥିଲେ। ଆଚରେକରଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ସମ୍ମାନରେ ସମ୍ମାନିତ କରାଯାଇଥିଲା। ନିକଟରେ ସଚିନ୍‌ ଗୁରୁପୂର୍ଣ୍ଣିମା ଅବସରରେ ଏକ ଟ୍ୱିଟ୍‌ କରି ନିଜ ପିଲା ଦିନର ଗୁରୁ ରମାକାନ୍ତ ଆଚରେକରଙ୍କ ପ୍ରତି ସମ୍ମାନ ବ୍ୟକ୍ତ କରିଥିଲେ ସଚିନ୍‌।

ସେହିପରି କୋଚ୍‌ଙ୍କ ସହ ଫଟୋ ମଧ୍ୟ ଶେଆର କରିଥିଲେ ସଚିନ୍‌। ସେହି ଫଟୋରେ ସଚିନ୍‌ ଗୁରୁଙ୍କ ପାଦ ଛୁଁ ଥିବାର ଦୃଶ୍ୟ ରହିଛି। ଫଟୋରେ ସଚିନଙ୍କ ବନ୍ଧୁ ଅତୁଲ ରାଣାଡେ ମଧ୍ୟ ଉପସ୍ଥିତ ଥିଲେ। କ୍ୟାରିଅର ପାଇଁ ସଚିନ୍‌ ସର୍ବଦା ଗୁରୁ ଆଚରେକର୍‌ଙ୍କୁ କୃତଜ୍ଞତା ଦେଇ ଆସିଛନ୍ତି। ସଚିନ୍‌ କୁହନ୍ତି ମୋ କ୍ୟାରିୟର ଗଢି ତୋଳିବାର ଆଚରେକର ସାରଙ୍କର ଯଥେଷ୍ଟ ଭୂମିକା ରହିଛି। ଆଜି ମୁଁ ଯାହା କିଛି ହୋଇପାରିଛି କେବଳ ତାଙ୍କରି ଯୋଗୁ। ତାଙ୍କ ଆଶୀର୍ବାଦ ଯୋଗୁ  ମୁଁ ଆଜି ଜଣେ ସଫଳ କ୍ରିକେଟରର ମାନ୍ୟତା ପାଇଛି। ସ୍କୁଲରେ ପଢିବା ବେଳେ ସଚିନଙ୍କ ଭାଇ ଅଜିତ୍‌ ତେନ୍ଦୁଲକର ତାଙ୍କୁ ଆଚରେକରଙ୍କ ସହ ସାକ୍ଷାତ୍‌ କରାଇଥିଲେ। ଆଚରେକର ସେତେବେଳେ ମୁମ୍ବାଇର ଶିବାଜୀ ପାର୍କରେ ଏକ କ୍ରକେଟ ଏକାଡେମୀ ଚଳାଉଥିଲେ।

ସଚିନଙ୍କଠାରେ ଅସାଧାରଣ ପ୍ରତିଭା ଦେଖି ଆଚରେକର ତାଙ୍କୁ ଇଣ୍ଡିଆନ ଏଜୁକେଶନ ସୋସାଇଟି ନ୍ୟୁ ସ୍କୁଲ୍‌ରୁ ଶରଧାଶ୍ରମ ବିଦ୍ୟାମନ୍ଦିର (ଇଂଲିଶ) ହାଇସ୍କୁଲ ଟ୍ରାନ୍ସଫର କରିବାକୁ ପରାମର୍ଶ ଦେଇଥିଲେ। ଏହି ସ୍କୁଲ ତରଫରୁ ସଚିନ ଓ ତାଙ୍କ ବାଲ୍ୟବନ୍ଧୁ ବିନୋଦ କାମ୍ବଲି ଖେଳି ୧୯୮୮ରେ ହାରିଶ୍‌ ସିଲ୍ଡର ଏକ ମ୍ୟାଚରେ ସେଣ୍ଟ ଜାଭିୟର ବିପକ୍ଷରେ ୬୬୪ ରନର ପାର୍ଟନରସିପ୍‌ ସ୍ଥାପନ କରି ରେକର୍ଡ଼ କରିଥିଲେ। ଏହାର ଠିକ୍‌ ଗୋଟିଏ ବର୍ଷ ପରେ ସେ କରାଚିରେ ପାକିସ୍ତାନ ବିପକ୍ଷରେ ଟେଷ୍ଟ ପଦାର୍ପଣ କରିଥିଲେ। ଏମିତି ଗୋଟିଏ ପରେ ଗୋଟି ମ୍ୟାଚ୍‌ ଖେଳି ରେକର୍ଡ଼ ସ୍ଥାପନ କରିବାରେ ଲାଗିଲେ ସଚିନ୍‌। ତେବେ ଆଚରେକରଙ୍କ ମୃତ୍ୟୁରେ କ୍ରିକେଟ ଜଗତରେ ଶୋକର ଛାୟା ଖେଳାଇଦେଇଛି।



from Odisha Reporter http://bit.ly/2BUvlgz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages