
ଗୁରୁଗ୍ରାମ: ହରିଆଣାର ଗୁରୁଗ୍ରାମ ସ୍ଥିତ ଉଲ୍ଲାୱାସ ଠାରେ ଥିବା ଏକ ୪ ମହଲା ବିଶିଷ୍ଟ କୋଠା ଭୁଶୁଡ଼ି ପଡ଼ିବା ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ଏବେ ବି ଧ୍ୱଂସାବଶେଷ ତଳେ ଆହୁରି ୪ ଜଣ ଲୋକ ଫସି ରହିଛନ୍ତି। ଉଦ୍ଧାରୀକାରୀ ଦଳ ଦୀର୍ଘ ୮ ଘଣ୍ଟାକାଳ ପରିଶ୍ରମ କରି ଧ୍ୱଂସାବଶେଷ ତଳକୁ କେବଳ ୪ ଜଣଙ୍କ ମୃତଦେହ ଉଦ୍ଧାର କରିପାରିଛନ୍ତି। ଅନ୍ୟ ୪ ଜଣଙ୍କର କୌଣସି ପତ୍ତା ମିଳି ନଥିବାରୁ ଏମାନେ ମଧ୍ୟ ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି।
କୋଠାର ଭଗ୍ନାବଶେଷଗୁଡ଼ିକୁ ବୁଲଡୋଜର ଜରିଆରେ ଗୋଟି ଗୋଟି କରି କଢ଼ାଯାଉଛି। ଏଥିଯୋଗୁ ଯେପରି କାହାରି କିଛି କ୍ଷତି ନ ହୁଏ ସେଥିପ୍ରତି ହରିଆଣା ଅଗ୍ନିଶମ ବିଭାଗର କର୍ମଚାରୀମାନେ ବିଶେଷ ଧ୍ୟାନ ଦେଉଛନ୍ତି।
ଆଜି ସକାଳ ପ୍ରାୟ ୫ଟାରେ ଏହି ୪ ମହଲା କୋଠାଟି ଭୁଶୁଡ଼ି ପଡ଼ିଥିଲା। ଏହାର ୪ର୍ଥ ମହଲାର କାମ ଚାଲିଥିଲା। ତେବେ କୋଠା ଭୁଶୁଡ଼ିବାର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ। ମୃତାହତ ବ୍ୟକ୍ତିମାନେ ସମ୍ଭବତଃ ଶ୍ରମିକ ବୋଲି କୁହାଯାଉଛି। ଏମାନେ ୪ର୍ଥ ମହଲାରେ କାର୍ଯ୍ୟ କରୁଥିଲେ। ପୁଲିସ୍ ଏବେ କୋଠାର ମାଲିକଙ୍କୁ ଖୋଜିବା ଆରମ୍ଭ କରିଛି।
from Odisha Reporter http://bit.ly/2Mtp0xx
No comments:
Post a Comment