ମୁଁ କହି ନଥିଲି ‘ନବୀନଙ୍କୁ ଛାଡ଼ ସନା’କୁ ଧର: ସନାତନ ମହାକୁଡ଼ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 24, 2019

ମୁଁ କହି ନଥିଲି ‘ନବୀନଙ୍କୁ ଛାଡ଼ ସନା’କୁ ଧର: ସନାତନ ମହାକୁଡ଼

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):କେନ୍ଦୁଝର ଜିଲ୍ଲାର ଜଣେ ଚର୍ଚ୍ଚିତ ରାଜନେତା ହେଉଛନ୍ତି ସନାତନ ମହାକୁଡ଼। ଜଣେ ବିତ୍ତଶାଳୀ ଓ ବାହୁବଳୀ ନେତା ଭାବେ ଜଣାଶୁଣା ସନାତନ ମହାକୁଡ଼ ଗତ କିଛି ମାସ ହେଲା ବେଶ ଚର୍ଚ୍ଚାରେ ଅଛନ୍ତି। ଦୁଃଖୀ ଦରିଦ୍ରଙ୍କ ନେତା ଭାବେ ପରିଚିତ ସନାତନ ଏବେ ଚମ୍ପୁଆ ନିର୍ବାଚନମଣ୍ଡଳୀରୁ ସ୍ୱାଧୀନ ବିଧାୟକ ଅଛନ୍ତି। କିଛି ମାସ ତଳେ ସେ ଜନସମୃଦ୍ଧି ନାମରେ ଏକ ଦଳ ଗଠନ କରିଥିଲେ। ଏମିତିକି ଜନସମୃଦ୍ଧି ବ୍ୟାନରରେ ‘ନବୀନଙ୍କୁ ଛାଡ଼ ସନାକୁ ଧର’ ବୋଲି ଉଲ୍ଲେଖ ଥାଇ ପ୍ରଚାର ପ୍ରସାର କରାଯାଇଥିଲା। ହେଲେ ହଠାତ୍ କିଛି ଦିନ ପୂର୍ବେ ନିଜେ ଗଢିଥିବା ଦଳରୁ ଇସ୍ତଫା ଦେଇ ସେ ପୁଣି ଥରେ ଚର୍ଚ୍ଚାକୁ ପରିସରକୁ ଆସିଛନ୍ତି। ତେବେ ତାଙ୍କର ଏଭଳି ନିଷ୍ପତ୍ତି ପଛରେ କ’ଣ କାରଣ ଏବଂ ତାଙ୍କର ଆଗାମୀ ରାଜନୈତିକ ଯୋଜନା କ’ଣ ରହିଛି ସେ ବିଷୟରେ ସେ ଓଡ଼ିଶା ରିପୋର୍ଟରକୁ ସାକ୍ଷାତକାର ଦେଇ ବିସ୍ତୃତ ଭାବେ କହିଛନ୍ତି। ତେବେ ଆସନ୍ତୁ ଜାଣିବା ସେ କ’ଣ ସବୁ କହିଛନ୍ତି।

ପ୍ରଶ୍ନ :ଆପଣ ନିଜେ ଯୁଦ୍ଧ ଡାକରା ଦେଇଥିଲେ। କିଛି ଦିନ ତଳେ କହିଥିଲେ ନବୀନଙ୍କୁ ଛାଡ଼, ସନା ମହାକୁଡ଼ଙ୍କୁ ଧର, ହଠାତ୍‌ ଯୁଦ୍ଧ କ୍ଷେତ୍ରରୁ ଆପଣ କାହିଁକି ଛତ୍ରଭଙ୍ଗ ଦେଲେ ?

ଉ: ଏହି ଲେଖା ମୁଁ କେତେବେଳେ ଛପାଇ ନାହିଁ କି କହି ନାହିଁ।

ଏଇଟା ବୋଧେ ତାଙ୍କ ଲୋକ କରିଥିବେ। ଯାହାକି ମତେ ବଦନାମ କରିବା ପାଇଁ ଚେଷ୍ଟା କରାଯାଇଥିଲା। ନବୀନଙ୍କୁ ଛାଡ଼, ସନା ମହାକୁଡ଼ଙ୍କୁ ଧର, ଏମିତି କଥା ମୁଁ କୁଆଡ଼େ କହିନାହିଁ କି କେଣେ ଛାପି ନାହିଁ। ଏ ବାବଦରେ ମୁଁ ପ୍ରେସକୁ କହିସାରିଛି। ଏକଥା ଯଦି କେହି କରିଥାନ୍ତି ପୁଲିସ ତାଙ୍କୁ ଧରି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ମୁଁ କହିସାରିଛି।

ପ୍ରଶ୍ନ: ନିର୍ବାଚନ ଲଢ଼ିବା ପାଇଁ ଆପଣ ଏକ ଦଳ ଗଠନ କଲେ। ହଠାତ୍‌ ସଭାପତି ପଦରୁ ଇସ୍ତଫା ଦେଲେ। ଏମିତି ନିଷ୍ପତ୍ତି ପଛରେ କହା ଚାପ ଥିଲା କି?

ଉ: କୌଣସି ଚାପ ନାହିଁ। ମୁଖ୍ୟ କଥା ହେଉଛି ମୋର ସ୍ୱାସ୍ଥ୍ୟଗତ ସମସ୍ୟା ରହିଛି। ୮-୯ମାସ ହେଲା ମୋର ମେରୁଦଣ୍ଡ ଅପରେଶନ ହୋଇଥିଲା। ମୋ ସ୍ୱାସ୍ଥ୍ୟରେ ଉନ୍ନତି ବଦଳରେ ଅବନତି ହେଉଥିବାରୁ ମୁଁ ମୋ ନିର୍ବାଚନୀମଣ୍ଡଳୀରେ ସମୟ ଦେଇପାରୁ ନାହିଁ। ତେଣୁ ମୁଁ ବାଧ୍ୟ ହୋଇ ସଭାପତି ପଦରୁ ଇସ୍ତଫା ଦେଲି।

ପ୍ରଶ୍ନ: ଆପଣ ତ’ ଦଳରେ ସଭାପତି ଥାଇ ମଧ୍ୟ ଆପଣଙ୍କ କର୍ମୀମାନେ କାମ କରିପାରିବେ?

ଉ: କଥାରେ ଅଛି ନିଜେ ମଲେ ସ୍ୱର୍ଗ ଦେଖାଯିବ। ଏଠି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଛନ୍ତି। ତାଙ୍କରି ଇଙ୍ଗିତରେ ସାରା ଓଡ଼ିଶାର ଏ ଟୁ ଜେଡ୍‌ ସରକାରୀ ଅଫିସର କାମ କରୁଛନ୍ତି। ଏବଂ ତାଙ୍କରି କଥାରେ ସବୁ କିଛି ଚାଲିଛି। ମୁଁ ଜଣେ ସ୍ୱାଧୀନ ବିଧାୟକ। ମୁଁ ସରକାରରେ ନାହିଁ ଯେ, ମୋ କଥା ଅନୁସାରେ ସମସ୍ତେ ଚାଲିବେ।

ପ୍ରଶ୍ନ: ଆଗାମୀ ନିର୍ବାଚନରେ ଆପଣ ଲଢ଼ିବେ ନା ନାହିଁ।

ଉ: ଆଗାମୀ ନିର୍ବାଚନରେ ଯଦି ଶରୀର ଭଲ ରହିବ ତେବେ ନିଶ୍ଚୟ ଲଢ଼ିବି।

ପ୍ରଶ୍ନ: ଆପଣଙ୍କୁ ନିଜ ଦଳରୁ ଟିକେଟ ମିଳିବ?

ଉ: ସେମାନଙ୍କ ଇଚ୍ଛା, ସେମାନେ ଦେଇପାରନ୍ତି ନ ଦେଇପାରନ୍ତି।

ପ୍ରଶ୍ନ: ନବୀନଙ୍କ ପାଖରେ ସବୁ କିଛି ଅଛି ପଇସା ଅଛି, ପାୱାର ଅଛି, ପ୍ରଶାସନ ଅଛି, ଆପଣଙ୍କ ପାଖରେ କ’ଣ ଅଛି

ଉ: ମୋ ପାଖରେ ଲୋକବଳ ଅଛି। ମୋ ପାଖରେ ପଇସା ନାହିଁ କି ମୋ ପାଖରେ ପ୍ରଶାସନ ନାହିଁ।

ପ୍ରଶ୍ନ: କୁହାଯାଏ କେନ୍ଦୁଝର ଜିଲ୍ଲାରେ ସନାମହାକୁଡ଼ ଜଣେ ଦୟାବନ୍ତ ମଣିଷ। ସେ ଅସୁବିଧାରେ ଥିବା ଲୋକଙ୍କୁ ଡାକି ପଇସାପତ୍ର ଆର୍ଥିକ ସହାୟତା ଦିଅନ୍ତି। ଆପଣ ଭୋଟ ପାଇବା ପଛରେ ଏହା ଏକ ବଡ଼ କାରଣ ନୁହେଁ କି?

ଉ: ପଇସା କାହାକୁ ଦିଆଯାଏନି। ମୁଁ ଗୋଟିଏ ଟ୍ରଷ୍ଟ ମାଧ୍ୟମରେ ଲୋକଙ୍କ ସେବା କରେ। ତେଣୁ ମୋ ପ୍ରତି ଲୋକଙ୍କ ସମର୍ଥନ ରହିଛି।

ପ୍ର: କୁହାଯାଉଛି ଆପଣ ଦଳ ଛାଡ଼ିବା ପଛରେ ବିଜେଡିର ଚାପ ରହିଛି।

ଉ: କୌଣସି ଚାପରେ ପଡ଼ି ମୁଁ ମୋ ଦଳରୁ ଇସ୍ତଫା ଦେଇ ନାହିଁ।

ପ୍ର: ଯଦି ଆସନ୍ତାକାଲି ବିଜେଡି କିମ୍ବା କଂଗ୍ରେସରୁ ଅଫର ଆସେ ତେବେ କେଉଁ ଦଳରୁ ଲଢିବା ପାଇଁ ପସନ୍ଦ କରିବେ।

ଉ: ଶୁଣନ୍ତୁ ମୁଁ ଗୋଟିଏ ଦଳ ଗଠନ କରିଥିଲି। ମୁଁ ଇସ୍ତଫା ଦେଇଛି। କିନ୍ତୁ ମତେ ଦଳ ବହିଷ୍କାର କରିନାହିଁ। ତେଣୁ ଯଦି ମୋ ଶରୀରର ଠିକ୍‌ ରୁହେ ତେବେ ଦଳକୁ ଅନୁରୋଧ କରିବି ମତେ ଗୋଟିଏ ଟିକେଟ ଦେବା ପାଇଁ। ମୁଁ ସେହି ଦଳରୁ ଲଢିବି। ମୁଁ ଅନ୍ୟ ଦଳରୁ ଲଢ଼ିବାର ପ୍ରଶ୍ନ ଉଠୁନି।

ପ୍ର: ଆପଣ କହୁଛନ୍ତି ଆଗାମୀ ଦିନରେ ଆପଣଙ୍କ ଦଳ ନିର୍ବାଚନ ଲଢିବ, ଆପଣଙ୍କ ଦଳ କେତୋଟି ସିଟ୍‌ରେ ଲଢିବ?

ଉ: ତା’ର ଉତ୍ତର ସେମାନଙ୍କ କାର୍ଯ୍ୟକାରିଣୀ କମିଟି କହିବ। ମୁଁ ନିଜେ ଇସ୍ତଫା ଦେଇଛି। ମୁଁ ବି ଯଦି କାଲି ଲଢ଼ିବି ଗୋଟିଏ ଟିକେଟ ପାଇଁ ଅନୁରୋଧ କରିବି।

ପ୍ର: ଚମ୍ପୁଆ ବିଧାସଭାରେ ଆପଣ ପୁଣି ଥରେ ଠିଆ ହେବେ ?

ଉ: ମୋ ଶରୀର ଯଦି ଠିକ୍‌ ରୁହେ ତେବେ ମୁଁ ନିଶ୍ଚିତ ଛିଡ଼ା ହେବି।

ପ୍ର: ଚମ୍ପୁଆ ନିର୍ବାଚନମଣ୍ଡଳୀରେ ଆପଣ ବର୍ତ୍ତମାନ ବିଧାୟକ ଅଛନ୍ତି। ଆପଣ କେଉଁ ୩ଟି ସମସ୍ୟାକୁ ଗୁରୁତ୍ୱପୂର୍ଣ୍ଣ ବୋଲି ଭାବୁଛନ୍ତି, ଯାହାର ସମାଧାନ କରିଦେଲେ ଆପଣ ପୁଣିଥରେ ଆସିପାରିବେ ବୋଲି ଅନୁଭବ କରୁଛନ୍ତି।

ଉ: ବର୍ତ୍ତମାନ ଚମ୍ପୁଆ ନିର୍ବାଚନମଣ୍ଡଳୀରେ କୌଣସି ସମସ୍ୟା ନାହିଁ। ସମଗ୍ର କେନ୍ଦୁଝର ଜିଲ୍ଲାରେ ସମସ୍ୟା ଅଛି। କେନ୍ଦୁଝର ଗୋଟିଏ ଖଣିବହୁଳ ଜିଲ୍ଲା ହୋଇ ଲୋକେ ଆଜି ଭୋକ ଉପାଷରେ ଷଢ଼ୁଛନ୍ତି। ଏହା ଆମ ପାଇଁ ଲଜ୍ଜାଜନକ ବିଷୟ। ଖଣି ଗୁଡ଼ିକୁ ମେସିନାରୀ କରିଦେଲେ। ଫଳରେ ହଜାର ହଜାର ଲୋକେ କାମ ପାଇବାରୁ ବଞ୍ଚିତ ହେଲେ।

ପ୍ର: ଏଥିପାଇଁ ସରକାର ଦାୟୀ ନା ରାଜନୀତିକରଣ ଦାୟୀ

ଉ: ଏଥିପାଇଁ ସରକାର ଦାୟୀ। କାରଣ ସରକାରଙ୍କ ବିନା ଅନୁମତିରେ କୌଣସି କମ୍ପାନୀ ମେସିନାରୀ କରିପାରିବେ ନାହିଁ। ତେଣୁ ଏଥିରେ ଉଭୟ ଭାରତ ଓ ରାଜ୍ୟ ସରକାର ଦାୟୀ।



from Odisha Reporter http://bit.ly/2T5ZUY1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages