ହ୍ୱାଟସ୍‌ଆପ୍ ଷ୍ଟାଇଲ୍‌ରେ ବିବାହ ନିମନ୍ତ୍ରଣ କାର୍ଡ, ଦେଖନ୍ତୁ କିଛି ଫଟୋ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 4, 2019

ହ୍ୱାଟସ୍‌ଆପ୍ ଷ୍ଟାଇଲ୍‌ରେ ବିବାହ ନିମନ୍ତ୍ରଣ କାର୍ଡ, ଦେଖନ୍ତୁ କିଛି ଫଟୋ

ସୁରଟ୍‌: ଗୁଜରାଟର ଏକ ବର-କନ୍ୟା ଯୁଗଳ ସେମାନଙ୍କ ବିବାହର ନିମନ୍ତ୍ରଣ କାର୍ଡକୁ ସୋଶାଲ୍‌ ମେସେଜିଂ ଆପ୍‌ ହ୍ୱାଟସ୍‌ଆପର ଫିଚରକୁ ଆଧାର କରି ଛପାଇଛନ୍ତି। ଅରଜୋ ଏବଂ ଚିନ୍ତନ ସେମାନଙ୍କ ବିବାହରେ କିଛି ନିଆରା କରିବା ପାଇଁ ଚେଷ୍ଟା କରିଥିଲେ।

ଫଳରେ ସେମାନେ ଏଭଳି ହ୍ୱାଟସ୍‌ଆପ୍‌ ଫିଚର ଶୈଳୀରେ ନିଜ ବିବାହ ନିମନ୍ତ୍ରଣ କାର୍ଡକୁ ଛପାଇଛନ୍ତି। ସେମାନଙ୍କ ବିବାହ ନିମନ୍ତ୍ରଣ କାର୍ଡଟି ୪ ଫର୍ଦ୍ଦର ରହିଛି। ଚିନ୍ତନ ଜଣେ ୱେବ୍‌ ଡିଜାଇନର ଓ ସେ ହିଁ ଏଭଳି ବିବାହ କାର୍ଡକୁ ଡିଜାଇନ କରିଛନ୍ତି। କିନ୍ତୁ ସେ ଏଭଳି କାର୍ଡର ଶ୍ରେୟ ତାଙ୍କ ଭାବୀ ପତ୍ନୀଙ୍କୁ ଦେଇଛନ୍ତି।

ଏହି ନିମନ୍ତ୍ରଣ ପତ୍ର ଉପରେ ଏକ ହଳଦିଆ ଲଫାଫା ରହିଛି। ଯେଉଁଥିରେ ‘ଅନ୍‌ଲକ୍‌ ଇନ୍‌ଭିଟେସନ୍‌’ ଲେଖାହୋଇଛି। ଡିସ୍‌ପ୍ଲେରେ ବର-କନ୍ୟାଙ୍କ ଫଟୋ ରହିଛି। ଷ୍ଟାଟସ୍‌ରେ ନାଲି ଅକ୍ଷରରେ ଲେଖା ହୋଇଛି ଯେ “ ଆପଣଙ୍କୁ ଆମ ବାହାଘରରେ ଯୋଗ ଦେବକୁ ନିମନ୍ତ୍ରଣ। ଯଦି ନ ଆସିବେ, ତା’ହେଲେ ଆପଣ ହ୍ୱାଟସ୍‌ଆପ୍‌ରେ ବ୍ଲକଡ୍‌ ହୋଇଯିବେ।”

କାର୍ଡରେ ପାରମ୍ପରିକ ଛୁଙ୍କ ଦେବାକୁ ଏହା ଉପରେ ଶ୍ରୀଗଣେଶଙ୍କ ଫଟୋ ରହିଛି।

 



from Odisha Reporter http://bit.ly/2LQk8lN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages