
ବରଗଡ଼(ଓଡ଼ିଶା ରିପୋର୍ଟର): ବରଗଡର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ପାଇଁ ୱେବପୋର୍ଟାଲ୍ ଓ ପୋଷ୍ଟର ଉଦ୍ଘାଟିତ ହୋଇଛି। ଜିଲ୍ଲାପାଳ ଇନ୍ଦ୍ରମଣି ତ୍ରିପାଠୀ ଏହାକୁ ଲୋକାର୍ପଣ କରିଛନ୍ତି। ଏହି ୱେବପୋର୍ଟାଲ ଜରିଆରେ ଧନୁଯାତ୍ରାର ଇତିବୃତ୍ତ ସହ ଅତୀତ, ବର୍ତ୍ତମାନର ତଥ୍ୟ, ଫଟୋ, ଭିଡିଓ ମିଳିପାରିବ।
ପୋର୍ଟାଲରୁ ଧନୁଯାତ୍ରାର ପ୍ରତ୍ୟେକ ଦିନର କାର୍ଯ୍ୟକ୍ରମ ସମ୍ପର୍କରେ ଜାଣିହେବ। ଏପରିକି ପୋର୍ଟାଲ ଜରିଆରେ ବିଶ୍ୱର ଯେ କୌଣସି ସ୍ଥାନରୁ ଧନୁଯାତ୍ରାକୁ ଲାଇଭ୍ ଦେଖିହେବ। ମଥୁରାନଗରୀ ଓ ଗୋପପୁରର ବିଭିନ୍ନ ଦୃଶ୍ୟ ଥିବା ପୋଷ୍ଟର ମଧ୍ୟ ଉନ୍ମୋଚିତ କରାଯାଇଛି। ଏହି ଅବସରରେ ଧନୁଯାତ୍ରା ମହୋତ୍ସବର ସମ୍ପାଦକ ସୁରେଶ୍ୱର ଶତପଥୀ, ପ୍ରଚାର ପ୍ରସାର କମିଟିର ଆବାହକ ତଥା DIPRO କଲ୍ୟାଣୀ ଦାଶଙ୍କ ସମେତ କମିଟିର ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ।
from Odisha Reporter http://bit.ly/2sbWBma
No comments:
Post a Comment