ମା’ଙ୍କ ଜନ୍ମଦିନରେ ରେକର୍ଡ କଲେ ପନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 4, 2019

ମା’ଙ୍କ ଜନ୍ମଦିନରେ ରେକର୍ଡ କଲେ ପନ୍ତ

ସିଡ୍‌ନୀ: ଟିମ୍‌ ଇଣ୍ଡିଆର ୱିକେଟ୍‌କିପର ବ୍ୟାଟସ୍‌ମ୍ୟାନ୍‌ ରିଷଭ ପନ୍ତ ଅଷ୍ଟ୍ରେଲିଆ ବିପକ୍ଷ ୪ର୍ଥ ଟେଷ୍ଟରେ ୧୫୯ ରନ୍‌ର ଅପରାଜିତ ଇନିଂସ୍‌ ଖେଳି ଏକାଧିକ ରେକର୍ଡ କରିଛନ୍ତି। ତେବେ ଏହି ରେକର୍ଡ ଇନିଂସ୍‌ଟି ସେ ତାଙ୍କ ମା’ଙ୍କ ଜନ୍ମଦିନରେ ହାସଲ କରିଛନ୍ତି।

ଆଜି ହେଉଛି ରିଷଭ ପନ୍ତଙ୍କ ମା’ଙ୍କ ଜନ୍ମଦିନ। ଏହି ଦିନ ସେ ରେକର୍ଡ ଇନିଂସ୍‌ ଖେଳିଥିବାରୁ ଏହା ତାଙ୍କ ପାଇଁ ସ୍ମରଣୀୟ ହୋଇ ରହିବ ବୋଲି ପନ୍ତ କହିଛନ୍ତି।

ପନ୍ତ ଆଜି ୧୫୯ ରନ୍‌ କରିବା ପରେ ବିଶ୍ୱର ସର୍ବ କନିଷ୍ଠ ୱିକେଟ୍‌ କିପର ଭାବେ ୧୫୦ରୁ ଅଧିକ ରନ୍‌ କରିବାର ରେକର୍ଡ କରିଛନ୍ତି। ପୂର୍ବରୁ ଏହି ରେକର୍ଡ ଜିମ୍ବାୱେର ଟାଟେନ୍ଦା ତାଇବୁଙ୍କ ନାଁରେ ରହିଥିଲା। ୨୦୦୫ରେ ତାଇବୁଙ୍କୁ ୨୧ ବର୍ଷ ୨୪୫ ଦିନ ହୋଇଥିବା ବେଳେ ସେ ଟେଷ୍ଟ ମ୍ୟାଚ୍‌ରେ ୧୫୦ରୁ ଅଧିକ ରନ୍‌ କରି ସର୍ବକନିଷ୍ଠ ଖେଳାଳି ହେବାର ରେକର୍ଡ କରିଥିଲେ। କିନ୍ତୁ ପନ୍ତ ୨୧ ବର୍ଷ ୯୨ ଦିନରେ ୧୫୦ରୁ ଅଧିକ ରନ୍‌ କରିଛନ୍ତି।

ଆଇପିଏଲ୍‌ ବେଳେ ପନ୍ତ ତାଙ୍କ ବାପାଙ୍କୁ ହରାଇଥିଲେ। ତଥାପି କ୍ରିକେଟ୍‌ ପ୍ରତି ଥିବା ତାଙ୍କ ଭଲ ପାଇବା ଯୋଗୁ ସେ ଅନ୍ତ୍ୟେଷ୍ଟି ପରେ ମଧ୍ୟ ଆସି ମ୍ୟାଚ୍‌ ଖେଳିଥିଲେ।



from Odisha Reporter http://bit.ly/2BXOdeE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages