ପଦୋନ୍ନତି ପାଇବେ ପୂଜାରା! ମିଳିବ ବର୍ଷକୁ ୭ କୋଟି ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 4, 2019

ପଦୋନ୍ନତି ପାଇବେ ପୂଜାରା! ମିଳିବ ବର୍ଷକୁ ୭ କୋଟି !

ସିଡ୍‌ନୀ: ଅଷ୍ଟ୍ରେଲିଆ ମ୍ୟାଟିରେ ଦମଦାର ବ୍ୟାଟିଂ କରୁଥିବା ଚେତେଶ୍ୱର ପୂଜାରାଙ୍କୁ ଖୁବ୍‌ଶୀଘ୍ର ପଦୋନ୍ନତି ମିଳିବାର ସମ୍ଭାବନା ରହିଛି। ବିସିସିଆଇ ଭାରତୀୟ କ୍ରିକେଟରଙ୍କ ପ୍ରଦର୍ଶନକୁ ଦେଖି ବିଭିନ୍ନ କ୍ୟାଟେଗରୀ ବା ଶ୍ରେଣୀ ଅନୁସାରେ ଚୁକ୍ତି କରିଥାଏ।

ପୂର୍ବରୁ ପୂଜାରା ‘ଏ’ କ୍ୟାଟେଗୋରୀରେ ରହିଥିଲେ। ଯେଉଁଥିପାଇଁ ବିସିସିଆଇ ତାଙ୍କୁ ବାର୍ଷିକ ଫି’ ବାବଦକୁ ୫ କୋଟି ଟଙ୍କା ଦେଉଥିଲା। କିନ୍ତୁ ଅଷ୍ଟ୍ରେଲିଆରେ ତାଙ୍କର ତିନି ତିନିଟି ଦମଦାର ଶତକ ଯୋଗୁ ତାଙ୍କର ପଦୋନ୍ନତି ହେବାର ସମ୍ଭାବନା ରହିଛି। ସେ ‘ଏ ପ୍ଲସ୍‌’ କ୍ୟାଟେଗୋରୀରେ ଅନ୍ତର୍ଭୁକ୍ତ ହେବେ। ଫଳରେ ତାଙ୍କୁ ଏଣିକି ବର୍ଷକୁ ୭ କୋଟି ଟଙ୍କା ମିଳିବ।

ପୂଜାରାଙ୍କୁ ପଦୋନ୍ନତି ଦେବା ପାଇଁ ବିସିସିଆଇର ପ୍ରଶାସନିକ କମିଟି ଅଧିନାୟକ ବିରାଟ୍‌ କୋହଲି ଏବଂ କୋଚ୍‌ ରବି ଶାସ୍ତ୍ରୀଙ୍କ ସହ ଆଲୋଚନା କରିବ। ଏହାପରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ତେବେ ପୂଜାରାଙ୍କ ପ୍ରଦର୍ଶନ ଯେହେତୁ ଭଲ ରହିଛି, ତେଣୁ ତାଙ୍କୁ ‘ଏ ପ୍ଲସ୍‌’ କ୍ୟାଟେଗୋରୀରେ ସାମିଲ କରାଯିବା ଏକ ପ୍ରକାରର ନିଶ୍ଚିତ ହୋଇଛି। ବିସିସିଆଇର ‘ବି’ କ୍ୟାଟେଗୋରୀରେ ଥିବା ଖେଳାଳିଙ୍କୁ ବାର୍ଷିକ ୩ କୋଟି ଏବଂ ‘ସି’ କ୍ୟାଟେଗୋରୀରେ ଥିବା ଖେଳାଳିଙ୍କୁ ୧ କୋଟି ଟଙ୍କା ଲେଖାଏ ମିଳିଥାଏ।

ବର୍ତ୍ତମାନ ଏ ପ୍ଲସ୍‌ କ୍ୟାଟେଗୋରୀରେ ବିରାଟ୍‌ କୋହଲି, ରୋହିତ ଶର୍ମା, ଯଶପଦୋନ୍ନତି ପ୍ରୀତ ବୁମ୍ରା, ଭୁବନେଶ୍ୱର କୁମାର ଓ ଶିଖର ଧୱନ ରହିଛନ୍ତି। ତେବେ ଶିଖ୍‌ର ଧୱନ ଏହି କ୍ୟାଟେଗୋରୀରୁ ବାଦ୍‌ ପଡ଼ିବାର ଆଶଙ୍କା ରହିଛି। କାରଣ ସେ ପୃଥ୍ୱୀ ଶ’ ଏବଂ ମୟଙ୍କ ଅଗ୍ରାୱାଲଙ୍କ ଜବରଦସ୍ତ ପ୍ରଦର୍ଶନ ଯୋଗୁ ଟେଷ୍ଟ୍‌ ଫର୍ମାଟରୁ ବାଦ୍‌ ପଡ଼ିପାରନ୍ତି।



from Odisha Reporter http://bit.ly/2AxgiJR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages