ଭାରି ରୋମାଞ୍ଚକର ସାତକୋଶିଆ ଗଣ୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 2, 2019

ଭାରି ରୋମାଞ୍ଚକର ସାତକୋଶିଆ ଗଣ୍ଡ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ପାହାଡ, ନଦୀ, ନାଳ ଓ ଜଙ୍ଗଲ ପରିବେଷ୍ଟିତ ଅଞ୍ଚଳ ହେଉଛି ସାତକୋଶିଆ। ଶୀତ ଦିନ ଆସିଲେ ବେଶ୍‌ ଚଳଚଞ୍ଚଳ ହୋଇପଡ଼େ ଅନୁଗୋଳର ସାତକୋଶିଆ। ପ୍ରାକୃତିକ ପରିବେଶକୁ ନେଇ ଗଢି ଉଠିଥିବା ସାତକୋଶିଆ ଗଣ୍ଡ ଏକ ବିରଳ ସ୍ଥାନ। ଏହାର ସୌନ୍ଦର୍ଯ୍ୟକୁ ଯିଏ ଥରେ ଦେଖିଛି ତାହା ଅପାସୋରା ହୋଇ ରହିବ। ତେବେ ଅନୁଗୋଳ, ନୟାଗଡ଼, କଟକ ଓ ବୌଦ୍ଧ ଜିଲ୍ଲାର କିଛି ଅଂଶକୁ ନେଇ ସାତକୋଶିଆ ଅଭୟାରଣ୍ୟ ଗଠିତ। ଏହି ଅଭୟାରଣ୍ୟ ଭିତରେ ମହାନଦୀ ସାତକୋଶିଆ ଗଣ୍ଡର ଦୈର୍ଘ୍ୟ ହେଉଛି ସାତ କୋଶ ଅର୍ଥାତ୨୨ କି.ମି ଲମ୍ବ। ହେଲେ ଅନୁଗୋଳ ନିକଟବର୍ତ୍ତୀ ସାତକୋଶିଆ ଗଣ୍ଡର ଦୃଶ୍ୟ ଖୁବ୍‌ ରୋମାଞ୍ଚକର।

ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଏହି ଅଭୟାରଣ୍ୟରେ ବାଘ, ହାତୀ, ଜଙ୍ଗଲୀ ଗୁଣ୍ଡୁଚିମୂଷା, ନୀଳଗାଈ ଇତ୍ୟାଦି ପରିଦୃଷ୍ଟ ହୋଇଥାଏ। ଖାଲି ସେତିକି ନୁହେଁ ବିରଳ ବାଦୁଡି, କଇଁଛ, ଅହିରାଜ, ଅଜଗର, ଗୋଧି, ଘଡିଆଳ କୁମ୍ଭୀର, ମଗର କୁମ୍ଭୀର ଆଦି ବିଭିନ୍ନ ସରୀସୃପମାନଙ୍କର ବାଷସ୍ଥଳୀ ହେଉଛି ଏହି ସାତକୋଶିଆ। । ଆଉ କୋଚିଲାଖାଇ, ଫିସିଙ୍ଗ୍ ଇଗଲ୍, କ୍ରେଷ୍ଟେଡ୍ ସର୍ପେଣ୍ଟ ଇଗଲ, କଜଳପାତି, ଶାରୀ ଇତ୍ୟାଦି ପକ୍ଷୀ ମାନଙ୍କର କିଚିରି ମିଚିରି ଶବ୍ଦ ଅତ୍ୟନ୍ତ ଶ୍ରୁତିମଧୁର।

ତାଛଡ଼ା ସାତକୋଶିଆର ମୁଖ୍ୟ ଆକର୍ଷଣ ହେଉଛି ଘଡିଆଳ କୁମ୍ଭୀର। ଅତ୍ୟଧିକ ଥଣ୍ଡାରୁ ଟିକେ ଉଷୁମ୍‌ ପାଇଁ ଏମାନେ ଆସି ମହାନଦୀ ଗଣ୍ଡର ଦୁଇ କଡ଼ରେ ଜମା ହୋଇଯାଆନ୍ତି। ଯେଉଁ ଦୃଶ୍ୟ ଖୁବ୍‌ ରୋମାଞ୍ଚକର। ସେହିପରି ପର୍ଯ୍ୟଟକଙ୍କ ପାଇଁ ଏଠାରେ ଅସ୍ଥାୟୀ ତମ୍ଭୁ ଟେଣ୍ଟର ବ୍ୟବସ୍ଥା କରାଯାଇଛି।

ଆପଣ ଏଠାରେ ସରକାରୀ ବୋଟ୍‌ରେ ମହାନଦୀରେ ବୋଟିଂର ମଜା ନେଇପାରିବେ। ତେବେ ଭୁବନେଶ୍ୱରରୁ ଅନୁଗୋଳ ସାତକୋଶିଆ ପ୍ରାୟ ୧୩୦ କିମି ହେବ। ଆପଣ କଟକ କିମ୍ବା ଭୁବନେଶ୍ୱରରୁ ଅନୁଗୋଳ ଯାଏ ଟ୍ରେନ୍‌ କିମ୍ବା ବସ୍‌ରେ ଯାଇପାରିବେ। ସେଠାରୁ ମିନି ବସ୍‌ କିମ୍ବା ଟ୍ରାଭେଲସ୍‌ ସଂସ୍ଥା ସହ ଯୋଗାଯୋଗ କରି ସାତକୋଶିଆ ଯାଇପାରିବେ।



from Odisha Reporter http://bit.ly/2GMqq70

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages