
ନୂଆଦିଲ୍ଲୀ: ଦେଶର ବିଭିନ୍ନ ପ୍ରାନ୍ତରେ କାର୍ଯ୍ୟ କରୁଥିବା ୩ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ବିଜୟା ବ୍ୟାଙ୍କ, ବ୍ୟାଙ୍କ ଅଫ୍ ବରୋଦା ଏବଂ ଡେନା ବ୍ୟାଙ୍କ ଏକାଠି ହେବେ। ଏ ସଂକ୍ରାନ୍ତ ପ୍ରସ୍ତାବକୁ ଆଜି କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି। ଏହି ୩ ବ୍ୟାଙ୍କ ଏକାଠି ହୋଇ ଗୋଟିଏ ବ୍ୟାଙ୍କରେ ପରିଣତ ହେବେ।
୨୦୧୯ ଏପ୍ରିଲ ୧ରୁ ଏହି ମିଶ୍ରଣ ପ୍ରକ୍ରିୟା ଆରମ୍ଭ ହେବ। ଏହି ମିଶ୍ରଣର ଅର୍ଥ ବିଜୟା ବ୍ୟାଙ୍କ ଏବଂ ଡେନା ବ୍ୟାଙ୍କର ସମସ୍ତ ବ୍ୟବସାୟ ବ୍ୟାଙ୍କ ଅଫ୍ ବରୋଦାକୁ ଚାଲିଯିବ। ଏହାର ସମସ୍ତ କର୍ମକର୍ତ୍ତା ମଧ୍ୟ ସେଠାକୁ ବଦଳି ହେବେ।
ଦେଶର ବ୍ୟାଙ୍କିଂ ବ୍ୟବସ୍ଥାକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ଏଭଳି ମିଶ୍ରଣ ପ୍ରକ୍ରିୟା କରାଯାଉଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।
ବର୍ତ୍ତମାନ ଦେଶର ବ୍ୟାଙ୍କିଂ ବ୍ୟବସ୍ଥା ନନ୍ ପରଫର୍ମିଂ ଆସେଟସ୍ ବା ଏନ୍ପିଏ ସମସ୍ୟା ଦେଇ ଗତି କରୁଛି। ତେଣୁ ଏହାକୁ ମୁକାବିଲା କରିବାକୁ ବିଭିନ୍ନ ବ୍ୟାଙ୍କକୁ ଏକାଠି କରାଯାଉଛି।
ଏହିକ୍ରମରେ ଡେନା, ବିଜୟା ଓ ବ୍ୟାଙ୍କ ଅଫ୍ ବରୋଦା ଏକାଠି ହେବେ। ଏଥିପାଇଁ ଆବଶ୍ୟକ ଅର୍ଥ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯିବ। ସରକାର ଏବେ ବ୍ୟାଙ୍କଗୁଡ଼ିକର ପୁଞ୍ଜି ଉପରେ ଅଧିକ ଗୁରୁତ୍ୱ ଦେଉଥିବା କହିଛନ୍ତି।
ବର୍ତ୍ତମାନ ରାଷ୍ଟ୍ରାୟତ୍ତ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଓ ଘରୋଇ ବ୍ୟାଙ୍କ ଏଚ୍ଡିଏଫ୍ସି ଏବଂ ଆଇସିଆଇସିଆଇ ଦେଶର ୩ ସର୍ବବୃହତ୍ ବ୍ୟାଙ୍କ ହୋଇ ରହିଛନ୍ତି।
from Odisha Reporter http://bit.ly/2Rr2DxC
No comments:
Post a Comment