ପନ୍ତଙ୍କୁ ଏହି ମହାନ୍‌ କ୍ରିକେଟରଙ୍କ ସହ ତୁଳନା କଲେ ରିକି ପଣ୍ଟିଂ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 4, 2019

ପନ୍ତଙ୍କୁ ଏହି ମହାନ୍‌ କ୍ରିକେଟରଙ୍କ ସହ ତୁଳନା କଲେ ରିକି ପଣ୍ଟିଂ

ସିଡ୍‌ନୀ: ଅଷ୍ଟ୍ରେଲିଆ ବିପକ୍ଷ ୪ର୍ଥ ଟେଷ୍ଟ୍‌ରେ ଟିମ୍‌ ଇଣ୍ଡିଆର ୱିକେଟ୍‌ କିପର ବ୍ୟାଟସ୍‌ମ୍ୟାନ୍‌ ରିଷଭ ପନ୍ତ ରେକର୍ଡ ବ୍ରେକିଂ ଶତକ ହାସଲ କରିଛନ୍ତି। ସେ ପ୍ରଥମ ଭାରତୀୟ ୱିକେଟ୍‌ କିପର ଭାବେ ଅଷ୍ଟ୍ରେଲିଆରେ ଶତକ ହାସଲ କରିବାର ରେକର୍ଡ କରିଛନ୍ତି। ଏବେ ଚାରିଆଡ଼ୁ ତାଙ୍କ ପାଇଁ ପ୍ରଶଂସାର ସୁଅ ଛୁଟିଛି। କିନ୍ତୁ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ତଥା କିମ୍ବଦନ୍ତୀ କ୍ରିକେଟର ରିକି ପଣ୍ଟିଂ ଆଜି ଏକ ବଡ଼ କଥା କହିଛନ୍ତି। ସେ ପନ୍ତଙ୍କୁ ଅଷ୍ଟ୍ରେଲିଆର ଅଭିଜ୍ଞ ତଥା ପ୍ରଖ୍ୟାତ ୱିକେଟ୍‌ କିପର ବ୍ୟାଟସ୍‌ମ୍ୟାନ୍‌ ଆଡାମ ଗିଲକ୍ରିଷ୍ଟଙ୍କ ସହ ତୁଳନା କରିଛନ୍ତି।

ପଣ୍ଟିଂ କହିଛନ୍ତି“ ସେ(ପନ୍ତ) ଜଣ ଦକ୍ଷ ଓ ଉଦୀୟମାନ ଖେଳାଳି। କେଉଁ ସ୍ଥିତିରେ କେମିତି ଖେଳା ଯାଏ ସେକଥା ପନ୍ତ ଭଲ ଭାବେ ଜାଣିଛନ୍ତି। ଆଇପିଏଲ୍‌ର ଦିଲ୍ଲୀ କ୍ୟାପିଟାଲ୍ସର କୋଚ ହୋଇ ତାଙ୍କୁ ଟ୍ରେନିଂ ଦେବା ମୋ ଭାଗ୍ୟର ବିଷୟ।

ସେ ବର୍ତ୍ତମାନ ସୁଦ୍ଧା ଦୁଇଟି ଶତକ ସହ ଏକାଧିକ ଥର ୯୦ ରନ୍‌ କରି ସାରିଲେଣି। ସେ ଆଗକୁ ଭାରତ ପାଇଁ ଟେଷ୍ଟରେ ଜଣେ ଦକ୍ଷ ବ୍ୟାଟସ୍‌ମ୍ୟାନ୍‌ ଭାବେ ଉଭା ହେବେ।

ମାତ୍ର ୨୧ ବର୍ଷରେ ସେ ୯ଟି ଟେଷ୍ଟ ଖେଳି ସାରିଲେଣି। ତେବେ ୱିକେଟ୍‌ କିପିଂରେ ତାଙ୍କୁ ଟିକିଏ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ଆମେ ସର୍ବଦା ମହେନ୍ଦ୍ର ସିଂହ ଧୋନିଙ୍କ ବ୍ୟାଟିଂ ଏବଂ କ୍ରିକେଟ୍‌ ପ୍ରତି ତାଙ୍କର ଅବଦାନ କଥା ଚର୍ଚ୍ଚା କରିଥାଉ।

ସେ ଭାରତ ପାଇଁ ଅନେକ ଟେଷ୍ଟ ଖେଳିଛନ୍ତି। ହେଲେ ମାତ୍ର ୬ଟି ଶତକ ହାସଲ କରିଛନ୍ତି। ତାଙ୍କ ତୁଳନାରେ ଏହି ଯୁବ ଖେଳାଳି(ପନ୍ତ) ଅନେକ ରନ୍‌ କରିବା ସହ ଅଧିକ ଶତକ ହାସଲ କରିବେ। ଆମେ କମେଣ୍ଟ୍ରୀ ବକ୍ସରେ ବସିଲା ବେଳେ ଆଉ ଜଣେ ଗିଲକ୍ରିଷ୍ଟଙ୍କୁ ଦେଖୁଥିବା କଥା ଚର୍ଚ୍ଚା କରୁଥାଉ।”



from Odisha Reporter http://bit.ly/2LPxFdm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages